ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳୀକୃଷ୍ଣ ସଂଘର ମହାବିଷ୍ଣୁ ଯଜ୍ଞର ପୂର୍ଣ୍ଣାହୁତି 

କାଳୀକୃଷ୍ଣ ସଂଘର ମହାବିଷ୍ଣୁ ଯଜ୍ଞର ପୂର୍ଣ୍ଣାହୁତି 

ଯଜ୍ଞ ରାଗ,ଋଷା,ମାନ ଅଭିମାନ କୁ ପରିବର୍ତ୍ତିତ କରି ପ୍ରେମ,ଶାନ୍ତି ଓ ସଦଭାବନା ରେ ରୂପାନ୍ତରିତ  କରିଥାଏ

ଯଜ୍ଞ ଦ୍ବାରା ସୃଷ୍ଟି,ବୃଷ୍ଟି, ତୁଷ୍ଟି।ଯଜ୍ଞ ଶିଖାଏ ତ୍ୟାଗ,ନିଷ୍ଠା,ନିଷ୍କାମ। ଯଜ୍ଞରେ ଉଚ୍ଚାରିତ ହେଉଥିବା ମନ୍ତ୍ର ମାନସିକ ସ୍ତରରେ ଆଧ୍ୟାତ୍ମିକତାର ଆନନ୍ଦ ଅନୁଭବ କରାଏ।ଯଜ୍ଞ ତନ,ମନ,ମସ୍ତିଷ୍କ ଓ ହୃଦୟକୁ ତଥା ପରିବେଶକୁ ପବିତ୍ର,ପରିଷ୍କାର, ପରିଚ୍ଛନ କରିଥାଏ।ଯଜ୍ଞ ବ୍ୟକ୍ତିର ନାସ୍ତିକତାକୁ ଦମନ କରି ଆସ୍ତିକ କରିଥାଏ।ଯଜ୍ଞ ଅନୁଷ୍ଠିତ ହେଉଥିବା ଆଖପାଖ ପରିବେଶ ଶୁଦ୍ଧ,ଶୁଚି,ଜୀବନ ଅନୁକୂଳ ହୋଇଥାଏ। ଯଜ୍ଞବେଦୀରୁ ନିର୍ଗତ ଧୂଆଁ ମହୋଷୌଧି ଭାବରେ କାର୍ଯ୍ୟ କରେ।ଏହି ଧୂଆଁ ରୋଗ ପ୍ରତିଷୋଧକ ବୃଦ୍ଧି କରି,ଅନିଷ୍ଟକାରୀ ଭୂତାଣୁକୁ ନଷ୍ଟ କରିଥାଏ।ଯଜ୍ଞ ସୁଖ,ଶାନ୍ତି ଓ ସମୃଦ୍ଧି ପ୍ରଦାନ କରିଥାଏ।ଯଜ୍ଞ ଦ୍ବାରା ବିଭିନ୍ନ ଶସ୍ୟ,ଫସଲ ଉତ୍ପନ୍ନ ହୋଇଥାଏ।ଯଜ୍ଞ ଅନ୍ନ ପ୍ରଦାନ କରିଥାଏ।ଜୀବନ ଧାରଣ କରିବା ପାଇଁ ଶକ୍ତି,ସାମର୍ଥ୍ୟ ଓ ସମ୍ପନ୍ନତା ପ୍ରଦାନ କରିଥାଏ ବୋଲି ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀ, ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦ, କଥାବାଚକ ପଣ୍ଡିତ ପଦ୍ମନାଭ ତ୍ରିପାଠୀ,କୁନି କଥାକାର ଅନନ୍ୟା ଓ ଅଥର୍ବ ତଥା ଉପସ୍ଥିତ ସାଧୁ ସନ୍ଥ ମତବ୍ୟକ୍ତ କରିଥିଲେ।

        ସଦଗୁରୁଦେବ ସତ୍ୟାନନ୍ଦ ସରସ୍ଵତୀ ମହାରାଜାଙ୍କ ପ୍ରତିଷ୍ଠିତ କାଳୀକୃଷ୍ଣ ସଂଘର ୪୧ତମ ବାର୍ଷିକ ଉତ୍ସବ ଚଳିତବର୍ଷ କୋକସରା ବ୍ଲକ ଆମପାଣି ପଞ୍ଚାୟତ ଅନ୍ତର୍ଗତ କନ୍ଦାଗଡ ଖେଳ ପଡିଆ ଠାରେ ଅପ୍ରେଲ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ବାର୍ଷିକ ଉତ୍ସବ ତଥା ନବକୁଣ୍ଡୀୟ ବିଶ୍ଵଶାନ୍ତି ମହାବିଷ୍ଣୁ ଯଜ୍ଞ ଆଜି ପୂର୍ଣ୍ଣାହୁତି ହୋଇଯାଇଛି।ଏହି ମହାବିଷ୍ଣୁ ଯଜ୍ଞରେ କଳସ ଯାତ୍ରା,ପୂଜନ, ହବନ, ମୁଣ୍ଡନ,କୁଣାବରୀ,ବ୍ରତ, ବିବାହ, ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର, ସଂସ୍କାର କାର୍ଯ୍ୟକ୍ରମ,ପ୍ରବଚନ,ଦିଓଳି ପ୍ରସାଦ ସେବନ ବ୍ୟବସ୍ଥା ଅନୁଷ୍ଠିତ ହୋଇଥିଲା। ମହାବିଷ୍ଣୁ ଯଜ୍ଞ ସଂଘ ପ୍ରମୁଖ ଶ୍ରୀଜଗଦାନନ୍ଦଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆରମ୍ଭ ହୋଇ ସମାପନ ହୋଇଥିଲା।ଯଜ୍ଞ ଦ୍ବାରା ପୂଜନ ହବନ କାର୍ଯ୍ୟକ୍ରମକୁ ସଂଘର ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦ,ପ୍ରଜାପତି ସଦାନନ୍ଦ, ପୁସ୍ତକାଚାର୍ଯ୍ୟ ଅଭୟାନନ୍ଦ ଓ ଆଚାର୍ଯ୍ୟମାନେ ତ୍ବରାନ୍ବିତ କରିଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ମୂଖ୍ୟସଂଘ, ଶାଖା ସଂଘ,ସ୍ପିକ୍ କାର୍ଯ୍ୟକର୍ତ୍ତା,କାଳୀକୃଷ୍ଣ ବାହିନୀ , ପ୍ରଜ୍ଞାବାହିନୀ,ମିଡିଆ ସେଲ,ସଂଘ ଶୁଭେଚ୍ଛୁମାନେ ପରିଚାଳନା କରିଥିଲେ। ସଂଘର ସଭାପତି ସଂଜୟ ପଣ୍ଡା ଦମ୍ପତ୍ତି ଯଜମାନ ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ ଅର୍ଜୁନ ପଟ୍ଟନାୟକ, ଗିରିଜାନନ୍ଦ,ତୋଷାନନ୍ଦ, ଶୋଭାନନ୍ଦ, ଦୟାନନ୍ଦ,କ୍ରିୟାନନ୍ଦ, ପ୍ରିୟାନନ୍ଦ, ମାଧବାନନ୍ଦ, ଲକ୍ଷ୍ମୀ କାନ୍ତ ଖମାରୀ, ଜିତେନ୍ଦ୍ର ପଣ୍ଡା,ମୁକୁନ୍ଦା ନନ୍ଦ, ତନୁକ ନାଗ, ନବୀନ ରାଉତ,ସୁଜିତ ଠାକୁର, ନବୀନ ମେହେର,ଲକ୍ଷ୍ମୀ ପୁଝାରୀ, ଜନ୍ମେଜୟ ଦାଶ,ବିବେକ ସାହୁ,ସୁଧିର ଖର୍ସେଲ,ଅମୀତା ମହାନ୍ତି, ସୌଦାମିନୀ ସାହୁ,ଗଣେଷ ଅଗସ୍ତି,ଅଭିନ୍ନ ମାଝୀ, ଗୋବିନ୍ଦ ମାଝୀ , ତପନ ନାଏକ, ଗୌରାଙ୍ଗ ପୁଝାରୀ,ଛନ୍ଦା ଧଙ୍ଗଡାମାଝୀ ତଥା ଅଞ୍ଚଳବାସୀ ଓ ଗ୍ରାମବାସୀବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବାତ୍ୟା ମୋନ୍ଥl ର ମୁକାବିଲା ନିମନ୍ତେ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ 

Sunil Chandra Nayak

ଜୁନାଗଡ଼ ବ୍ଲକ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ସ୍ଥାନ ପରିଭ୍ରମଣ

masiha

ମୟୂରଭଂଜ ଜିଲ୍ଲାର ନବ ନିଯୁକ୍ତ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ଯକ୍ଷ ଡାଃ ବୁଢ଼ାନ ମୁର୍ମୁ ଙ୍କୁ ରାଇରଙ୍ଗପୁର ରେ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!