ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ବ୍ଲକ ଅମଲା କର୍ମଚାରୀଙ୍କ ଆନ୍ଦୋଳନ, ସମସ୍ତ କାର୍ଯ୍ୟ ଠପ, ଲୋକେ ହଇରାଣ 

କୋକସରା,୨/୦୬ – ଜିଲ୍ଲା ସ୍ତରୀୟ ଅମଲା ସଙ୍ଘର ଡାକରାରେ ଗୁରୁବାର ଠାରୁ କୋକସରା ବ୍ଲକର ଶିକ୍ଷା ବିଭାଗ, ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲା ମାନେ ସମୁହ କାର୍ଯ୍ୟବନ୍ଦ ସହ ଛୁଟିରେ ରହି ସରକାରଙ୍କୁ ଅସହଯୋଗ କରିଛନ୍ତି। ଅମଲା ସଙ୍ଘର ପ୍ରମୁଖ ଦାବି ହେଉଛି ସ୍ନାତକ ଶିକ୍ଷା ଗତ ଯୋଗ୍ୟତା ଭିତ୍ତିରେ କନିଷ୍ଠ ସହାୟକଙ୍କ ଗ୍ରେଡ ୪ ରୁ ଗ୍ରେଡ ୯ କୁ ବୃଦ୍ଧି ପାଇଁ ଦାବି କରାଯାଇଛି । ପୂର୍ବରୁ ଏନେଇ ଅମଲା ସଙ୍ଘ ପକ୍ଷରୁ ୨୨ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପିନ୍ଧି ସରକାରଙ୍କୁ ପ୍ରତିବାଦ କରିଥିଲେ। ତେବେ ରାଜ୍ୟ ସରକାର ଅମଲା ସଙ୍ଘର ଦାବିକୁ ଅଣଦେଖା କରିବାରୁ ଗୁରୁବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅମଲା ସଙ୍ଘର ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଳି ଜଣାପଡିଛି। ଆନ୍ଦୋଳନରେ କୋକସରା ବ୍ଲକର ଶିକ୍ଷା ବିଭାଗ, ବ୍ଲକ ଓ ତହସିଲ କାର୍ଯ୍ୟାଳୟର ଅଚ୍ୟୁତାନନ୍ଦ ନାଗ, ମିହିର କୁମାର ବେହେରା, ରାଜୀବ କୁମାର ନାଏକ, ସୁନ୍ଦର ନାଏକ, ରୂକଚନ ପାତ୍ର, ଶେଷଦେବ ସିଂ, ଯୁଧିଷ୍ଠିର କର, ଉପେନ୍ଦ୍ର ନାଏକ, ଶୁଭେନ୍ଦୁ ରାଉତ, ବୃଷଭ ନାଏକ, ବୈକୁଣ୍ଠ ବାଗ, ବିଜୟ କୁମାର ବେହେରା,ପ୍ରତାପ ନାଗ ପ୍ରମୁଖ କର୍ମଚାରୀ ମାନେ ସାମିଲ ରହିଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ

masiha

ଜଳୁଛି ଜଙ୍ଗଲ ଶୋଇ ରହିଚି ବନ ବିଭାଗ 

masiha

ଧର୍ମଗଡ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!