ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚୈତ୍ର ଯାତ୍ରାରେ ଶ୍ରଦ୍ଧାଳୁ ଙ୍କୁ ଘଣ୍ଟ ରୂପରେ ଦର୍ଶନ ଦେଲେ ମା ଠାକୁରାଣୀ

ଚୈତ୍ର ଯାତ୍ରାରେ ଶ୍ରଦ୍ଧାଳୁ ଙ୍କୁ ଘଣ୍ଟ ରୂପରେ ଦର୍ଶନ ଦେଲେ ମା ଠାକୁରାଣୀ

କୋକସରା,୯/୪ // ଚୈତ୍ର ମାସରେ ଧରା ପୃଷ୍ଠକୁ ଅବତରଣ କରିଛନ୍ତି ମା ଠାକୁରାଣୀଙ୍କ ରୁପରେ ଦେବି ପ୍ରତିମା । ଚୈତ୍ର ମାସ ହେଉଛି ଗ୍ରାମ ଦେବାଦେବୀଙ୍କ ଆବାହନର ମାସ। ଏହି କ୍ରମରେ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ଗ୍ରାମରେ ଚୈତ୍ର ଯାତ୍ରା ଆରମ୍ଭ ହୋଇଥିବା ବେଳେ ମା ଙ୍କ ଆବାହନ ପାଇଁ ଚଳ ଚଞ୍ଚଳ ହୋଇ ପଡିଛି ସହର ଠାରୁ ପଲ୍ଲୀ। ବ୍ଲକର ମହିମା ପଞ୍ଚାୟତର ମହିମା ଗ୍ରାମରେ ରବିବାର ଗ୍ରାମର ଦେବୀ ପୁଝାରୀ ରତନ ପୂଝାରୀ ଘରୁ ପୂଜାର୍ଚ୍ଚନା ପରେ ମା ଠାକୁରାଣୀ, ମା ବୁଡେନ, ମା ପରଦେସେନ ,ମା ମାନପୁରେନ ଦେବୀଙ୍କୁ ଆବାହନ ପରେ କୁଆଁରୀ ଝିଅଙ୍କ ଦେହରେ ମା ବିରାଜମାନ କରିଥିଲେ। ପରେ ପୁଜକ ତିନି ଘଣ୍ଟକୁ ପୂଜାର୍ଚ୍ଚନା କରି କୁଆଁରୀ ଝିଅ ମାନେ ଘଣ୍ଟକୁ ମୁଣ୍ଡରେ ସ୍ଥାପନ କରି ଗ୍ରାମ ପରିକ୍ରମା କରିବାକୁ ବାହାରିଥିଲେ । ପ୍ରଥମେ ଗ୍ରାମର ଗୌନ୍ତିଆଙ୍କ ଘରୁ ଘଣ୍ଟଙ୍କୁ ସ୍ୱାଗତ କରି ଦେବୀ ରୂପକ ଘଣ୍ଟକୁ ପୂଜାର୍ଚ୍ଚନା କରିଥିଲେ। ପରେ ଗ୍ରାମରେ ଘଣ୍ଟ ପରିକ୍ରମା କରି ଭୁର୍ଷାଗୁଡା ଓ ମାଲପଡା ତିନି ଦିନ ଧରି ଘଣ୍ଟ ପରିକ୍ରମା କରି ମଙ୍ଗଳ ବାର ଦିନ ମହିମା ଗ୍ରାମର ମା ଠାକୁରାଣୀ ମନ୍ଦିରକୁ ତିନି ଘଣ୍ଟ ବିରାଜମାନ କରିଥିଲେ l ଗ୍ରାମର ମା ଠାକୁରାଣୀ, ମଣ୍ଡଳଭୀମା, କୁନ୍ଦିନୀ ବୁଡି।ଦେବା ଦେବୀଙ୍କୁ ଶୁକ୍ଳ ଭୋଗ ନଡ଼ିଆ ସହ କୁକୁଡ଼ା, ବୋଦା ପାରା ବଳି ଦେଇ ପୂଜାର୍ଚ୍ଚନା କରି ମାଙ୍କ ଠାରୁ ଆଶୀର୍ବାଦ ନେଇଥିଲେ l ଚୈତ୍ର ଘଣ୍ଟ ଯାତ୍ରାକୁ ଗାଁ ପୁଝାରୀ ରତନ ପୁଝାରୀ, ଦୁର୍ଗା ପୁଝାରୀ, ଶିରା ତୁମ୍ଭେଶ୍ୱର ପୁଝାରୀ, ତନୁରାମ ମାଝୀ, ରୁପଧର କୋଲଥିଆ, ଗୌନ୍ତିଆ ଦିନକୃଷ୍ଣ ପାତ୍ର, ନରିଆ ଗୁଣଧର ଧ. ମାଝୀ, ରଇତ ଶୋଭା ମାଝୀ, ସରପଞ୍ଚ ଇଶରାମ କୋଲଥିଆ, ସମିତି ସଭ୍ୟ ଘନଶ୍ୟାମ ନାଏକ, ଉମିରାମ ନାଏକ, ଗଙ୍ଗାଧର ପୁଝାରୀ, ଅମର ଦଳପତି, ଭାନୁ ନାଏକ, ଇଶ୍ୱର ମାଝୀ, କେଶବ ପୁଝାରୀ, ସମରଥ ପୁଝାରୀ, ଦେମତୀ ମାଝୀ, ବିମଳା ମାଝୀ, ପୂର୍ଣ୍ଣମୀ ରାଉତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାୟଗଡା କ୍ରିକେଟ କ୍ଲବ ପକ୍ଷରୁ ଜିଲ୍ଲାର ପ୍ରଥମ ରାତ୍ରିକାଳୀନ ଆଲୋକିତ କ୍ରିକେଟ ପଡ଼ିଆର ଶୁଭ ଉଦଘାଟନ

Sunil Chandra Nayak

ମାଟିଘର ସାହିତ୍ୟ ଚର୍ଚ୍ଚା

ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଡ଼ାଇଲିସିସ ସେଣ୍ଟର ଉଦଘାଟିତ

masiha

Leave a Comment

error: Content is protected !!