ଆନ୍ଧ୍ର ଗୁଣ୍ଟୁର ରୁ ୮ ଦିନ ହେଲା ଚାଲି ଆସୁ ଥିଲା ଦାଦନ ଶ୍ରମିକ, ରାସ୍ତା ରେ ଦେଖି ସହାୟତl ର ହାତ ବଢ଼ାଇଲେ ଦୁଇ ପଞ୍ଚାୟତ ଅଧିକାରୀ
ଜୁନାଗଡ଼,୧୪/୧୨(ମ ନି ସ)ଆନ୍ଧ୍ର ପ୍ରଦେଶ ର ଗୁଣ୍ଟୁର ଠାରେ ଏକ ହୋଟେଲ ରେ କାମ କରୁଥିବା ମିସ୍ତ୍ରୀ ଦିର୍ଘ ୬ ମାସ ରୁ ଉର୍ଦ୍ଧ କାମ କରିବା ସତ୍ତ୍ୱେ ମାଲିକ ପ୍ରାପ୍ୟ ନ ଦେବାରୁ ଶେଷରେ କୋଣସି ଉପାୟ ନ ପାଇ ଶ୍ରମିକ ଜଣକ ୮ ଦିନ ହେଲା ନିଜ ଗାଁ ଚାଲି ଚାଲି ଆସୁଥଲେ l ଆନ୍ଧ୍ରା ଗୁଣ୍ଟୁର ରୁ ଚାଲି ଆସୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାର ହଲଦି ପଞ୍ଚାୟତ ର ସରପଞ୍ଚ ଓ ପିଇଓ ଉକ୍ତ ଶ୍ରମିକ କୁ ରାସ୍ତା ରୁ ଉଦ୍ଧାର କରି ଜୁନାଗଡ କୁ ଆଣି ବସ ଯୋଗେ ତାଙ୍କ ଘର ସମ୍ବଲପୁର କୁ ପଠାଇ ଥିବା ହେତୁ ତାଙ୍କ ଉଦାର ପଣିଆ ଦେଖିଥିବାରୁ ସାଧାରଣ ରେ ପ୍ରସଂଶା କରାଯାଇଛି l ସୂଚନା ରୁ ପ୍ରକାଶ ଯେ ସମ୍ବଲପୁର ଧନୁ ପାଳି ଅଞ୍ଚଳ ର ବାସିନ୍ଦା କୃଷ୍ନ ଚନ୍ଦ୍ର ପଣ୍ଡା (୫୯)ଦିର୍ଘ ୬ ମାସ ହେଲା ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ସହର୍ ର ଏକ ହେଟେଲ ରେ ଜଳେଶ୍ଵର ର ବିଶୁ ନାମକ ବ୍ୟକ୍ତି ଙ୍କ ସହିତ ରୋଷେୟା ଭାବେ କାମ କରିବାକୁ ଯାଇଥିଲେ l ସେଠାରେ ଦୀର୍ଘ ୬ ମାସହେଲା ହୋଟେଲ ମାଲିକ ତାଙ୍କ ପ୍ରାପ୍ୟ ମାଗିବାରୁ ତାଙ୍କୁ ମାରପିଟ କରି ପ୍ରାପ୍ୟ ଦେଉନଥିଲେ l ଅନେକ୍ ନେହୁରା ହୋଇ ଉକ୍ତ ଶ୍ରମିକ ଜଣକ ପ୍ରାପ୍ୟ ମାଗିବା ପାଇଁ କିମ୍ବା ଘରକୁ ଯିବା ପାଇଁ କହିବ ସ୍ଵତେ ମାଲିକ କିଛି ଶୁଣୁ ନଥିଲେ ଏବଂ ଅକଥନୀୟ ଅତ୍ୟାଚାର କରୁଥିବା ଉକ୍ତ ଶ୍ରମିକ ପ୍ରକାଶ କରିଛନ୍ତି l ଶେଷରେ ନିଜ ଘରକୁ ବାହାରିବା ବେଳେ ହୋଟେଲ ମାଲିକ ତାଙ୍କ ର ସମସ୍ତ ସମାନ୍ ପତ୍ର ଛଡ଼ାଇ ନେଇଥିଲେ l ତାଙ୍କ ପାଖରେ କୋଣସି ଟଙ୍କା ପଇସା କିମ୍ବା ସାଧ୍ୟ ନଥିବା ରୁ ସେ ସେଠାରୁ ଲୁଚି ଚାଲି ଚାଲି ଅlଠ ଦିନ ହେଲା ଆସୁଥିଲେ l ଏପରିକି ଓଡିଶା ମଧ୍ୟ ରେ ଆସି ଆମପାଣି ଠାରେ ରାସ୍ତା ଭୁଲି ବିଜୁ ଏକ୍ସପ୍ରେସ ୱେ ରେ ଗୋଲାମୁଣ୍ଡା ଚାଲି ଯାଇଥିଲେ l ଏହି ସମୟ ରେ ଯାଉଥିବା ବେଳେ ଶ୍ରମିକ ଜନକ ଖମାର୍ ହଲଦି ପିଇଓ ବିଶ୍ଵ ରଞ୍ଜନ ପଣ୍ଡା ଓ ସରପଞ୍ଚ ରବିନ୍ଦ୍ର ମୁଣ୍ଡ ଙ୍କୁ ଦେଖି ସମ୍ବଲପୁର ରାସ୍ତା କୁଆଡେ ବୋଲି ପଚାରିଲେ l ଏହା ପରେ ଶ୍ରମିକ ଜଣକ ତାଙ୍କ ଘଟଣା ଅବଗତ କରାଇବା ରୁ ଏହି ଦୁଇ ପଞ୍ଚାୟତ ଅଧିକାରୀ ଶ୍ରମିକ ଙ୍କୁ ଖାଇବାକୁ ଦେଇ ତାଙ୍କୁ ସନ୍ଧ୍ୟାରେ ଗାଡିରେ ଜୁନାଗଡ ଆଣି ବସ୍ ଯୋଗେ ସମ୍ବଲପୁର ଯିବାପାଇଁ ଟିକେଟ କରିଦେଇଥିଲେ l ଏହିସମୟ ରେ ଜୁନାଗଡ ସହର ର ସାମାଜ ସେବି ଷଷ୍ଠି ବେହେରା ଓ ଜୁନାଗଡର କେତେ ସାମ୍ବାଦିକ ଉପସ୍ଥିତ ରହି ଉକ୍ତ ଶ୍ରମିକ ର ଅବସ୍ତା ଅବଗତ ହେବା ସହ ତାଙ୍କୁ ସହାୟତା ଯୋଗାଇଦେବା ସହ ସ୍ତାନୀୟ ପୋଲିସ ପ୍ରଶାସନ କୁ ଅବଗତ କରାଈଥିଲେ l ଘଟଣା ସ୍ତଳ ରେ ପୋଲିସ କର୍ମ ଚାରି ଉପସ୍ଥିତ ରହି ସମସ୍ତେ ମିଶି ସମ୍ବଲପୁର ଗାଡିରେ ତାଙ୍କୁ ସୁରକ୍ଷିତ ଅବସ୍ତା ରେ ସମ୍ବଲପୁର ଘରେ ପହଞ୍ଚିବା ପାଇଁ ବ୍ୟବସ୍ଥା କରିଥିଲେ l ଏହି ବଦାନ୍ୟ ଘଟଣା କୁ ନେଇ ସାଧାରଣରେ ପ୍ରସଂଶା କରାଯାଇଥିବା ଦେଖିବାକୁ ମିଳିଛି l