ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ତିନି କର୍ମଚାରୀ ଙ୍କୁ ଚାକିରିରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ନବରଙ୍ଗପୁର ୩୦.୦୬.୨୦୨୩ :(ମସିହା)ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କ ତରଫରୁ ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟର ଏଲ କ୍ରିଷ୍ଣା ରାଓ ପଟ୍ଟନାୟକ (ଚପରାସି), ଜିଲ୍ଲା ସାମାଜ ମଙ୍ଗଳ ବିଭାଗର ବିଭାଗୀୟ ଅଧିକାରୀ ପବିତ୍ର ମୋହନ ପ୍ରଧାନ ଏବଂ ଜିଲ୍ଲା ସାମାଜିକ ମଙ୍ଗଳ ବିଭାଗ ର ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ବନ୍ଧନ ଖାକା ଙ୍କୁ ସରକାରୀ ସେବା କାର୍ଯ୍ୟରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ହୋଇଥିବା ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଶ୍ରୀ ପ୍ରଧାନ, ଶ୍ରୀ ଖାକା ଏବଂ ଶ୍ରୀ କ୍ରିଷ୍ଣା ଙ୍କ କାର୍ଯ୍ୟଶୈଳୀ, କାର୍ଯ୍ୟଦକ୍ଷତା, ଅମାୟିକ ବନ୍ଧୁତା, ଏବଂ ସମସ୍ତଙ୍କ ପ୍ରତି ଥିବା ତାଙ୍କର ନିଷ୍ଠାପର ସହଯୋଗ କୁ ମନେ ପକାଇ ଶ୍ରଦ୍ଧାର ସହିତ କୃତଜ୍ଞତା ଜ୍ଞାପନ କରିବା ସହ ପ୍ରୋଭିଜିନାଲ ପେନସନ ମଧ୍ୟ ପ୍ରଦାନ କରିବା ସହିତ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରି, ପରିବାର ସହ ଅବସର କାଳୀନ ବାକି ସମୟ ଶୁଭଙ୍କର ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା ଜଣାଇଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି ଜିଲ୍ଲାପାଳ ସୁବ୍ରତ ବେହେରା,ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର, ବିନାୟକ ଖାଡାଙ୍ଗା, ଅଶ୍ଵିନ କୁମାର ମାଝୀ, ଶିବ ଶଙ୍କର ପାଢି, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ କମଳ କୁମାରୀ ପଟ୍ଟନାୟକ, ଏ ସୁରେଶ, ତ୍ରିପତି ବାଲାଜୀ ସାହୁ, ବିଜୟ ସାହୁ, ସୁରେଶ ମହାନ୍ତି, ଜିତେନ୍ଦ୍ର ଚୌଧୁରୀ, ଅଜୟ ସାହୁ, ସତ୍ୟନାରାୟଣ ସାହୁ, ନରେନ୍ଦ୍ର ସାହୁ, ରେଖା ବାଘ, ଯୋଛନା ଚୌଧୁରୀ, ଅରୁଣ କୁମାର ବେହେରା,ରାମ ଚନ୍ଦ୍ର ରଘୁ ମଣ୍ଡଳ, ସଞ୍ଜୀବ ପଣ୍ଡା,ଦିବାକର ପଟ୍ଟନାୟକ, ଧନପତି ନାୟକ,ବିଶ୍ୱଜିତ ମହାନ୍ତି, ଆଶୁତୋଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କଳାହାଣ୍ଡି ଶିକ୍ଷ୍ୟା ବିକାଶ ପରିଷଦର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଓ ନୂଆଁଖାଇ ଭେଟ୍ ଘାଟ୍ ପାଳିତ

Sunil Chandra Nayak

ଯନ୍ତ୍ରୀଙ୍କ ଠୁ ଲାଞ୍ଚ ନେଇ ଦୁଇ ଥାନାରେ ଅଟକ 

masiha

କାମାକ୍ଷାନଗର ମହୋତ୍ସବ ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!