ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୂରଳୀଧର ନାଏକ ହେଲେ ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସର ସଂଯୋଜକ

ଥୁଆମୂଳ ରାମପୁର:୦୪/୦୮ – (ମନିସ):- କଂଗ୍ରେସ ଦଳର ଜଣେ ଟାଣୁଆ ଯୁବନେତା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବର୍ତ୍ତମାନର ରାଜ୍ୟ କଂଗ୍ରେସର ବରିଷ୍ଠ ସାମାଜିକ ଗଣମାଧ୍ୟମ ସାଧାରଣ ସମ୍ପାଦକ ମୂରଳୀଧର ନାଏକଙ୍କୁ ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି। ଏଆଇସିସି ଦ୍ବାରା ଜାରି ବିଜ୍ଞପ୍ତି ଅନୁସାରେ ଓଡ଼ିଶାର ୨୪ ଟି ଅନୁସୂଚିତ ଜାତି ଓ ୩୩ ଟି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ବିଧାନସଭା କ୍ଷେତ୍ରରେ କଂଗ୍ରେସ ତରଫରୁ ଦକ୍ଷ କର୍ମକର୍ତ୍ତା ମାନଙ୍କୁ ନିର୍ବାଚନ ମଣ୍ଡଳୀ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି ! ସେଥିମଧ୍ୟରୁ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ସଂଯୋଜକ ଯୁବନେତା ଶ୍ରୀ ନାଏକଙ୍କୁ ଦାୟିତ୍ବ ଦିଆଯାଇଥିବା ଜଣାପଡ଼ିଛି ! ଏଠାରେ ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ଶ୍ରୀ ନାଏକ ପରବର୍ତ୍ତୀ ସମୟରେ ଜିଲ୍ଲା ପରିଷଦ ସଭ୍ୟ, ଦଳର ଜିଲ୍ଲା ଓ ରାଜ୍ୟ ସାମାଜିକ ଗଣମାଧ୍ୟମ ସଂଯୋଜକ ଏବଂ ରାଜ୍ୟ କଂଗ୍ରେସର ସାମାଜିକ ଗଣମାଧ୍ୟମ ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ନିର୍ବାହ କରିସାରିଛନ୍ତି ! ସେହିପରି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଭବାନୀପାଟଣା ସଦର ନିର୍ବାଚନମଣ୍ଡଳୀ ପାଇଁ ସୁଦର୍ଶନ ବିଶ୍ବାଳଙ୍କୁ ସଂଯୋଜକ ଭାବେ ଦାୟିତ୍ବ ଦିଆଯାଇଛି ! ଏଇ ପରିପ୍ରେକ୍ଷୀରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରସ୍ତାବ କ୍ରମେ, ଅଖିଳ ଭାରତ କଂଗ୍ରେସ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ ବିଭାଗର ରାଷ୍ଟ୍ରୀୟ ସଂଯୋଜକ କେ. ରାଜୁଙ୍କ ନିର୍ଦ୍ଦେଶ କ୍ରମେ, ଦଳର ଅନୁସୂଚିତ ଜାତି ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜେଶ ଲିଲୋଠିଆ ୨୪ ଜଣ ଓ ଅନୁସୂଚିତ ଜନଜାତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶିବାଜୀରାଓ ମୋଘେ ୩୩ ଜଣ ସଂଯୋଜକଙ୍କ ନାମ ଘୋଷଣା କରିଛନ୍ତି ! ଏନେଇ ରାଜ୍ୟ କଂଗ୍ରେସର ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ତଥା ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ବର୍ଗର ସଂଯୋଜକ ବାଙ୍କନିଧି ବେହେରା ଏନେଇ ସୂଚନା ଦେଇଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଗୋଷ୍ଟି ଶିକ୍ଷା ଅଧିକାରୀ ଓ ତିନି ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବିକଶିତ ଗାଁ ବିକଶିତ ଓଡିଶା ର ଶୁଭଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ଲାଇଭ ଭିଡଓ ପ୍ରସାରଣ ମାଧ୍ୟମରେ ଯୋଡ଼ି ହେଲେ ଗୋଲାମୁଣ୍ଡା ବ୍ଲକ ବାସୀ….

masiha

ଜଙ୍ଗଲକୁ ଶାଗ ତୋଳିବାକୁ ଯାଇ ଭାଲୁ ଆକ୍ରମଣରେ ଶିକାର 

masiha

Leave a Comment

error: Content is protected !!