ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ମଧୁବାବୁ ପେନସନ୍ ଯୋଜନାରେ ଅତିରିକ୍ତ ୪.୧୩ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଘୋଷଣା

ନୂତନ ହିତାଧିକାରୀମାନେ ୧୫ ଅଗଷ୍ଟ, ୨୦୨୩ ତାରିଖରେ ଗ୍ରାମ ପଞ୍ଚାୟତ ଅଥବା ୱାର୍ଡ୍ ଅଫିସରେ ପେନସନ୍ ପାଇବେ

 ଏକ ଐତିହାସିକ ପଦକ୍ଷେପ ସ୍ବରୂପ ମଧୁବାବୁ ପେନସନ୍ ଯୋଜନାରେ ଅତିରିକ୍ତ ୪.୧୩ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ଯୋଜନାରେ ପୂର୍ବରୁ ୨୮.୬୧ ଲକ୍ଷର ହିତାଧିକାରୀ ରହିଥିବା ବେଳେ ବର୍ତ୍ତମାନ ସଂଖ୍ଯା ବୃଦ୍ଧି ପାଇ ୩୨.୭୫ ଲକ୍ଷରେ ପହଞ୍ଚିଛି। ନୂତନ ହିତାଧିକାରୀମାନେ ୧୫ ଅଗଷ୍ଟ, ୨୦୨୩ ତାରିଖରେ ଗ୍ରାମ ପଞ୍ଚାୟତ ଅଥବା ୱାର୍ଡ୍ ଅଫିସରେ ପେନସନ୍ ପାଇବେ।

ବିଭିନ୍ନ ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ଟ. ୫୦୦, ଟ. ୭୦୦ ତଥା ୯୦୦ ଟଙ୍କା ମାସିକ ସହାୟତା ରାଶି ପ୍ରଦାନ କରାଯାଉଛି। ବୃଦ୍ଧ, ବିଧବା, ଭିନ୍ନକ୍ଷମ, ଅବିବାହିତ ମହିଳା, କୁଷ୍ଠ ରୋଗରୁ ଭଲ ହୋଇଥିବା ବ୍ଯକ୍ତି, ଏଡସ୍ ରୋଗୀ, ନିରାଶ୍ରିତ, କୋଭିଡ ମୃତ୍ୟୁଜନିତ ଅନାଥ ଶିଶୁ ଇତ୍ୟାଦିଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଅଛି।

ହିତାଧିକାରୀମାନେ ଯେପରି ନିର୍ଦ୍ଧାରିତ ସମୟରେ ଏବଂ ସୁବିଧାରେ ପେନ୍‌ସନ ସହାୟତା ରାଶି ପାଇବେ ସେନେଇ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ୪.୧୩ ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ଦ୍ବାରା ରାଜ୍ୟର ସାମାଜିକ ସୁରକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ ହେବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପାହାଡପୁର ଠାରେ ମହାମହିମ ରାଷ୍ଟ୍ରପତି ଙ୍କ କରକମଳରେ ଏଲ ଏଣ୍ଡ ଟି ଦ୍ୱାରା ନିର୍ମିତ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

masiha

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସ୍ଥିତି ପରଖିଲେ ବାୟୁସେନା ଅଧିକାରୀ, ସୁରକ୍ଷା ଦାୟିତ୍ବରେ ୩୩ ପ୍ଲାଟୁନ୍‌ ଫୋର୍ସ

masiha

ବରିଷ୍ଠ ଫଟୋ ସାମ୍ବାଦିକ ଅନିଲ ପ୍ରସାଦ ମିଶ୍ରଙ୍କ ଦେହାନ୍ତ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ ପ୍ରକାଶ… ଫଟୋ ସାମ୍ବାଦିକତା ର ଜୀବନ୍ତ କିମ୍ବଦନ୍ତୀ

masiha

Leave a Comment

error: Content is protected !!