ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ରେ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ତମ ବାର୍ଷିକ ଉତ୍ସବ

ବିଜାତଳା ରେ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ତମ ବାର୍ଷିକ ଉତ୍ସବ

  ମୟୂରଭଞ୍ଜ- ୨୬/୦୨ ( ମସିହା) ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ତମ ଜନ୍ମ ମହାମହୋତ୍ସବ ଏବଂ ବିଜାତଳା ବ୍ଲକ୍ ସ୍ତରୀୟ ବାର୍ଷିକ ଉତ୍ସବ ବିଜାତଳା ବ୍ଳକ୍ ପ୍ରାଙ୍ଗଣରେ ପାଳିତ ହୋଇଛି । ବ୍ରହ୍ମ ମୂହୁର୍ତ୍ତରେ ବେଦ ମାଙ୍ଗଳିକ ଓ ନହବତ ଉଷା କୀର୍ତ୍ତନ, ପ୍ରାତଃବିନତୀ ସଙ୍ଗିତାଞ୍ଜଳି ଆୟୋଜିତ ହୋଇଥିଲା । ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ଶ୍ରୀ ହରିହର ଦାସ୍ (ସ.ପ୍ର.ର) ଅଧ୍ୟକ୍ଷତା ରେ ସତସଙ୍ଗ ଆରମ୍ଭ ହେଇଥିଲା । ଏଥିରେ ସ୍ଥାନୀୟ ଗୁରୁଭାଇ ଦଶରଥ ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।ଡଃ. ବିଚିତ୍ରାନନ୍ଦ ପଟ୍ଟନାୟକ (ସ.ପ୍ର.ର) ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଠାକୁରଙ୍କ ଭାବଧାରା ଉପରେ ଆଲୋଚନା କରିଥିଲେ ଏବଂ ପୂଜନୀୟ ଶ୍ରୀଶ୍ରୀ ଅବିନ୍ ଦାଙ୍କର DP Work ବିଷୟରେ ଆଲୋଚନା କରିଥିଲେ ।B.D.O ବଂଶିଧର ଖସଲା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଠାକୁରଙ୍କର ଜୀବଜଗତ ପାଇଁ ଅପାର ଦୟା ଏବଂ ତାଙ୍କ ବିଧାନ ମାନି ଚଳିଲେ ମନୁଷ୍ୟ ଜୀବନର ସମସ୍ୟାର ସମାଧାନ କିପରି ହୁଏ ତାହା ଆଲୋଚନା କରିଥିଲେ । ମୁଖ୍ୟବକ୍ତା ବାଙ୍ଗିରିପୋଷି ରୁ ଆଗତ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ୍ (ସ.ପ୍ର.ର) ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବ ବିଷୟରେ ଆଲୋଚନା କରିଥିଲେ ।ନିଗମାନନ୍ଦ ପଟ୍ଟନାୟକ (ସ.ପ୍ର.ର) ,ଗଲୋକ ବିହାରି ଆଚାର୍ଯ୍ୟ (ସ.ପ୍ର.ର)ସତସଙ୍ଗ ରେ ଉପସ୍ଥିତ ଥିଲେ । ଟାଟାରୁ ଆଗତ ଗୋପାଲ ଭାଇ,ମେଘନାଦ ଭାଇ, ରାମପଦ ଭାଇ ଭଜନ, କୀର୍ତ୍ତନ ପରିବେଷଣ କରିଥିଲେ । ଶ୍ରଦ୍ଧେୟ ଅନୁ ଏବଂ ତାଙ୍କ ସହଯୋଗୀ କରସ୍ ପରିବେଷଣ କରିଥିଲେ । ରାଇରଙ୍ଗପୁର ରୁ ଆଗତ ବିଜୟ କୁମାର ଦାସ୍ (ଯାଜକ) କୀର୍ତ୍ତନ ପରିବେଷଣ କରିଥିଲେ ।ଏହି ଉତ୍ସବରେ ଜ୍ଞାନେନ୍ଦ୍ର ଦଳେଇ,ଆହ୍ଲାଦ୍ ଦାସ୍ , ପଦ୍ମଲୋଚନ ମହାନ୍ତି, ମହେନ୍ଦ୍ର ବେହେରା, ସୁଶାନ୍ତ ବେହେରା, ଜଗଦୀଶ ବେହେରା ବିଶ୍ଵଜିତ୍ ଦାସ୍, ତ୍ରିଲୋଚନ ବେହେରା, ଶୁଭମ ବେହେରା, ଅରୁଣ କୁମାର ଦେହୁରି , ନରସିଂହ ଗିରି ,ଜଗନ୍ନାଥ ମୁର୍ମୁ , ମିଥୁନ୍ ପାତ୍ର, ମନୋଜ ମହାରଣା, ବିଭୂତି ଭୁଷଣ ଜ୍ୟୋତିଶ ଏବଂ ଆହୁରି ଅନେକ ଗୁରୁଭ୍ରାତା ଓ ଗୁରୁମାଁ ମାନେ ଉପସ୍ଥିତ ରହି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଭୁମିକା ଚକ୍ଷୁ ଚିକିତ୍ସାଳୟର ଡାକ୍ତର ମାନେ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରିଥିଲେ । ଶେଷରେ ଶ୍ରୀ ଦାସ ସମସ୍ତଙ୍କର ନିରାମୟ ଜୀବନ ପାଇଁ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀଚରଣେ ଜଣାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଜୟରାଧେ କୀର୍ତ୍ତନ କରି ବନ୍ଦେ ପୁରୁଷୋତ୍ତମ ଧ୍ବନି ଦେଇ ଉତ୍ସବ ସାଙ୍ଗ କରିଥିଲେ । ୪ଜଣ ଭକ୍ତ ଠାକୁରଙ୍କ ସତମନ୍ତ୍ର ଗ୍ରହଣ କରିଥିଲେ । ପାଞ୍ଚଶହ ଲୋକ ଭଣ୍ଡାର ଭୋଗ ପ୍ରସାଦ ସେବନ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭାରତରତ୍ନ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ 

masiha

ଜାତୀୟ ସ୍ତରୀୟ ଓଡିଶୀ ନୃତ୍ୟ ମହୋତ୍ସବ ରେ ଯୁବ ସାମ୍ବାଦିକ ସମ୍ମାନିତ

ଜୁନାଗଡ଼ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!