ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୂଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟ ସରକାର ଙ୍କ ୫ଟି ସଚିବ ଭି କେ ପାଣ୍ଡିୟାନ ଙ୍କ ଉପରେ କାଳିମାଡ ଘଟଣାକୁ ନେଇ ଧର୍ମଗଡ ବିଜୁ ଜନତା ଦଳର ତୀବ୍ର ନିନ୍ଦା ସହ ନୀରବ ଶୋଭାଯାତ୍ରା

ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟ ସରକାର ଙ୍କ ୫ଟି ସଚିବ ଭି କେ ପାଣ୍ଡିୟାନ ଙ୍କ ଉପରେ ପୂରୀ ସତ୍ୟବାଦୀ ଠାରେ ହେଇଥିବା କାଳିମାଡ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଘଟଣା ପଛରେ ଥିବା ଆକ୍ରମଣ କାରୀ ଓ ଷଡ଼ଯନ୍ତ୍ର କାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦାବୀରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ନୀରବ ଶୋଭାଯାତ୍ରା କରାଯାଇଥିଲା। ବିଜୁ ଜନତା ଦଳର ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ବାଗ, ଏନ ଏ ସି ଉପାଧ୍ୟକ୍ଷା ମନୀଷା ମିଶ୍ର, ପୁର୍ବତନ ଏନ ଏ ସି ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ସରକାରୀ ଓକିଲ ରାଜେନ୍ଦ୍ର ମୁନି, ବିଧାୟକ ପ୍ରତିନିଧି ସ୍ୱାଧୀନ ବାଗ, ବିଜେଡି ନେତା ବିବେକ ରଞ୍ଜନ ମିଶ୍ର, ଲିପୁ ମହାନ୍ତି, ମୁନିରାମ ମାଝୀ, ବିକାଶ ଅଗ୍ରୱାଲ, ଉମାଶଙ୍କର ବାଗ ସମେତ ଶତାଧିକ ବିଜେଡ଼ିର କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। 

ସୂଚନାଯୋଗ୍ୟ ଯେ, ୫ଟି ସଚିବଙ୍କ ଉପରକୁ କାଳିମାଡ଼ ଘଟଣାକୁ ସାରା ରାଜ୍ୟରେ ନିନ୍ଦା କରାଯାଉଥିବା ବେଳେ ଆଜି ଧର୍ମଗଡ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ନୀରବ ଶୋଭାଯାତ୍ରା କରାଯାଇ ଏହାର ତୀବ୍ର ନିନ୍ଦା କରାଯାଇଛି। 

ଅପରପକ୍ଷରେ କାଳିମାଡ଼ ସତ୍ତ୍ବେ ଉଦାରତା ଦେଖାଇ ଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ଗିରଫ ଭାସ୍କର ସାହୁକୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ୫ଟି ସଚିବ । ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଭାସ୍କର ସାହୁକୁ ଖଲାସ କରିଛି। ରାଜନୈତିକ ଦଳ ଦ୍ବାରା ପରିଚାଳିତ ହୋଇ ଭାସ୍କର ଏଭଳି କରିଥିବା କୁହାଯାଉଛି। ରାଜ୍ୟରେ ବିକାଶମୂଳକ କାମକୁ ବିରୋଧୀ ସହ୍ୟ କରିପାରୁନାହାନ୍ତି । ଅସହିଷ୍ଣୁ ହୋଇ ଏଭଳି ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଷଡ଼ଯନ୍ତ୍ର କରିବା ଆଦୌ ଠିକ ନୁହେଁ ବୋଲି ଧର୍ମଗଡ ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି। 

ଯିଏ ବିକାଶ କାମରେ ବାହାରିଛି ତା ପାଇଁ ଏସବୁର କିଛି ଅର୍ଥ ନଥାଏ ।ଲୋକଙ୍କ କାମ କରିବ ଲୋକାଭିମୂଖୀ ସରକାର ଆଉ ଜନତାଙ୍କ ପାଖରେ ପହଞ୍ଚିବ ଉତ୍ତରଦାୟୀ ପ୍ରଶାସନ । କାହିଁକି ନା ଓଡ଼ିଶାବାସୀଙ୍କ ସେବା କରିବାର ସଂକଳ୍ପ ନେଇଛି “ମୋ ସରକାର” । ଯେତେବେଳେ ଭଲ କାମ ହୁଏ, ଲୋକଙ୍କ ବିକାଶ ହୁଏ ସେତେବେଳେ ଅନେକ ବିକାଶ ବିରୋଧୀଙ୍କ ଅସହିଷ୍ଣୁତା ଶୀର୍ଷରେ ପହଞ୍ଚିଥାଏ । ଯାହାକି ପୁରୀ ଜିଲ୍ଲା ସତ୍ୟବାଦୀରେ ପରିଲକ୍ଷିତ ହୋଇଛି।

ବିକାଶ ଅଟକାଇବାକୁ କାଳିମାଡ ଭଳି ନିନ୍ଦନୀୟ, ଘୃଣ୍ୟ, କାପୁରୁଷତା କାର୍ଯ୍ୟ । ଗୋପବନ୍ଧୁଙ୍କ ମାଟିରେ ବିଜେପିର ହୀନଉଦ୍ୟମ ହୋଇଛି। ସେବାର ସଂଗ୍ରାମୀଙ୍କ ମାଟିରେ ବିକାଶକୁ କାଳିମାଡ଼, ଷଡ଼ଯନ୍ତ୍ରକାରୀଙ୍କ ଅସହାୟତା, ଅସହିଷ୍ଣୁତା ଓ ଅପରାଗତାର ପ୍ରତିଫଳନ ବୋଲି ଧର୍ମଗଡ ବିଜୁ ଜନତା ଦଳର ନେତା ମାନେ ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନବରଙ୍ଗପୁର ଜିଲ୍ଲା ଶୌଣ୍ଡିକ ସମାଜ ର ଜିଲ୍ଲା ସମ୍ମିଳନୀ

masiha

ଛାତ୍ରୀ ମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ

masiha

ଅବ୍ୟବସ୍ଥାରେ ରାଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ

Sunil Chandra Nayak

Leave a Comment

error: Content is protected !!