ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଡିଓଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୁଆଁ ଦାୟିତ୍ୱ

ବିଡିଓଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୁଆଁ ଦାୟିତ୍ୱ 

କୋଲନରା,ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି କୋଲନରା ବ୍ଲକର ପୂର୍ବତନ ବିଡିଓ ଗୌରଚନ୍ଦ୍ର ପଟ୍ଟନାୟକ। ଗତକାଲି ସରକାରଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ପଟ୍ଟନାୟକ କୋଲନରା ବ୍ଳକର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଏଲ୍ ଲକ୍ଷ୍ମୀନାରାୟଣ ପାତ୍ରଙ୍କୁ ଦାୟିତ୍ଵ ହସ୍ତାନ୍ତର କରି ନୂତନ ସ୍ଥାନରେ ଯୋଗଦେଇଛନ୍ତି। ସେ କୋଲନରା ବିଡିଓ ଭାବେ ଯୋଗ ଦେବା ପରେ ବ୍ଲକର ସମସ୍ତ ଗ୍ରାମପଞ୍ଚାୟତ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହିତ ତାହାର ସମାଧାନ ଦିଗରେ ପଦକ୍ଷେପ ନେଉଥିଲେ। ଗାଁ ଗାଁରେ ଉନ୍ନୟନ କାର୍ଯ୍ୟ, ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ଗ୍ରାମୀଣ ପାର୍କ, ଅମୃତ ପୋଖରୀ କରିବା ସହିତ ବ୍ଲକ କାର୍ଯ୍ୟାଳୟକୁ ମଧ୍ୟ ନୂତନ ଢାଞ୍ଚାରେ ପରିବର୍ତ୍ତନ କରିଥିଲେ । ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ ମଧ୍ୟ ପଦକ୍ଷେପ ନେଇଥିଲେ। କିଲାନି ଗାଁରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିବା ବେଳେ, ଦୁମୁକୁପାଡ଼ୁ ଗାଁରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗଦେବା ପରେ ସେଠାରେ ମଧ୍ୟ ଏଭଳି କାର୍ଯ୍ୟ ଜାରି ରଖିବେ ବୋଲି କୁହାଯାଇଛି।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍

Related posts

କାଶୀପାଣି ଗାଁ ରେ ସିର୍ପା ସୋଳେ ( ପୁରସ୍କାର ଭୋଜିଖିଆ) କାର୍ଯ୍ୟକ୍ରମ

masiha

ସମୂହ ରକ୍ତଦାନ ର ପ୍ରତିଜ୍ଞା ନେଇ ଭାରତୀୟ ଔଷଧ ବ୍ୟବସାୟୀ ସଂଘ୍ (AIOCD) ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ରେ ନାମ ଦର୍ଜ୍ କଲା

masiha

ଶିବରାତ୍ରି ଲାଗି ନବରଙ୍ଗପୁର ଜିଲ୍ଲା ଚଳ ଚଞ୍ଚଳ

masiha

Leave a Comment

error: Content is protected !!