ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଗଳର ସେବା ସୁଶ୍ରୁଷା କରି ଉଦାହରଣ ସ୍ରୁଷ୍ଟି କଲେ

ପାଗଳର ସେବା ସୁଶ୍ରୁଷା କରି ଉଦାହରଣ ସ୍ରୁଷ୍ଟି କଲେ

ଲାଞ୍ଜିଗଡ଼,୧୬/୦୯(ମନିସ)-ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରରେ ଭାରସାମ୍ୟ ହରାଇ ପାଗଳପ୍ରାୟ ଘୁରି ବୁଲୁଥିବା ଜଣେ ବ୍ୟକ୍ତିଙ୍କୁ ସଫାସୁତୁରା କରିବା ସହିତ ନୂଆ ପୋଷାକ ପିନ୍ଧାଇ ଉଦାହରଣ ସ୍ରୁଷ୍ଟି କରିଛନ୍ତି ଦୁଇଜଣ ବ୍ୟକ୍ତିବିଶେଷ ! ଜଣେ ହେଉଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ ଓ ଅନ୍ୟ ଜଣେ ହେଉଛନ୍ତି ପୂର୍ବତନ ବିସିସିବି ବ୍ୟାଙ୍କ କର୍ମଚାରୀ ତଥା ସମାଜସେବୀ ଓ ବିଶ୍ବନାଥପୁର ତ୍ରିନାଥ ମନ୍ଦିର ପରିଚାଳନା କମିଟିର ସଭାପତି ମନୋରଞ୍ଜନ ବିଶି ! ଦୁଇଜଣ ମିଶି ଆଜି ପର୍ଶୁରାମ ନାମକ ଜଣେ ପାଗଳକୁ ଉଦ୍ଧାର ତାର କେଶ କଟାଇ ସଫା କରିବା ପରେ ଗାଧୁଆପାଧୁଆ କରାଇ ନୂଆ ପୋଷାକ ପିନ୍ଧିବାକୁ ଦେଇଥିଲେ ! ଏହାସହିତ ଖାଇବା ପିଇବାକୁ ଦେଇଥିଲେ ! ଉଭୟଙ୍କ ଏଭଳି ମହତ୍ କାମକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି ! ଉଭୟଙ୍କ ଏଇ କାମରେ ପ୍ରମୋଦ ବାରିକ ସହାୟତା କରିଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ତିରିଂ ବ୍ଳକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

Sunil Chandra Nayak

ଡାବୁଗାଁ ପଞ୍ଚାୟତ ସମିତି ସାଧାରଣ ବୈଠକ 

masiha

ଭବାନୀପାଟଣା ବସଷ୍ଟାଣ୍ଡରେ ଥିବା ମିଶନ୍ ଶକ୍ତି କାଫେ ର ଉଦ୍ଘାଟନ

masiha

Leave a Comment

error: Content is protected !!