ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ମାନୀତ ହେଲେ ଯୁବ ସାମ୍ବାଦିକ ରୋହିତ ବାଗ

ସମ୍ମାନୀତ ହେଲେ ଯୁବ ସାମ୍ବାଦିକ ରୋହିତ ବାଗ 

ଜୁନାଗଡ଼୯/୨(ମନିସ) ଜୁନାଗଡ଼, ବ୍ଳକ ଅନ୍ତର୍ଗତ ଦାସିଗାଁ ଠାରେ ଆୟୋଜିତ ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ସମ୍ମାନୀତ ହେଲେ ଯୁବ ସାମ୍ବାଦିକ ରୋହିତ ବାଗ। ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଅତିଥି ମାନଙ୍କ ଗହଣରେ ଜୁନାଗଡ଼ ବ୍ଲକ ଭାଇସ ଚେରମେନ ପ୍ରମୋଦ ବେହେରା.ଦାସିଗାଁ ସରପଞ୍ଚ ପ୍ରମୋଦିନି ପ୍ରହରାଜ. ଜେଇ ସଞ୍ଜୟ ମଲିକ ଦ୍ୱାରା ଶ୍ରୀ ବାଗ ସମ୍ମାନୀତ ହୋଇଥିଲେ, । ଶ୍ରୀ ବାଗ ଏହି ଜିଲ୍ଲା ଅଞ୍ଚଳରେ ସାମ୍ବାଦିକ କ୍ଷେତ୍ରରେ ଯୁବ ମାନଙ୍କ ମଧ୍ୟରେ ଅନ୍ୟତମ,ସେ କମ ଦିନ ମଧ୍ୟରେ ସାମ୍ବାଦିକତା ଆରମ୍ଭ କରିଥିବାବେଳେ ବିଭିନ୍ନ ଦୈନକ ଓ ଇଲୋକ୍ଟ୍ରୋନିକ୍ସ ମିଡିଆରେ କାମ କରି ଅନେକ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରି ପାରିଛନ୍ତି, ଏବେ ଏହି ଅଞ୍ଚଳକୁ ଆସୁଥିବା ପ୍ରାୟ ଖବରକାଗଜରେ ତାଙ୍କ ଦ୍ଵାରା ଲିଖିତ ଖବର ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ପ୍ରକାଶିତ ହୋଇ ଆସୁଛି,ସେ ଏହି ଗଣ ପ୍ରତିନିଧି କାର୍ଯ୍ୟରେ ସଂଶ୍ଲିଷ୍ଟ ରହି ସମାଜ ସେବା କରି ଜିଲ୍ଲା ରେ ଅନେକ ପ୍ରତିନିଧି ସୃଷ୍ଟି କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି। ସେ ଏହି ସମ୍ମାନ ହାସଲ କରିଥିବାରୁ ନିଜ ସହକର୍ମୀ ତଥା ପ୍ରିୟଜନଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଅଧାରୁ ପାଠ ଛାଡିଥିବା ୬୩ ଛାତ୍ରଛାତ୍ରୀଙ୍କ ପୁନଃ ନାମଲେଖା

masiha

ମହାନ ଲୋକନାଟ୍ୟ ଦଣ୍ଡ ସମାଜ ର ଜିଲ୍ଲା ଜାଗରଣ ମଞ୍ଚ ପକ୍ଷରୁ ଚିନ୍ତନ ବୈଠକ ଅନୁଷ୍ଠିତ

Sunil Chandra Nayak

ଶ୍ରୀଗୁଣ୍ଡିଚା ସାଂସ୍କୃତିକ ସେବା ସମିତି ର ସାଂସ୍କୃତିକ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!