ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ରେ ବିଜେପିର ମୁକେଶ ଅଗ୍ରୱାଲ ଅଧ୍ୟକ୍ଷ ନିର୍ବାଚିତ

ଜୁନାଗଡ଼୨୬/୩(ନି.ପ୍ର)ପୋୖର ନିର୍ବାଚନ ରେ ବିଜେପି ର ମୁକେଶ ଅଗ୍ରୱାଲ ୫୮୮୯ଭୋଟ୍ ପାଇ ବିଜୟ ଲାଭ କରିଛନ୍ତି l ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ି ର ମହେଶ ସାହୁ ଙ୍କ ଠାରୁ୧୧୭୪ଭୋଟ୍ ରେ ବିଜୟୀ ହୋଇଛନ୍ତି l ଏହି ଆସନ ରେ ମୋଟ ୧୪୭୪୩ ଭୋଟର ମଧ୍ୟରୁ ୧୧୦୯୫ ମତଦାନ ହୋଇଥିଲା l ଏଠାରେ ୪ଜଣ ଅଧ୍ୟକ୍ଷ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ l ବିଜେପି ର ମୁକେଶ ଅଗ୍ରୱାଲ ସର୍ବାଧିକ ୫୮୮୯, ବିଜେଡ଼ି ର ମହେଶ ସାହୁ ୪୭୧୫, କଂଗ୍ରେସ ର ୨୪୨ଏବଂ ସ୍ଵାଧୀନ ପ୍ରାର୍ଥୀ ଉଦୟ ନାଥ ଦାସ ୧୧୦ ଭୋଟ୍ ପାଇଛନ୍ତି l ସେହିପରି ୧୨ଟି ୱାର୍ଡ ରେ ବିଜେଡି ର୧୦ ଜଣ ୱାର୍ଡ ସଭ୍ୟ ଏବଂ ବିଜେପି ର୨ଜଣ ୱାର୍ଡ ସଭ୍ୟ ଵିଜୟ ଲାଭ କରିଛନ୍ତି l ସେମାନଙ୍କ ମଧ୍ୟରୁ୧ରେ ଗୋପାଳ ଚନ୍ଦନ,୨ରେ ସଚିନ ଅlନ୍ଦାନି,୩ ରେ କାହ୍ନୁ ଚରଣ ବଇଠାରୁ, ୪ ରେ ହିମାଦ୍ରୀ ସିନ୍ଦୁର, ୫ ରେ ପୁଷ୍ପାଞ୍ଜଳି ଦଣ୍ଡସେନା, ୮ ରେ କୁନି ଶବର, ୯ ରେ ଭୂପେନ୍ଦ୍ର ଦଣ୍ଡସେନା, ୧୦ ରେ ହିମାଦ୍ରୀ ନାୟକ, ୧୧ ରେ ମୀନତି ମାଝୀ, ୧୨ ରେ ଚକ୍ର ବାଗ , ସେହିପରି ବିଜେପି ର ୬ ୱାର୍ଡ ରେ ମାଧବୀ ବାଗ, ୭ ରେ ମଞ୍ଜୁ ଲତା ସେଠି ୱାର୍ଡ଼ ସଭ୍ଯ ଭାବେ ବିଜୟୀ ହୋଇଛନ୍ତି l ବିଜୟି ଅଧ୍ୟକ୍ଷ ପାର୍ଥି ଙ୍କୁ ବିଜେପି ର ବିରୋଧୀ ଦଳ ନେତା ପ୍ରଦୀପ ନାଏକ ,ସାଂସଦ ବସନ୍ତ ପଣ୍ଡା,ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ପୂର୍ବତନ ବ୍ଲକ ଅଧକ୍ଷ୍ୟ ମନୋଜ ମେହେର ବରିଷ୍ଠ କର୍ମ କର୍ତ୍ତା ଓ ଜନସାଧାରଣ ଅଭିନନ୍ଦନ ଜଣାଇଛନ୍ତି l ବିଜୟୀ ପ୍ରାର୍ଥୀ ଙ୍କ ପକ୍ଷରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ବିଜୟ ଉତ୍ସବ ପାଳନ କରିଥିଲେ। ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

ଗଛ ରୁ ପଡି ବୃଦ୍ଧ ଙ୍କ ମୃତ୍ୟୁ, ପୋଲିସ ର ତଦନ୍ତ ଜାରି

Sunil Chandra Nayak

କର୍ଲାମୁଣ୍ଡା ଜୋନ୍ ‘ଖ’ରେ କଂଗ୍ରେସ ପ୍ରାର୍ଥୀ ସୁରେଶ ଚୌଧୁରୀ ବିଜୟୀ

Sunil Chandra Nayak

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଙ୍କ କବିତା ବଂଶୀ ର ସୁର

Leave a Comment

error: Content is protected !!