ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ,ଗୋଟିଏ ବିଦ୍ୟାଳୟ ରେ ୩୬ ବର୍ଷ 

ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ,ଗୋଟିଏ ବିଦ୍ୟାଳୟ ରେ ୩୬ ବର୍ଷ 

ଚିଲିଗୁଡା ତା ୩୧/୧୦ ( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣି ଜରା ଗ୍ରାମ ପଞ୍ଚାୟତ ର ପୁରୁଣା ସର ଗ୍ରାମରେ ଥିବା ନୀଳ କଣ୍ଠେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ଗ୍ରାମର ଜ।ମିନିକାନ୍ତ ପାଣିଗ୍ରାହୀ ପ୍ରଧାନ ଶିକ୍ଷକ ଭାବରେ ଦାୟିତ୍ୱ ନେଇଥିଲେ ।ପ୍ରକାଶ ଥାଉକି ଗ୍ରାମର ବରିଷ୍ଠ ଶିକ୍ଷାବିତ ,ସମାଜସେବୀ ,ବିଦ୍ୟାଳୟର ପ୍ରତିଷ୍ଠାତା ସୁଧାଂଶୁ ଶେଖର ନେଗି ପୁରୁଣା ସର ଗ୍ରାମରେ ଏକ ବେସରକାରୀ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।ଦୀର୍ଘ ବର୍ଷ ପରେ ଏହି ବିଦ୍ୟାଳୟ ଟି ସରକାରୀ ମାନ୍ୟତା ପାଇଥିଲା । ବର୍ତ୍ତମାନ ଏହି ବିଦ୍ୟାଳୟଟି ଏବେ ସୁନ୍ଦର ପରିବେଶ ଏବଂ ଆଦର୍ଶ ଭାବରେ ପରିଚିତ । ଜ।ମିନିକାନ୍ତ ପାଣି ଗ୍ରାହୀ ଗତ ତା ୯/୭/୧୯୮୭ ମସିହାରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରି ଅନେକ ଛାତ୍ର ଛାତ୍ରୀ ,ଅଭିଭାବକ ଓ ଗ୍ରାମର ସମସ୍ତଙ୍କ ହୃଦୟ ସିହଂ।ସନରେ ଅଭିଷିକ୍ତ ହୋଇଥିଲେ ।ଶିକ୍ଷା ଦାନକୁ ଜୀବନର ଏକ ଶ୍ରେଷ୍ଠ ବ୍ରତ ଭାବରେ ଗ୍ରହଣ କରି ଦୀର୍ଘ ୩୬ ବର୍ଷ କାଳ ନିଜ କର୍ମ ସମ୍ପାଦନ କରିଥିଲେ ।ଆଜି ଅବସର ଗ୍ରହଣ ଅବସରରେ କ୍ଳ ଷ୍ଟର ସ୍ତରୀୟ ଏକ ସଭାର ଆୟୋଜନ କରାଯାଇଥିଲା ।ଏଥିରେ ଏ ବି ଇ ଓ ଠାକୁର ସାର ,ଜିଲ୍ଲା ଶିକ୍ଷା ସଂଘର ସଭାପତି ଧୀରେନ୍ଦ୍ର ପଟ୍ଟନାୟକ ,ବ୍ଲକ ଶିକ୍ଷା ସଂଘର ସଭାପତି ସରୋଜ ପଣ୍ଡା ,ବରିଷ୍ଠ ଶିକ୍ଷାବିତ ସୁଧାଂଶୁ ଶେଖର ନେଗି , ବଣି ଜରା ସରପଞ୍ଚ ଦିବ୍ୟ ଭାରତୀ ଲହଜଳ ,ଜୁନାଗଡ଼ ଲଙ୍କେଶ୍ୱରୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋରଞ୍ଜନ ପାଣିଗ୍ରାହୀ , ସି ଆର ସି ସି ରାଜେଶ ସେଠ ,ସୁନୀଲ ମେହେର ,ପ୍ରଦୀପ ଭୋଇ , ଚିତ୍ତ ରଞ୍ଜନ ପାଣିଗ୍ରାହୀ ,ଅବସର ପ୍ରଧାନ ଶିକ୍ଷକ ପୁର୍ଣ ଚନ୍ଦ୍ର ପାଣିଗ୍ରାହୀ ,ଦିଲୀପ ମେହେର ,ବାଲ୍ମୀକି ନ।ଏକ ,ବିନୋଦ ପଟେଲ ,ରାମଚନ୍ଦ୍ର ଲହଜଳ ,ୟସ ପାଳ ପଣ୍ଡା ,ସୁନ୍ଦରମଣି ପଟେଲ ତଥା ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ,ସହକାରୀ ଶିକ୍ଷକ ତଥା ଗ୍ରାମର ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପ୍ରଧାନ ଶିକ୍ଷକ ଜ।ମିନିକାନ୍ତ ପାଣି ଗ୍ରାହୀଙ୍କୁ ଆଜି ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ତାଙ୍କର ସୁଖମୟ ଜୀବନ କାମନା କରିଥିଲେ ।କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସହକାରୀ ଶିକ୍ଷକ ରଘୁରାଜ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ 

masiha

ରାକ୍ଷୀ ପୁର୍ଣିମା ଅବସରରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ବଣ୍ଟନ  “ଜିଲ୍ଲାରୁ ଉପକୃତ ହେବେ ୭୬୬ମହିଳା”

Sunil Chandra Nayak

ହିନ୍ଦୁ ଭାଇ ମାନଙ୍କ ତରଫରୁ ମୁସଲିମ ମାନଙ୍କୁ ଇଫତିଆର ପାର୍ଟିର ଆୟୋଜନ

Sunil Chandra Nayak

Leave a Comment

error: Content is protected !!