ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳୁଛି ଜଙ୍ଗଲ ଶୋଇ ରହିଚି ବନ ବିଭାଗ 

ଜଳୁଛି ଜଙ୍ଗଲ ଶୋଇ ରହିଚି ବନ ବିଭାଗ 

ବନ୍ଧୁଗାଁ ତା.୯/୪/୨୪,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଅଧିନରେ ରହିଥିବା ଜଙ୍ଗଲ ଜଳୁଛି । ଫଳରେ ଏହାର ଫାଇଦା ଦୁର୍ବୁତ୍ତ ମାନେ ଉଠାଉଥିବା ବେଳେ ଜଙ୍ଗଲ ପୋଡି ନଷ୍ଟ ହେବାକୁ ବସିଛି । ବନ ବିଭାଗର ଅପାରଗତା ଏବେ ସାଧାରଣ ଲୋକଙ୍କ ପାଇଁ ମୁଣ୍ଡ ବଥା ପାଲଟିଛି । ସ୍ଥାନୀୟ ବ୍ଲକ ଚାରିଆଡ ବଣ ପାହାଡ ଘେରା ମଧ୍ୟରେ ରହିଥିବା ବେଳେ ଆଜି ସେସବୁ ଅଞ୍ଚଳ ଦୁର୍ବୁତ୍ତଙ୍କ ଅଧିନକୁ ଚାଲି ଜାଇଛି।ବନ କର୍ମଚାରି ଓ ଦୁର୍ବୁତ୍ତ ମାନଙ୍କ ମଧୁ ଚନ୍ଦ୍ରୀକା ପାଇଁ ଆଜି ବ୍ଲକର ଅଧିକାଂସ ଜଂଗଲ ନଷ୍ଟ ହେବାକୁ ବସିଲାଣି ।ହେଲେ ବନ ବିଭାଗ ନିଘୋଡ ନିଦରେ ସୋଇ ରହିଚି।

ବ୍ଲକର ଚାରିଆଡ ଘେରି ରହିଥିବା ଜଙ୍ଗଲ ଅନ୍ଧାର ହେବା ମାତ୍ରକେ ନିଆଁର ରଙ୍ଗରେ ରଙ୍ଗେଇ ଉଠୁଚି । ଫଳରେ ପାହାଡରେ ଥିବା ସମସ୍ତ ଗଛ ସହ ବନ୍ୟ ଜନ୍ତୁ ନିଆଁ ଦାଉରେ ବଳି ପଡ଼ିଲେ ମଧ୍ୟ ବିଭାଗ ପାଖେ ତାର ହିସାବ ନାହିଁ । ତଥାପି ବନ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଜାଉନଥିବା ସାଧାରଣରେ ଅଭିଯୋଗ ହୋଇଛି।ବନ୍ଧୁଗାଁ ବ୍ଲକ୍ ନାରାୟଣ ପାଟଣା ବନବିଭାଗ ଅଧିନରେ ଥିବା ବେଳେ ଅଧିକାଂସ ସମୟ ବନ ବିଭାଗ କାର୍ଯ୍ୟାଳୟ ବନ୍ଦ ଥିବା ମଧ୍ୟ ଅଭିଯୋଗ ହୋଇଛି। ଯୋଉଥି ପାଇଁ ଏହାର ଫାଇଦା ଉଠାଇ ଦୁର୍ବୁତ୍ତ ମାନେ ଜଙ୍ଗଲ ପରେ ଜଙ୍ଗଲ ପୋଡି ଚାଲିଛନ୍ତି।ହେଲେ ଆଜିଜାଏଁ ନାରାୟଣପାଟଣା ବନ ବିଭାଗ ତରଫରୁ କାହାରି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ଦୁଃଖର ବିଷୟ ପାଲଟିଛି । ବନ ବିଭାଗର ଯଦି ଏଇଭଳି ମନ ଭାବ ରୁହେ ତେବେ ଆଗାମି ଦିନରେ ନାରାୟଣପାଟଣା ବ୍ଲକରେ ଆଉ ଜଙ୍ଗଲ ରହିବନି ବୋଲି ସାଧାରଣରେ ମତ ପ୍ରକାସ ପାଇଛି । ତେଣୁ ଜିଲ୍ଲା ଅଧିକାରି ଏଥି ପ୍ରତି ଦୃଷ୍ଟି ଦେଇ ନିଜ ଦାଇତ୍ଵରେ ଅବହେଳା କରୁଥିବା ବନ କର୍ମଚାରିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସବୁ ମହଲରେ ଦାବି ହୋଇଛି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ ଉନ୍ନୟନ ସୂଚକାଙ୍କ ଉପରେ ତାଲିମ 

masiha

ବିଭାଗ ଚୁପ୍, ଚାଷୀ କଲେ ଘାଇ ମରାମତି

masiha

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳଙ୍କ ଜନଶୁଣାଣୀ ରେ୬୧ ଟି ଅଭିଯୋଗ ର ଶୁଣାଣୀ 

masiha

Leave a Comment

error: Content is protected !!