ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା ସର୍ବମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଡଙ୍ଗର ଯାତ୍ରା ପାଳିତ

ମା ସର୍ବମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଡଙ୍ଗର ଯାତ୍ରା ପାଳିତ

କୋକସରା,୫/୯  //  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡକୁ ଲାଗି ରହିଛି ସାହାଜଖୋଲ ସଂରକ୍ଷିତ ଜଙ୍ଗଲ । ଏହି ଅଞ୍ଚଳର ଜନଜାତି ଓ ଗ୍ରାମବାସୀ କେଉଁ ଏକ ଆବାହମାନ କାଳରୁ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ମା’ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣୀଙ୍କୁ ପୂଜାକରି ଆସୁଛନ୍ତି । ଦେବୀଙ୍କ ଛତ୍ରଛାୟାରୁ ଗ୍ରାମବାସୀ ମାନେ ସୁସ୍ଥ ହୋଇ ଏହି ଅଞ୍ଚଳରେ ବସବାସ କରୁଥିବା ଯୋଗୁଁ ପ୍ରତିବର୍ଷ ଶ୍ରାବଣ ମାସ ପୂର୍ଣ୍ଣିମା ପରେ ପଡୁଥିବା ମଙ୍ଗଳବାର ଦିନ ଦେବୀ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣୀଙ୍କୁ ପୂଜା କରାଯାଏ । ଡଙ୍ଗର ଯାତ୍ରା ନାମରେ ନାମିତ ଏହି ପର୍ବରେ ଗ୍ରାମବାସୀ ମାନେ ମିଳିତ ଭାବେ କାଳିସୀ ଓ ଗ୍ରାମ ପୁଝାରୀଙ୍କ ଗହଣରେ ଗୋତମୁଣ୍ଡା ଗ୍ରାମରୁ ପ୍ରାୟ ୩ କିମି ରାସ୍ତା ଚାଲିଚାଲି କାଳିସୀ ଓ ଲାଠି ଯାତ୍ରାରେ ବାହାରି ଜଙ୍ଗଲ ମଧ୍ୟରେ ଥିବା ଦେବୀଙ୍କ ଆସ୍ଥାନରେ ପହଞ୍ଚି ପୂର୍ବ ନିର୍ଦ୍ଧାରିତ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥାନ୍ତି । ଜଙ୍ଗଲ ପରିବେଶ ମଧ୍ୟରେ ଥିବା ଦେବୀଙ୍କ ମନ୍ଦିରରେ ମାନସିକ ଧାରୀ ଶ୍ରଦ୍ଧାଳୁ ମାନେ ଶୁକ୍ଳ ଭୋଗ ସହ କୁକୁଡ଼ା ବୋଦା ବଳି ଦେଇ ନିଜର ମାନସିକ ପୁରଣ କରନ୍ତି । ଜନଶ୍ରୁତି ଅନୁସାରେ ଦଣ୍ଡପାଟ ଅଞ୍ଚଳର ଦେବୀ ଦଣ୍ଡ ପାଟିଆଣୀ ଏଠାରେ ପ୍ରଥମେ ପୂଜା ପାଉଥିବା ବେଳେ ଏହି ଡଙ୍ଗର ଯାତ୍ରା ପରେ ଦଣ୍ଡପାଟ ଅଞ୍ଚଳର ଲୋକମାନେ ନୂଆଖାଇ ପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି । ଏହି ଡଙ୍ଗର ଯାତ୍ରାରେ ଶତାଧିକ ମାନସିକ ଧାରୀମାନେ ମାଙ୍କ ନିକଟରେ ଶୁକ୍ଳ ଭୋଗ ସହ ପାରା, କୁକୁଡା ଓ ବୋଦା ବଳି ଦେଇ ନିଜର ମାନସିକ ପୂରଣ କରୁଥିବା ବେଳେ ପଶୁପକ୍ଷୀଙ୍କ ରକ୍ତରେ ଦେବୀଙ୍କ ପୀଠ ରକ୍ତରଞ୍ଜିତ ହୋଇପଡେ । ପଡୋଶୀ ରାଜ୍ୟ ଛତିଶିଗଡ ବସ୍ତର ଓ ନବରଙ୍ଗପୁର ଜିଲ୍ଲାରୁ ଶତାଧିକ ଶ୍ରଦ୍ଧାଳୁ ଏହି ଯାତ୍ରାକୁ ଆସିଥାନ୍ତି । ମଙ୍ଗଳବାର ମା ସର୍ବମଙ୍ଗଳା ଘାଟି ମୁଣ୍ଡିଆଣି ଡଙ୍ଗର ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ତଥାପି ଗ୍ରାମ୍ୟ କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ସଚେତନ କରାଯାଇଛି । ଯାତ୍ରା କମିଟିର ସଭାପତି ହେମନ୍ତ ମାଝୀଙ୍କ ନେତୃତ୍ୱରେ ଗୋତୋମୁଣ୍ଡା ଗ୍ରାମର ଗଣା ମଳୟ ବାଗ, ଶିରା ଦେବିସିଂ ମାଝୀ, ଅଖିଳ ମାଝୀ, ଅମୁଲ୍ୟ ମାଝୀ, ମୁରଲୀ ଅନ୍ତି, ପୂର୍ଣ୍ଣଚନ୍ଦ୍ର ନାଏକ, ଭରତ ପୁଝାରୀ, ରତନ ମାଝୀ, ହିମାଂଚଳ ପୁଝାରି, ବଲରାମ ମାଝୀ, ମୁକୁନ୍ଦ ନାଗେସ, ଲଷ୍ମୀଧର ପଟେଲ, ପାର୍ଥବ ମାଝୀ, ପୂର୍ଣ୍ଣଚନ୍ଦ୍ର ନାଏକ, ନିରଞ୍ଜନ ବାଗ,କୁବେର ହଂସ, ବଲିୟାରସିଂ ମରେଇ, ସରପଞ୍ଚ ପ୍ରତିନିଧି ହିମାଞ୍ଚଳ ପୁଝାରୀ, ଈଶରାମ ଟୋଲଟିଆ ପ୍ରମୁଖ ଏହି ଘାଟି ମୁଣ୍ଡିଆଣି ଡଙ୍ଗର ଯାତ୍ରାରେ ଉପସ୍ଥିତ ରହି ସହଯୋଗ କରିଥିଲେ । ଦେବୀଙ୍କ ସେବକ ମନୋହର ପୁଝାରୀ, ପୀତାମ୍ବର ପୁଝାରୀ, ବଳି ପୀଠ ପୁଝାରୀ ଗଣନାଥ ପୁଝାରୀ ଦେବୀଙ୍କ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ମାନସିକ ଧାରି ଶ୍ରଦ୍ଧାଳୁ ମାନେ ମାଙ୍କ ପାଖରେ ଶୁକ୍ଲଭୋଗ ସହ ରକ୍ତଭୋଗ ଅର୍ପଣ କରି ନିଜର ମାନସିକ ପୁରଣ କରିଥିଲେ ଓ ମନ୍ଦିର ପରିସରରେ ଥିବା ଜଙ୍ଗଲ ମଧ୍ୟରେ ମା ଙ୍କ ପ୍ରସାଦ ସେବନ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଗୋତୋମୁଣ୍ଡା ଫାଣ୍ଡି ଅଧିକାରୀ ମନୋଜ ନାଏକଙ୍କ ସମେତ ଆଇ ଆର୍ ବି ଜବାନ ମାନେ ମୁତୟନ ହୋଇଥିଲେ ।

         ମସିହା ନିୟୁଜ୍ ସର୍ଭିସ୍ 

Related posts

ଆଦିବାସୀଙ୍କ ଅନ୍ୟନ୍ୟ ପର୍ବ ପୌଷପର୍ବ ସମାରୋହରେ ପାଳିତ

Sunil Chandra Nayak

ଖୋଲିଲା ବାଣପୁର ମା’ଭଗବତୀଙ୍କ ଭିତର ହୁଣ୍ଡି !!!

Sunil Chandra Nayak

ନିଆଁରା ପରମ୍ପରା,ମା ହିଙ୍ଗୁଳାଙ୍କ କଚେରିରେ ଶରଣାଗତ ହେଲେ ମାନସିକଧାରୀ

Sunil Chandra Nayak

Leave a Comment

error: Content is protected !!