ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ

ବାଲେଶ୍ଵର,୨୬/୦୨/୨୪- ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ଗତ ତା ୨୫/୦୨/୨୪ ରିଖ ରବିବାର ଦିନ ଗଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ପ୍ରତି ରବିବାର ଦିନ ହୋଇଥାଏ । ଏଥର ପ୍ରତିଯୋଗୀ ମାନଙ୍କ ପାଇଁ ପ୍ରବନ୍ଧ ଥିଲା । ଯାହାର ପ୍ରସଙ୍ଗ ଥିଲା – ” ମନ ” । ମନ ଶବ୍ଦକୁ ନେଇ ପ୍ରତିଯୋଗୀ ମାନେ ଲେଖିବାକୁ ଚେଷ୍ଟା କରିଥିଲେ । ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ସ୍ଥାନରୁ ଲେଖିକା ମାନେ ଅତି ଆଗ୍ରହର ସହିତ ଅଂଶ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ (୧) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ (୨) ଯମୁନା ମହାପାତ୍ର ମିଶ୍ର, ତରଭା, ସୁବର୍ଣ୍ଣପୁର (୩) ସରୋଜିନୀ ପତି, ରସୁଲପୁର, ଯାଜପୁର (୪) ପୂଜାରାଣୀ ପଣ୍ଡିତ, ବାଲେଶ୍ଵର (୫) ଆନନ୍ଦିନୀ ମିଶ୍ର, ଝାରସୁଗୁଡା (୬) ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର (୭) ସରୋଜିନୀ ପାଣିଗ୍ରାହୀ, କଲ୍ଯାଣୀ, ଖଇରା, ବାଲେଶ୍ଵର(ଗଳ୍ପ) (୮) ଲତା ବେହେରା, ଜକା, ଢେଙ୍କାନାଳ ପ୍ରମୁଖ ସାମିଲ ଥିଲେ । ସମସ୍ତଙ୍କ ଲେଖା ଗୁଡିକୁ ସମୀକ୍ଷା କରିଥିଲେ ବାସନ୍ତୀ ଲତା ଜେନା । ଯିଏକି ଜଣେ ଶିକ୍ଷୟିତ୍ରୀ, କବି ଓ ସୁ ଲେଖିକା ଅଟନ୍ତି । ସେ ମଧ୍ୟ ସାରସ୍ୱତ ସାହିତ୍ୟ ଜଗତରେ ଜଣେ ଉଦିୟମାନ ଉଜ୍ଜ୍ୱଳ ତାରକା । ତାଙ୍କର ସୁନ୍ଦର ସଂଯୋଜନା ଓ ସମୀକ୍ଷା ସମସ୍ତଙ୍କୁ ତୃପ୍ତ କରିଥାଏ । ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହିତ ଜଡିତ ଏବଂ ସକ୍ରିୟ ମଧ୍ୟ । ଶ୍ରୀମତୀ ଜେନାଙ୍କ ବହୁ ଶିକ୍ଷଣୀୟ ଉପଦେଶ ଓ ପରାମର୍ଶ ସାହିତ୍ୟ ସମାଜ ପ୍ରତି ପଥପ୍ରଦର୍ଶକ ହୋଇଥାଏ । ତେଣୁ ତାଙ୍କର ସୁଚିନ୍ତିତ ସମୀକ୍ଷାରୁ ଆନନ୍ଦିନୀ ମିଶ୍ର ପ୍ରଥମ, ସରୋଜିନୀ ପତି ଦ୍ୱିତୀୟ ଓ ଲତା ବେହେରାଙ୍କୁ ତୃତୀୟ ସ୍ଥାନ ମିଳିଛି । ଶିକ୍ଷାର ଶେଷ ନଥାଏ । ଶିକ୍ଷା ଜୀବନର ମାନଦଣ୍ଡ । ତେଣୁ ପ୍ରତ୍ୟେକ ମଣିଷ ଦୈନନ୍ଦିନ ଜୀବନରେ କାହାରି ଠାରୁ କିଛି ନା କିଛି ଶିକ୍ଷା ଗ୍ରହଣ କରିଥାଏ । ତାହା ଲେଖା ମାଧ୍ୟମରେ ହେଉ କିମ୍ବା ଉପଦେଶ ମାଧ୍ୟମରେ ହେଉ । ସାହିତ୍ୟ ସାଧକ/ସାଧିକା ମାନଙ୍କୁ ମୋର ଅନୁରୋଧ ଯେହେତୁ ଆପଣ ମାନେ ସାହିତ୍ୟ ସାଧନା କରୁଛନ୍ତି ନିଜର ସାହିତ୍ୟ ଜ୍ଞାନ ବୃଦ୍ଧି ଓ ଆତ୍ମସନ୍ତୋଷ ପାଇଁ ତେଣୁ ସର୍ବଦା ସାଧନା ଜାରି ରଖନ୍ତୁ । ଭାଙ୍ଗି ପଡନ୍ତୁ ନାହିଁ । ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ ନିରବଚ୍ଛିନ୍ନ ଭାବେ ସାଧନାକୁ ତ୍ବରାନ୍ବିତ କରିବା ଉଚିତ୍ । ଆଜି ସ୍ଥାନ ମିଳିନାହିଁ ହୁଏତ କାଲି ମିଳିପାରେ ! ସମସ୍ତ ପ୍ରତିଯୋଗୀଙ୍କୁ ଯଥାମାନ୍ଯ ସମ୍ମାନ ଓ ଶୁଭେଚ୍ଛା, ସମସ୍ତଙ୍କ କଲମ ମୁନରେ ଭଗବାନ ଶକ୍ତି ଦିଅନ୍ତୁ, ସୁନ୍ଦର ଲେଖନ୍ତୁ ଓ ଆଗକୁ ବଢନ୍ତୁ ବୋଲି ସମ୍ପାଦକ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭାରତୀୟ ଜାତୀୟ ଛାତ୍ର ସଂଗଠନ ଦ୍ୱାରା ନବରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବୀ ପତ୍ର ପ୍ରଦାନ

masiha

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘର କଳାହାଣ୍ଡି/ଟିଟିଲାଗଡ଼ ସବଡଭିଜନର ଦ୍ଵିତୀୟ ବାର୍ଷିକ କାର୍ଯ୍ୟକାରୀଣି ବୈଠକ

masiha

ଭବାନୀପାଟଣା ଠାରେ ଜନ ସୂଚନା ଅଧିକାର ନିୟମ ସମ୍ପର୍କୀତ କର୍ମଶାଳା

masiha

Leave a Comment

error: Content is protected !!