ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପର୍ଯ୍ୟୟ ମୁକାବିଲା ପାଇଁ ମକଡ୍ରିଲ

ଚନ୍ଦାହାଣ୍ଡି୧୯/୬ (ମନି ସ) ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ବେହେରାମୁଣ୍ଡା ପଞ୍ଚାୟତ ସାଲେବିଡ଼ି ଠାରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ଅଗ୍ନିଶମ ବିଭାଗ ତରଫରୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ମକଡ୍ରିଲ ଅନୁଷ୍ଠିତ ହୋଇ ଯାଇଛି ।ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ପ୍ରସ୍ତୁତ ରହି ଏହାର ମୁକାବିଲା କରାଯାଇ ପାରିବ ସେନେଇ ଅଗ୍ନିଶମ କର୍ମଚାରୀ ମାନେ ମକଡ୍ରିଲ କରି ଥିଲେ ।ଏଥିରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗ ଦେଇ ପ୍ରାକୃତିକ ବିପର୍ଯ୍ୟୟ ର ସଫଳ ମୁକାବିଲା ପାଇଁ ସପୃକ୍ତ ବିଭାଗୀୟ କର୍ମଚାରୀ ସଜାଗ ରହିବା ସହ ଏହି ଦୁର୍ବିପାକ ସମୟରେ ଲୋକ ଙ୍କ ଧନଜୀବନ କିପରି ସୁରକ୍ଷା କରାଯାଇ ପାରିବ ସେନେଇ ବୁଝେଇଥିଲେ।ପାଣିରେ ବୁଡି ଯାଇଥିବା ଲୋକଙ୍କୁ କିପରି ଉଦ୍ଧାର କରାଯାଇ ପାରିବ,ବନ୍ୟା ବାତ୍ୟା ସମୟରେ ରାସ୍ତା ରେ ପଡିଥିବା ଗଛ କାଟି କିପରି ସଫା କରାଯାଇପାରିବ, ନିଆ ଦାଉରୁ ଲୋକଙ୍କୁ କିପରି ଉଦ୍ଧାର କରାଯାଇ ପାରିବ ସେ ସମ୍ପର୍କରେ ଜନସଚେତନତା ପାଇଁ ଅଗ୍ନିଶମ କର୍ମଚାରୀ ମାନେ ମକଡ୍ରିଲ କରି ଲୋକ ଙ୍କୁ ସିଖାଇଥିଲେ । ଏହି କାର୍ଯ୍ୟକ୍ରମ ରେ ତହସିଲଦାର ଚନ୍ଦାହାଣ୍ଡି, ସରପଞ୍ଚ ଚନ୍ଦ୍ରିକା ଧୁରୁଆ ,ବାତ୍ୟା ଆଶ୍ରୟ ସ୍ଥଳୀ ସମ୍ପାଦକ ଜଗଦୀଶ ବାଘ,ରମେଶ ପଣ୍ଡା, ବାଳକୃଷ୍ଣ ମାଝୀ, ଅନନ୍ତ ସୋରି,କୃଷ୍ଣ ସୋରୀ, ଇଡି ଗୌଡ଼,କୈବଲ୍ୟ ମାଝୀ,ସମସ୍ତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଉପସ୍ଥିତ ଥିଲେ ।

ଚନ୍ଦାହାଣ୍ଡି ରୁ  ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ସାଇନିଂ ରକର୍ସ ଏକାଡେମୀର ବାର୍ଷିକ ଉତ୍ସବ: ଓଡ଼ିଶା ସାଇନିଂ ଆଇକନ୍ସ-୧୦ ଆସନ୍ତା ୧୯ରେ…..

Sunil Chandra Nayak

ଓଡିଶା ଭାଷା ବିକାଶ ମଞ୍ଚର ଭକ୍ତକବିଙ୍କ ତିରୋଧାନ ଦିବସ ,ପୁସ୍ତକ ଉନ୍ମୋଚନ ଓ ମଧ୍ୟ ରାତ୍ର କବିତା ଆସର ଅନୁଷ୍ଠିତ

Sunil Chandra Nayak

ବଗେଇପଦରରେ ଜିଲ୍ଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଦିବସ ପାଳିତ  

masiha

Leave a Comment

error: Content is protected !!