ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦେଶୃଙ୍ଗ ଗାଁ ର ଅସହାୟ ବାପା ଛେଉଣ୍ଡ ପରିବାର ପାଖକୁ ପହଁଚିଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ 

ଉଦେଶୃଙ୍ଗ ଗାଁ ର ଅସହାୟ ବାପା ଛେଉଣ୍ଡ ପରିବାର ପାଖକୁ ପହଁଚିଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ 

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗ ଗ୍ରାମରେ ଗତ କିଛିଦିନ ତଳେ ସ୍ବର୍ଗତ ଝଜ ମଙ୍ଗରାଜଙ୍କ ପରିବାରର ଦୁଃଖ ଯନ୍ତ୍ରଣା ଉପରେ ଅନେକ ଖବର କାଗଜରେ ପ୍ରକାଶିତ ହୋଇଥିବା ବେଳେ ଶନିବାର ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ଉକ୍ତ ପରିବାର ଉପରେ ସହାୟତା ର ହାତ ବଢାଇଥିଲେ ଏବଂ ଜିଲ୍ଲା ଶୁଶୁ ସୁରକ୍ଷା ବିଭାଗ କୁ ଯୋଗାଯୋଗ କରିଥିବାରୁ ସୋମବାର ଉଦେଶୃଙ୍ଗ ଗ୍ରାମ କୁ ପହଞ୍ଚିଥିଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ । ସୂଚନା ଥାଉ କି ଝଜଙ୍କ ମୃତ୍ୟୁ ପରେ ତାଙ୍କର ସ୍ତ୍ରୀ ହିରନ ମଙ୍ଗରାଜ ମାନସିକ ଅବସ୍ଥା ଠିକ ନ ଥିବା ବେଳେ ତାଙ୍କର ପୁଅ ଜନ୍ମରୁ ମାନସିକ ରୋଗାକ୍ରାନ୍ତରେ ପୀଡିତ ଅଛନ୍ତି । ତାଙ୍କର ଝିଅ ଗୁରୁବାରୀ ମଙ୍ଗରାଜ(୧୪) ପର ଘରେ ବାସନକୁସନ ମାଜି ଭାତ ଗଣ୍ଡାଏ ମିଳିଲେ ତିନି କୁଟୁମ ଚଳୁଥିବା ଖବର ପାଇ ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ଧର୍ମଗଡ ତରଫରୁ ଉଦେଶୃଙ୍ଗ ଗାଁ କୁ ଯାଇ ସେହି ପରିବାର ର ଦୁଃଖ ବୁଝିବା ସହ ନାବାଳିକା ଗୁରବାରୀ ମଙ୍ଗରାଜ କୁ ଥଇଥାନ ର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ କୁ ଯୋଗାଯୋଗ କରାଯାଇଥିଲା। ସୋମବାର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ସୁଧାଂଶୁ ଶେଖର ମହାପାତ୍ର ସମେତ ସମାଜସେବୀ ଢଗ ନାଏକ, ଉମାକାନ୍ତ ସୁନାନୀ, ରିଙ୍କୁ ମଙ୍ଗରାଜ ଗୁରବାରୀ ର ସମସ୍ତ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ମଙ୍ଗଳବାର ଶିଶୁ ସୁରକ୍ଷା ବିଭାଗ ରେ ଭର୍ତ୍ତି କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର କର୍ମଚାରୀ ସୁଧାଂଶୁ ଶେଖର ମହାପାତ୍ର ପ୍ରକାଶ କରିଥିଲେ।।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

କେ-୧ ଜେମ୍ସ ପାର୍କରେ ହନୁମାନ ମନ୍ଦିର ନିର୍ମାଣ ଓ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଭବ୍ୟ ଭାବେ ସମାପ୍ତ

Sunil Chandra Nayak

ଆରମ୍ଭ ଦିନରୁ ଜେଏସଡ଼ବ୍ଲୁ’ର ସାହାଯ୍ୟ ନାହିଁ,ଦାମସାହି/ଜାମୀତ୍ରାର ସୁଖଦୁଃଖରେ ଯୁବଗୋଷ୍ଠୀ

masiha

ଶତାୟୁ,ପିଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଢେଙ୍କାନାଳ ପରିସରରେ ବର୍ଣ୍ଣାଢ଼୍ୟ ୭୭ତମ ସାଧାରଣତନ୍ତ୍ର ଦିବସ -୨୦୨୬ ଉତ୍ସବ ପାଳିତ 

Sunil Chandra Nayak

Leave a Comment

error: Content is protected !!