ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ରେ ବିଜେପିର ମୁକେଶ ଅଗ୍ରୱାଲ ଅଧ୍ୟକ୍ଷ ନିର୍ବାଚିତ

ଜୁନାଗଡ଼୨୬/୩(ନି.ପ୍ର)ପୋୖର ନିର୍ବାଚନ ରେ ବିଜେପି ର ମୁକେଶ ଅଗ୍ରୱାଲ ୫୮୮୯ଭୋଟ୍ ପାଇ ବିଜୟ ଲାଭ କରିଛନ୍ତି l ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ି ର ମହେଶ ସାହୁ ଙ୍କ ଠାରୁ୧୧୭୪ଭୋଟ୍ ରେ ବିଜୟୀ ହୋଇଛନ୍ତି l ଏହି ଆସନ ରେ ମୋଟ ୧୪୭୪୩ ଭୋଟର ମଧ୍ୟରୁ ୧୧୦୯୫ ମତଦାନ ହୋଇଥିଲା l ଏଠାରେ ୪ଜଣ ଅଧ୍ୟକ୍ଷ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ l ବିଜେପି ର ମୁକେଶ ଅଗ୍ରୱାଲ ସର୍ବାଧିକ ୫୮୮୯, ବିଜେଡ଼ି ର ମହେଶ ସାହୁ ୪୭୧୫, କଂଗ୍ରେସ ର ୨୪୨ଏବଂ ସ୍ଵାଧୀନ ପ୍ରାର୍ଥୀ ଉଦୟ ନାଥ ଦାସ ୧୧୦ ଭୋଟ୍ ପାଇଛନ୍ତି l ସେହିପରି ୧୨ଟି ୱାର୍ଡ ରେ ବିଜେଡି ର୧୦ ଜଣ ୱାର୍ଡ ସଭ୍ୟ ଏବଂ ବିଜେପି ର୨ଜଣ ୱାର୍ଡ ସଭ୍ୟ ଵିଜୟ ଲାଭ କରିଛନ୍ତି l ସେମାନଙ୍କ ମଧ୍ୟରୁ୧ରେ ଗୋପାଳ ଚନ୍ଦନ,୨ରେ ସଚିନ ଅlନ୍ଦାନି,୩ ରେ କାହ୍ନୁ ଚରଣ ବଇଠାରୁ, ୪ ରେ ହିମାଦ୍ରୀ ସିନ୍ଦୁର, ୫ ରେ ପୁଷ୍ପାଞ୍ଜଳି ଦଣ୍ଡସେନା, ୮ ରେ କୁନି ଶବର, ୯ ରେ ଭୂପେନ୍ଦ୍ର ଦଣ୍ଡସେନା, ୧୦ ରେ ହିମାଦ୍ରୀ ନାୟକ, ୧୧ ରେ ମୀନତି ମାଝୀ, ୧୨ ରେ ଚକ୍ର ବାଗ , ସେହିପରି ବିଜେପି ର ୬ ୱାର୍ଡ ରେ ମାଧବୀ ବାଗ, ୭ ରେ ମଞ୍ଜୁ ଲତା ସେଠି ୱାର୍ଡ଼ ସଭ୍ଯ ଭାବେ ବିଜୟୀ ହୋଇଛନ୍ତି l ବିଜୟି ଅଧ୍ୟକ୍ଷ ପାର୍ଥି ଙ୍କୁ ବିଜେପି ର ବିରୋଧୀ ଦଳ ନେତା ପ୍ରଦୀପ ନାଏକ ,ସାଂସଦ ବସନ୍ତ ପଣ୍ଡା,ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ପୂର୍ବତନ ବ୍ଲକ ଅଧକ୍ଷ୍ୟ ମନୋଜ ମେହେର ବରିଷ୍ଠ କର୍ମ କର୍ତ୍ତା ଓ ଜନସାଧାରଣ ଅଭିନନ୍ଦନ ଜଣାଇଛନ୍ତି l ବିଜୟୀ ପ୍ରାର୍ଥୀ ଙ୍କ ପକ୍ଷରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ବିଜୟ ଉତ୍ସବ ପାଳନ କରିଥିଲେ। ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

ଛାତ୍ର ଗଢିଲେ ଗଣେଶ ମୂର୍ତ୍ତି

Sunil Chandra Nayak

ବୋଲବମ ଭକ୍ତ ଙ୍କୁ ପାଣିଢ଼ାଳି ଉତ୍ସାହିତ କଲେ ବିଧାୟକ 

Sunil Chandra Nayak

ଆଦିବାସୀ ସଂଘର ବ୍ଲକ ସ୍ତରୀୟ ନୂଆଖାଇ ଭେଟଘାଟ

Sunil Chandra Nayak

Leave a Comment

error: Content is protected !!