ସେକ୍ଟର -୧୬ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ) ପରିସରରେ ଶିଶୁଦିବସ ପାଳନ
ରାଉରକେଲା/ସେକ୍ଟର – ୧୬ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ‘କ’ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କାବେରୀ ଭଞ୍ଜ ଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଆଜିର ଏହି ଦିବସରେ ଅବସରପ୍ରାପ୍ତ ଶିକ୍ଷକ ତଥା ଜାତୀୟ ଫୁଟବଲ ରେଫେରୀ ଭାସ୍କର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସଭା ଆରମ୍ଭରେ ସ୍ବାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଜବାହାରଲାଲ ନେହେରୁ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସଙ୍ଗେ ସଙ୍ଗେ , ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ନନ୍ଦ ଶିଶୁଦିବସ ଉପରେ ବକ୍ତବ୍ୟ ରଖିବା ସହ ଶିଶୁ ମାନଙ୍କୁ ଭଲ ମଣିଷଟିଏ ହେବାପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷୟିତ୍ରୀ ପ୍ରମିଳା ପ୍ରଧାନ, ରେଣୁବାଳା ରାଉତ, ଅମିତା କୁମାରୀ ସାହୁ ସମେତ ସମସ୍ତ ପାଚିକା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଭଞ୍ଜ ସମସ୍ତଙ୍କୁ ସ୍ବାଗତ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ ଅମିତା କୁମାରୀ ସାହୁ ଧନ୍ୟବାଦ ଅର୍ପଣକରି ସଭା ସାଙ୍ଗ କରିଥିଲେ।