ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁଜମାପଦରରୁ ବନବିଭାଗ ଦ୍ୱାରା ଏକ ଅଜଗର ଉଦ୍ଧାର

ପାପଡାହାଣ୍ଡି,7/8, ମନିସ : – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ଗୁଜୁମାପଦର ଗ୍ରାମରୁ ସୋମବାର ବନବିଭାଗ ଏକ ଅଜଗର ସାପ ଉଦ୍ଧାର କରିଛି । ଅପରାହ୍ନ ତିନି ଘଣ୍ଟା ସମୟରେ ଗୁଜୁମାପଦର ଗାଁ ଭିତରକୁ ଏହି ଅଜଗର ସାପଟି ଚାଲି ଆସିଥିଲା ।ଗାଁ ଲୋକ ଦେଖି ମଇଦଲପୁର ବନବିଭାଗକୁ ଖବର ଦେଇଥିଲେ ।ଖବର ପାଇ ବନବିଭାଗ ଅଧିକାରୀ ମଧୁସୂଦନ ପାତ୍ର ଓ କର୍ମଚାରୀ ମାନେ ଗାଁକୁ ଯାଇ ସାପଟିକୁ ଉଦ୍ଧାର କରିଥିଲେ ।ଉଦ୍ଧାର ହୋଇଥିବା ଅଜଗରର ଓଜନ ୮ କେଜି ,୯ ଫୁଟ ଲମ୍ବା ଥିବା ବେଳେ ୨ରୁ ତିନି ବର୍ଷ ହେବ | ସ୍ୱାସ୍ଥ୍ୟ ପରୀକ୍ଷା କରି ସୁରକ୍ଷା ସ୍ଥାନରେ ଛଡ଼ାଯିବ ବୋଲି ବନ ବିଭାଗ ସୂଚନା ଦେଇଛନ୍ତି | ଉଦ୍ଧାର କାର୍ଯ୍ୟରେ ବନ କର୍ମଚାରୀ ବସନ୍ତ ନାୟକ,ଝାଡେଶ୍ୱର ନାୟକ,ଜୟନ୍ତ ମାଝୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ ।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ କୁ କନ୍ଧମାଳ ଜିଲ୍ଲାପାଳ ଦୁଇଦିନ ପାଇଁ ବନ୍ଦ ଘୋଷଣା କଲେ 

ପୁଲିଙ୍ଗପଦର ଗ୍ରାମ ଠାରେ ଥୁଆମୁଳ ରାମପୁର ତାଲୁକ ଆଇନ ପ୍ରାଧିକରଣ ସମିତି ପକ୍ଷରୁ “ନାଳସା” ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ନିଶା ନିବାରଣ ଓ ଅନୈତିକ ଚାଲାଣ ନିରୋଧ ଦିବସ ପାଳନ ୨୦୨୬ 

Sunil Chandra Nayak

Leave a Comment

error: Content is protected !!