ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରସ୍ଵତୀ ଶିଶୁ ମନ୍ଦିର ପରିବାର ପକ୍ଷରୁ ନବବର୍ଷ ପାଳନ

ନର୍ଲା (ମ.ନି.ସ) ନର୍ଲା ପଞ୍ଚାୟତ ସମିତି ଅନ୍ତର୍ଗତ ରୁପ୍ରାରୋଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିବାର ପକ୍ଷରୁ ହିନ୍ଦୁ ନବବର୍ଷ ପାଳନ ହୋଇଛି। ଭାରତୀୟ ପ୍ରାଚୀନ ସଂସ୍କୃତି ଅନୁସାରେ ଚୈତ୍ର ଶୁକ୍ଳ ପ୍ରତିପଦା ହେଉଛି ଭାରତୀୟ ନବବର୍ଷ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ନୂତନ ପରିଚାଳନା ସଭାପତି ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଘନଶ୍ୟାମ ଭୋଇ ମା ସରସ୍ବତୀଙ୍କ ଫଟୋ ନିକଟରେ ଦୀପ ପ୍ରଜ୍ବଳନ କରି ସଂଘ ସଂସ୍ଥାପକ ଡ. କେଶବ ବଲିରାମ ହେଡଗେୱ।ର ଓ ଶ୍ରୀ ଗୁରୁଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଦାଶରଥି ପଣ୍ଡା ରୀତି, ନୀତି ଓ ଲୈ।କିକତା ଦୃଷ୍ଟିରୁ ନବବର୍ଷ ପାଳନ ଉପରେ ଆଲୋକପାତ କରିଥିଲେ। ଉପସ୍ଥିତ ଶିଶୁ ଭାଇଭଉଣୀ ଓ ଗୁରୁଜୀ ଗୁରୁମାଙ୍କୁ ନୂତନ ପରିଚାଳନା କମିଟିର ସମ୍ପାଦକ ସଞ୍ଜିବ କୁମାର ଦାସ ହିନ୍ଦୁ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଭୋଇ ଶିଶୁଙ୍କୁ ନବ ବର୍ଷରେ ନୂଆ ସଂକଳ୍ପ ଓ ଭଲ ଅଭ୍ୟାସର ଗୁରୁମନ୍ତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ପବିତ୍ର ମୋହନ ଛୁରିଆ ଅତିଥି ପରିଚୟ ଓ ବରିଷ୍ଠ ଗୁରୁଜୀ ଜୟଶଙ୍କର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ସହଯୋଗ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ସ୍ଥଳରେ ଶତାଧିକ ଶିଶୁ ଭାଇଭଉଣୀ ଉପସ୍ଥିତ ଥିଲେ। ସେହିପରି କେସିଙ୍ଗା ସଂକୁଳ ଅନ୍ତର୍ଗତ ସମସ୍ତ ଶିଶୁ ବିଦ୍ୟା ମନ୍ଦିର ଗୁଡିକରେ ନବବର୍ଷ ଦିନ ଟିକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଉତ୍କଳ ସମ୍ମିଳନୀ ଓଡ଼ିଶାର ନବରଙ୍ଗପୁର ଶାଖା ଗଠନ          

Sunil Chandra Nayak

ଅଲ୍ ଓଡ଼ିଶା ପ୍ରଥମିକ ଶିକ୍ଷକ ସଂଘ କଳାହାଣ୍ଡି ଶାଖା ପକ୍ଷରୁ  ଧର୍ମଗଡ ରେ ଜିଲ୍ଲା ସ୍ଥରିୟ ଗୁରୁଦିବସ ପାଳିତ

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ସନ୍ଦେହ

Sunil Chandra Nayak

Leave a Comment

error: Content is protected !!