ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତ – ବିଶ୍ଵ ବାଣିଜ୍ୟ ସଂଗଠନ ଛାଡ ଦିବସ ପାଳନ ପ୍ରତିବାଦ ସଭା       

ଭାରତ – ବିଶ୍ଵ ବାଣିଜ୍ୟ ସଂଗଠନ ଛାଡ ଦିବସ ପାଳନ ପ୍ରତିବାଦ ସଭା              

ଚଳିତ ମାସ 26 02 2024 ତାରିଖ ଦିନ ସଂଯୁକ୍ତ କିଷାନ ମୋର୍ଚା (SKM) ତରଫରୁ ଦେଶବ୍ୟାପି ପ୍ରତିବାଦ ଅବସରରେ କେ ସିଂ ପୁର ବ୍ଲକ଼ ଅନ୍ତର୍ଗତ ସିଖରପାଇ ପଞ୍ଚାୟତ ର ଧାମିନିମା ଆମ୍ଭ ତୋଟା ଠାରେ ଏକ ପ୍ରତିବାଦ କରାଯାଇଛି ।

    ଡବ୍ଲୁ ଟି ଓ ସହିତ ଚୁକ୍ତିନାମା ଭାରତର ସାର୍ଵଭୌମତ୍ୱ କୁ ବିପନ୍ନ ବଦଂ କରିବା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର୍ ଲାଲ୍ ଖଟ୍ଟର୍, ଗୃହମନ୍ତ୍ରୀ ଅନୀଲ ଭିଜ୍ ଙ୍କ ଇସ୍ତଫା ଦେବା , ଏହି ତିନି ଜଣ ସହ ଅନ୍ୟ ସଂପୃକ୍ତ ପୋଲିସ ଓ ରାଜସ୍ୱ ଅଧିକାରୀଙ୍କ ବିରୋଧରେ ଆଇ.ପି.ସିର ଧାରା ୩୦୨ ଅନୁଯାୟୀ ଏଫ୍.ଆଇ.ଆର୍ ରୁଜୁ କରିବା, ଯୁବ ଶୁଭ କିରଣ ସିଂହ କୃଷକଙ୍କୁ ଏକ କୋଟି ଟଙ୍କା ପ୍ରଦାନ କରିବା , ରାଷ୍ଟ୍ର ପରିଚାଳିତ ନୃଶଂସ ଦମନ ଓ ଟ୍ରାକ୍ଟର କ୍ଷୟକ୍ଷତିର ନ୍ୟାୟିକ ତଦନ୍ତ କରିବା, ୨୬ ଫେବୃଆରୀ ୨୦୨୪କୁ “ ଭାରତ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)-ଛାଡ଼ ଦିବସ” ଭାବେ ପାଳନ ବଦଂ କରିବା , ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ୧୩ ମନ୍ତ୍ରୀସ୍ତରୀୟ ସମ୍ମିଳନୀ (ଏମ୍.ସି- ୧୩ ସଂଯୁକ୍ତ କୃଷକ ମୋର୍ଚ୍ଚା (ଏସ୍. କେ.ଏମ୍) ମୋଦି ସରକାରଙ୍କ କୃଷକ ବିରୋଧି ନିତି କୁ ବିରୋଧ କରିବା, ଡବ୍ଲ୍ୟୁଟିଓର ଆଳାପ-ଆଲୋଚନା ବଦଂ କରିବା, ଭାରତ ସରକାର କୃଷକମାନଙ୍କୁ ଫସଲ ର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍.ଏସ୍.ପି) ଲାଗୁ କରିବା, ଖାଦ୍ୟ ଶସ୍ୟ ବଣ୍ଟନ ବଦଳରେ ସିଧାସଳଖ ନଗଦ ହସ୍ତାନ୍ତର କରିବାକୁ ଯୁକ୍ତି କରି ସୁଲଭ ମୂଲ୍ୟରେ ଖାଦ୍ୟଶସ୍ୟ ବଣ୍ଟନ (ପି.ଡି.ଏସ୍ )ପ୍ରତ୍ୟାହାର କରିବା ଯୋଜନା ବଦଂ କରିବା , ଦେଶର କୃଷକ, ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତା ପାଇଁ ଏବଂ ଭାରତର ସାର୍ବଭୌମତ୍ୱ ପାଇଁ କ୍ଷତିକାରକ ହେବ ବୋଲି ସଭାରେ ଆଲୋଚନା କରାଯାଇଛି।ରାମଚନ୍ଦ୍ର ପ୍ରାସ୍କା , ମୂର୍ତ୍ତି ମିଣିଆକା, ମେଦିରି ଗରଡିଆ , ଆଛାନା ମଣ୍ଡାଙ୍ଗି, ବୈଷ୍ଟମ ଉଲକା , ଆଶ୍ରିଗା ଅଟକା, ଚୈତନ୍ୟ ଗରଡିଆ, ସୁଧୁଂରୁ ମିଣିଆକା ପ୍ରମୁଖ ଉପସ୍ଥିତ ଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଟାଉନ ଥାନା ! ଜାତୀୟ ରାଜପଥର ନାଉଯୋଡାରେ ଗୋରୁପଲକୁ ରକ୍ଷା କରିବାକୁ ଯାଇ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

Sunil Chandra Nayak

ଉତ୍କଳ ଆଲୁମିନା ତରଫରୁ ୯ତମ “ଆମ ନୃତ୍ୟ, ଆମ ସଂସ୍କୃତି” କାର୍ଯ୍ୟକ୍ରମ ଉଦଯାପିତ

masiha

ୱାକର୍ସ କ୍ଳବର ୨୩ତମ ପ୍ରତିଷ୍ଠା ଦିବସ ପାଳନ

Leave a Comment

error: Content is protected !!