ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରେଳ ରହଣୀ ଦାବିରେ ରୁପ୍ରାରୋଡ ରେଳ ଷ୍ଟେସନରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ରେଳ ଯାତ୍ରୀ ସୁରକ୍ଷା କମିଟି

ନର୍ଲା (ମ.ନି.ସ) କଳାହାଣ୍ଡି ଜିଲ୍ଲାର ରୁପ୍ରାରୋଡ ରେଳଷ୍ଟେସନରେ ରେଳଯାତ୍ରୀ ସୁରକ୍ଷା ସମିତି, ରୁପ୍ରାରୋଡ ପକ୍ଷରୁ ରେଳରୋକ ଆନ୍ଦୋଳନ ଜାରି ରହିଛି। ଏଠାରେ ଦୀର୍ଘ ଦିନରୁ ରହି ଆସୁଥିବା ଟ୍ରେନ ଗୁଡିକ କରୋନା ସଂକ୍ରମଣ ସମୟରେ ଚଳାଚଳ ବନ୍ଦ ରହିଥିବା ଓ କେତେକ ଟ୍ରେନ ରହଣୀ କରୁ ନ ଥିବା ଯୋଗୁଁ ଏ ଅଞ୍ଚଳର ଯାତ୍ରୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ଆଜି ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଓ ଲକ୍ଷ୍ମୀ ନାରାୟଣ ଖେତାନଙ୍କ ନେତୃତ୍ୱରେ ଶତାଧିକ ଆନ୍ଦୋଳନକାରୀ ସକାଳ ୯ ଘଣ୍ଟା ସମୟରୁ ରୁପ୍ରାରୋଡ ରେଳଷ୍ଟେସନରେ ରେଳ ରୋକ ଆନ୍ଦୋଳନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଗତକାଲି ରେଳ ବିଭାଗ ବରିଷ୍ଠ ଅଧିକାରୀ, ଜିଲ୍ଲା ପ୍ରଶାସନର ଅଧିକାରୀ, ନର୍ଲା ପୋଲିସ ଓ ରେଳ ଯାତ୍ରୀ ସୁରକ୍ଷା ସମିତିର କର୍ମକର୍ତ୍ତା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ବୈଠକରେ କୈାଣସି ସମାଧାନ ନ ହେବା ପରେ ଆଜି ରୁପ୍ରାରୋଡ ରେଳ ଯାତ୍ରୀ ସୁରକ୍ଷା ସମିତିର ଆନ୍ଦୋଳନ ଆରମ୍ଭ ହୋଇଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ବିଷମ କଟକ ଠାରେ ବହୁଭାଷୀ ଶିକ୍ଷଣ ପ୍ରକଷ୍ଟର ଉଦ୍ଘାଟନ ସହ ଶୁଭାରମ୍ଭ

Sunil Chandra Nayak

ଓଡ଼ିଶାରେ ସର୍ବାଧିକ ଜରାଶ୍ରମ – ଭାରତରେ ୫୩୪, ଓଡ଼ିଶାରେ ୮୫

ପୋଲିସ ଟିମର ଖୁଡୁଖୁଡି ଜୁଆ ଖେଳ ଉପରେ ଚଢ଼ଉ , ତିନି ଗିରଫ 

Sunil Chandra Nayak

Leave a Comment

error: Content is protected !!