ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନିର୍ବାଚନି ପ୍ରଚାରରେ ଆସି ଦଲୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଭି. କେ.ପାଣ୍ଡିଆନ

ନିର୍ବାଚନି ପ୍ରଚାରରେ ଆସି ଦଲୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଭି. କେ.ପାଣ୍ଡିଆନ

କୋକସରା,୨୮/୪ // ଶନିବାର ନିର୍ବାଚନି ପ୍ରଚାରରେ ଭି.କେ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ । ପ୍ରଥମେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା ହାଇସ୍କୁଲ ପଡ଼ିଆରେ ନିର୍ଦ୍ଧାରିତ ସମୟର ୨ ଘଣ୍ଟା ୧୫ ମିନିଟ ବିଳମ୍ବରେ ଆସି ଦିନ ୧ ଘଣ୍ଟା ସମୟରେ ହେଲିକ୍ୟାପ୍ଟର ଯୋଗେ ଆସି ପହଞ୍ଚିଥିଲେ । ମଞ୍ଚ ସମ୍ମୁଖରେ ଉପସ୍ଥିତ ଥିବା ହଜାର ହଜାର ଜନ ସାଧାରଣଙ୍କୁ ଭେଟି ସେଲ୍ଫି, ସହ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ମଞ୍ଚରେ ଜୟ ଜଗନ୍ନାଥ, ଜୟ ଦଣ୍ଡପାଟ ବୋଳି ସମ୍ବୋଧନ କରିଥିଲେ। ଧର୍ମଗଡ଼ ମାଟି ମୋର ଜନ୍ମ ମାଟି କହିଲେ ଅତ୍ୟୁକ୍ତି ହେବ ନାହିଁ, ଦୀର୍ଘ ବର୍ଷ ଧରି ମୁଁ ଏହି ମାଟି ପାଣି ପବନରେ ମୋର ଜୀବନ ବିତାଇଛି, ଏଣୁ ସବୁବେଳେ ଧର୍ମଗଡ଼ ମୋର ପାଇଁ ଅଭୁଲା ବୋଳି କହିଥିଲେ। ଆମ ମୁଖ୍ୟମନ୍ତ୍ରୀ କଥା କମ ଓ କାମ ବେଶିରେ ବିଶ୍ୱାସ ରଖନ୍ତି। କଳାହାଣ୍ଡି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିକାଶ ଦ୍ରୁତ ଗତିରେ ହୋଇଛି। ମୁଁ ଗତ ବର୍ଷ ମଇ ୧୯ ତାରିଖରେ କଳାହାଣ୍ଡି ଆସିଥିଲି ଓ ସେହି ସମୟରେ ଆପଣ ମାନେ ଯେଉଁ ପ୍ରକଳ୍ପ ପାଇଁ ଲିଖିତ ଭାବେ ଦେଇଥଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ ୧୧୦ କୋଟି ଟଙ୍କା ମଞ୍ଜୁର କରିଥିଲେ। ଆଗକୁ ମଧ୍ୟ ବିକାଶ ଜାରି ରହିବ ବୋଲି କହିଥିଲେ। ବିଜେଡି ସାଂସଦ ଲମ୍ବୋଦର ନିଆଲ ଓ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଯୋଡ଼ା ଶଙ୍ଖରେ ଭୋଟ ଦେଇ ପୁଣିଥରେ ଷଷ୍ଟ ଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡିଶାର ବିକାଶର ସାରଥୀ କରିବାକୁ ଉପସ୍ଥିତ ହଜାର ହଜାର ଜନ ସାଧାରଣଙ୍କୁ ସମ୍ବୋଧନ ଓ ଅନୁରୋଧ କରିଥିଲେ ପାଣ୍ଡିଆନ। ଏହି ଅବସରରେ ମଞ୍ଚରେ ପାଣ୍ଡିଆନଙ୍କ ସହ ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ଧର୍ମଗଡ଼ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ମଞ୍ଚରେ ଉପସ୍ଥିତ ରହି ଭୋଟ ଭିକ୍ଷା କରିଥିଲେ। ଏହି ଅବସରରେ ଆୟୋଜିତ ମିଶ୍ରଣ ପର୍ଵରେ କଂଗ୍ରେସ ଓ ବିଜେପିରୁ ୨୫୦ରୁ ଉର୍ଦ୍ଧ କର୍ମକର୍ତ୍ତା ବିଜେଡିରେ ଯୋଗ ଦେଇଥିଲେ।ନିର୍ଵାଚନୀ ପ୍ରଚାର ସଭା ଆୟୋଜନରେ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା ଓ ଦଲୀୟ କର୍ମକର୍ତ୍ତା ସହଯୋଗ କରିଥିଲେ। କଡା ସୁରକ୍ଷା ମଧ୍ୟରେ ନିର୍ବାଚନି ସଭା ଆୟୋଜନ କରା ଯାଇଥିବା ବେଳେ ଏହି ଜନ ସମାବେଶରେ ୧୦ ହଜାରରୁ ଉର୍ଦ୍ଧ ଜନ ସାଧାରଣଙ୍କ ସମାବେଶ ହୋଇଥିଲା।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଧର୍ମଗଡ଼ରେ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ

masiha

ବାଲିଗୁଡ଼ାରେ କଂଗ୍ରେସର ବିରାଟ ଜନଜାଗରଣ ଯାତ୍ରା , କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଆହ୍ୱାନ

masiha

ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

Sunil Chandra Nayak

Leave a Comment

error: Content is protected !!