ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମର୍ମନୁଦ ସଡ଼କ ଦୁର୍ଘଟଣା, ଚାରି ମୃତ

ମର୍ମନୁଦ ସଡ଼କ ଦୁର୍ଘଟଣା, ଚାରି ମୃତ

ନୂଆପଡା ଜିଲ୍ଲା ଖଡ଼ିଆଳରୁ ଭବାନୀପାଟଣା ଯିବା ମୁଖ୍ୟ ରାସ୍ତା ଲଛିପୂର ଗାଁଁ ନିକଟରେ ଗତକାଲି ବିଳମ୍ବିତ ରାତ୍ରରେ ଏକ ମର୍ମନୁଦ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ହିଁ ଚାରି ଜଣଙ୍କ ମୃତ୍ୟୁ ହୋଇ ଥିବା ଜଣା ପଡିଛି lମୃତକ ମାନେ ହେଲେ ଖଡ଼ିଆଳ ସହରର ଶୁଭମ ମହାନ୍ତି(22) ଦେବେନ୍ଦ୍ର ସିଂ ଲାଲ(23) ରିଷି ସାହୁ(22)ଏବଂ ଗୋଇମୁଣ୍ଡି ଗାଁଁର ଦେବରାଜ ପଟେଲ(19) ବୋଲି ଜଣାପଡିଛି l ମିଳିଥିବା ସୂଚନା ଅନୁସାରେ ମୃତକ ରିଷି ସାହୁ ବଡ଼ ଭାଇଙ୍କ ଜନ୍ମ ଦିନ ଭୋଜି ଖାଇ ସାରି କୌଣସି କାମ ପାଇଁ ଗତକାଲି ରାତ୍ରରେ ଏକ ଟାଟା ଟିଆଗୋ କାର ରେ ଯାଉଥିବା ସମୟରେ ଲଛିପୁର ଗାଁଁ ନିକଟରେ ଭରସାମ୍ୟ ହରାଇ ପ୍ରଥମେ ଏକ ଟ୍ରାକଟରକୁ ପଛପଟୁ ଧକ୍କା ଦେଇଥିଲା ପରେ ପଛପଟୁ ଯାଉଥିବା ଏକ ଟ୍ରକ ଧକ୍କା ଦେଇଥିଲା ଫଳରେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ଖଣ୍ଡ ବିଖଣ୍ଡିତ ହେବା ସହ ଟ୍ରାକଟର ପଛ ଚକ ଅଲଗା ହୋଇ ଯାଇଥିବା ବେଳେ କାରରେ ଥିବା ସମସ୍ତଙ୍କ ଘଟଣା ସ୍ଥଳରେ ରେ ହିଁ ମୃତ୍ୟୁ ହୋଇଥିଲା ତାସହ ଟ୍ରାକଟରର ଡ୍ରାଇଭର ଙ୍କ ସମେତ ଅନ୍ୟ ଚାରି ଆହତ ହୋଇ ଥିବା ଜଣାପଡିଛି lଖବର ପାଇଁ ଖଡ଼ିଆଳ ପୋଲିସ ଘଟଣା ସ୍ଥଳରେ ପହଂଚି ଦମକଳ ବାହିନୀର ସହାୟତାରେ ମୃତ ଶବ ଉଦ୍ଧାର କରି ତଦନ୍ତ ଜାରି ରଖିଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଧର୍ମଗଡ ବିଧାୟକ ଙ୍କ ଜନସଂପର୍କ ଯାତ୍ରା। ଗାଁ ର ସମସ୍ୟା ଶୁଣିଲେ,ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ

Sunil Chandra Nayak

ରୋଟାରୀ କ୍ଲବର ସାମାଜିକ କାର୍ଯ୍ୟକ୍ରମ 

masiha

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତିର ପଞ୍ଚମ ସାଧାରଣ ବୈଠକ , ଯୋଗ ଦେଲେ ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ 

masiha

Leave a Comment

error: Content is protected !!