ପାପଡାହାଣ୍ଡି,7/8, ମନିସ : – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ଗୁଜୁମାପଦର ଗ୍ରାମରୁ ସୋମବାର ବନବିଭାଗ ଏକ ଅଜଗର ସାପ ଉଦ୍ଧାର କରିଛି । ଅପରାହ୍ନ ତିନି ଘଣ୍ଟା ସମୟରେ ଗୁଜୁମାପଦର ଗାଁ ଭିତରକୁ ଏହି ଅଜଗର ସାପଟି ଚାଲି ଆସିଥିଲା ।ଗାଁ ଲୋକ ଦେଖି ମଇଦଲପୁର ବନବିଭାଗକୁ ଖବର ଦେଇଥିଲେ ।ଖବର ପାଇ ବନବିଭାଗ ଅଧିକାରୀ ମଧୁସୂଦନ ପାତ୍ର ଓ କର୍ମଚାରୀ ମାନେ ଗାଁକୁ ଯାଇ ସାପଟିକୁ ଉଦ୍ଧାର କରିଥିଲେ ।ଉଦ୍ଧାର ହୋଇଥିବା ଅଜଗରର ଓଜନ ୮ କେଜି ,୯ ଫୁଟ ଲମ୍ବା ଥିବା ବେଳେ ୨ରୁ ତିନି ବର୍ଷ ହେବ | ସ୍ୱାସ୍ଥ୍ୟ ପରୀକ୍ଷା କରି ସୁରକ୍ଷା ସ୍ଥାନରେ ଛଡ଼ାଯିବ ବୋଲି ବନ ବିଭାଗ ସୂଚନା ଦେଇଛନ୍ତି | ଉଦ୍ଧାର କାର୍ଯ୍ୟରେ ବନ କର୍ମଚାରୀ ବସନ୍ତ ନାୟକ,ଝାଡେଶ୍ୱର ନାୟକ,ଜୟନ୍ତ ମାଝୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ ।
previous post