ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁସୁମଖୁଣ୍ଟିରେ ମରୁଡି ସ୍ଥିତି, ଚାଷଜମିରେ ଗାଈଗୋରୁ ଛାଡିଲେ ଚାଷି

କୋକସରା,୩୧/୦୮ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ନିଆଣ୍ଟିଆ ବର୍ଷା ଯୋଗୁ ଅନେକ ପଞ୍ଚାୟତରେ ସମ୍ଭାବ୍ୟ ମରୁଡି ସ୍ଥିତି ଉତ୍କଟ ହୋଇଛି । ନିଅଣ୍ଟିଆ ବର୍ଷା ଯୋଗୁଁ ମାଟି ଫାଟି ଆଁ କରିଥିବା ବେଳେ ନିଜର ସୁନାର ଫସଲ ଆଖି ଆଗରେ ଉଜୁଡିବା ଦେଖି ଚାଷି ମାନେ ନିରାଶ ହୋଇ ଚାଷଜମିରେ ଗାଈଗୋରୁ ଛାଡିଥିବା ଦେଖିବାକୁ ମିଳିଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକ କାଉଡୋଳା ପଂଚାୟତର କୁସୁମଖୁଣ୍ଟି ଗାଁରେ । ଗାଁର ଅନେକ ଚାଷୀମାନେ ଚାଷ ହେବା ଆଶା ଛାଡି ନିରାଶ ହୋଇ ବୁଧବାର ଚାଷଜମିରେ ଗାଈଗୋରୁ, ଛେଲିମେଣ୍ଡା ପଲ ଛାଡି ଦେଇଛନ୍ତି। ଚଳିତ ବର୍ଷ ଅନାବୃଷ୍ଟି କାରଣରୁ ବ୍ଲକର ଅନେକ ପଞ୍ଚାୟତରେ ଉତ୍କଟ ମରୁଡି ପରିସ୍ଥିତି ଦେଖାଦେଇଛି। ଏହି ଅଞ୍ଚଳରେ ଚାଷ ପାଇଁ ଜଳସେଚନର କୌଣସି ସୁବିଧା ନାହିଁ । କେବଳ ବର୍ଷାକୁ ଭରସା କରି ଚାଷୀମାନେ ଚାଷ କାର୍ଯ୍ୟ ଉପରେ ନିର୍ଭର କରୁଥିବା ବେଳେ ଚାଷିମାନେ ଚାଷକାର୍ଯ୍ୟ ପାଇଁ ବିଭିନ୍ନ ବ୍ୟାଙ୍କ, ଫାଇନାନ୍ସ କମ୍ପାନୀ, ମହାଜନି ଋଣ ଆଣି ଚାଷ କରିଥିଲେ । ହେଲେ ନିଅଣ୍ଟିଆ ବର୍ଷା ଚାଷିଙ୍କ ସବୁ ଆଶାକୁ ନିରାଶାରେ ବଦଳେଇ ଦେଇଛି। ଆଗକୁ ଆଉ ବର୍ଷା ହେଲେ ମଧ୍ୟ ଚାଷ ହେବା ନେଇ ଆଶା ଛାଡି କୁସୁମଖୁଣ୍ଟି ଗାଁର ଅନେକ ଚାଷି ନିଜ ଚାଷଜମିରେ ଗାଈଗୋରୁ, ଛେଲିମେଣ୍ଡା ପଲକୁ ଛାଡିଥିବା କହିଛନ୍ତି। ଆଗକୁ ସରକାର ଚାଷିଙ୍କ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ନଦେଲେ ଦାଦନ ଯିବା ହିଁ ଏକମାତ୍ର ରାସ୍ତା ବୋଳି କ୍ଷତିଗ୍ରସ୍ତ ଚାଷି ମାନେ କହିଛନ୍ତି। କାଉଡୋଳା ଓ କୁସୁମଖୁଣ୍ଟି ଗ୍ରାମର ଚାଷି ନୀଳମାଧବ ସାହୁ, ତରୁଣ ଧ.ମାଝୀ, ଦିନେଶ କୁମାର ଧ. ମାଝୀ, ବିନୋଦ ଧ. ମାଝୀ, ଯୁଗେଶ୍ୱର ନାଗ, ମାନସିଂ ପାଣିଗ୍ରାହୀ, ଗୁପ୍ତେଶ୍ଵର ଧ. ମାଝୀ ସମେତ ଅନ୍ୟ ଚାଷିଙ୍କ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ନେଇ ଅଭିଯୋଗ କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜିଳ୍ଲା ସିଭିଲ କୋଟଠାରେ ବିଜୟ ଉତ୍ସବ ପାଳିତ

Sunil Chandra Nayak

କେସିଙ୍ଗା ବ୍ଲକ ସ୍ତରିୟ ଯାଦବ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

Sunil Chandra Nayak

ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ରଞ୍ଜୁଲତା

masiha

Leave a Comment

error: Content is protected !!