ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶଶୁର ଘରେ ବାରଣ୍ଡାରେ ପଡିଯାଇ ଯବାନଙ୍କ ମୃତ୍ୟୁ

 ପାପଡାହାଣ୍ଡି 3/8, ମନିସ – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | କୋରାପୁଟ ସ୍ଥିତ 7 th ବାଟାଲିୟନ ରେ କାର୍ଯ୍ୟରତ ଯବାନ ଉଗ୍ରେ ବାଣୁଆଙ୍କ ତାଙ୍କ ଶଶୁର ଘରେ ମୃତୁ ହୋଇଛି | ଏତଲା ପ୍ରକାରେ ଯବାନ ଜଣକ ବୁଧବାର ରାତ୍ରୀ ଭଜନ ପରେ ହାତ ଧୋଇବାକୁ ବାହାରେ ବାହାରିଥିଲେ | ଏହି ସମୟରେ ଲଗାଣ ବର୍ଷା ଯୋଗୁଁ ପିଣ୍ଢା ରେ ପାଣି ଜମିଥିଲା, ସେହି ପାଣିରେ ତାଙ୍କ ଗୋଡ଼ ଖସି ପଡିଯାଇ ଗୁରୁତର ହୋଇଥିଲେ | ଏହାପରେ ତୁରନ୍ତ ତାଙ୍କ ଶଶୁର ଏବଂ ପରିବାର ଲୋକେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ ଅଟୋ ସହାର୍ଯ୍ୟରେ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏହାପରେ ପାପଡାହାଣ୍ଡି ପୋଲିସ କେଶ ନଂ 9/23 ଏକ ଅପମୃତୁ ମାମଲା ରୁଜୁ କରି ଶବ ଜବତ କରିଥିଲେ | ଗୁରୁବାର ଶବକୁ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଏହି ଖବର କରାପୁଟ ସ୍ଥିତ 7th ବାଟାଲିୟନ ର କୋମାଣ୍ଡେଣ୍ଟ ମୋନରଞ୍ଜନ ବିଶ୍ୱାଳ ପାଇଲାପରେ ତୁରନ୍ତ ଅତିରିକ୍ତ କୋମାଣ୍ଡେଣ୍ଟ ସୁନ୍ଦର ସିଂ କହର ଙ୍କୁ ମୃତ ଯବାନଙ୍କ ପରିବାର କୁ ମୃତ୍ୟୁ କାଳିନ ସହାୟତା 45000/ ଟଙ୍କା ଏବଂ ଅନ୍ତେଷ୍ଟି କ୍ରିୟା ପାଇଁ 25000/ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ | ପ୍ରକାଶ ଥାଉକି ଯବାନଙ୍କ ଦେହ ଅସୁସ୍ଥ ଥିବାଯୋଗୁ କିଛି ଦିନ ତଳେ କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇ ଫେରିଥିଲେ | ତାଙ୍କର ଦୁଇଟି ଝିଅ ଅଛନ୍ତି | ଶଶୁର ରାଜେନ୍ଦ୍ର ଭତରା ଙ୍କ ପାଖରେ ଆସି ରହୁଥିଲେ | ପତ୍ନୀ ମମତାଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିଲା |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଶ୍ୱ ରକ୍ତ ଶିକୁଳି ଦିବସ ପାଳିତ

masiha

ଚନ୍ଦ୍ରୟାନ୍ – ୩ ର ଚନ୍ଦ୍ର ପୃଷ୍ଠ ରେ ଅବତରଣ କୁ ଉତ୍ସବ ରୁପେ ପାଳନ କଲେ ଛାତ୍ର ଛାତ୍ରୀ

masiha

ଦରଦୀ ବଂଧୁ ଫାଉଣ୍ଡେସନ୍ ପକ୍ଷରୁ ରକ୍ତଦାନ ଶିବିର ନେଇ ପ୍ରସ୍ତୁତି 

masiha

Leave a Comment

error: Content is protected !!