ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମ କଳାହାଣ୍ଡି ଗସ୍ତରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ

ପ୍ରଥମ କଳାହାଣ୍ଡି ଗସ୍ତରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ

ଦୀର୍ଘ ବର୍ଷର ବିଜେଡି ସରକାର ଶିକ୍ଷାକୁ ଅବହେଳା କରିଛି : ଗଣଶିକ୍ଷା ମନ୍ତ୍ରୀ 

ଜୁନାଗଡ଼୧୭/୬(ମ ନି ସ) : ଓଡ଼ିଶାରେ ବିଜେପି ସରକାର ହେବା ପରେ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ,ପଛୁଆ ବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଏବଂ ଶଶକ୍ତି କରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ପ୍ରଥମ କଳାହାଣ୍ଡି ଗସ୍ତ ରେ ଆସିଥିଲେ ।ଏହି ଅବସରରେ ବିଜେପି ଓ ବିଭିନ୍ନ ସଂଗଠନ ପକ୍ଷରୁ ଜୁନାଗଡ଼ ସହରସ୍ଥିତ ଅଗ୍ରସେନ ଭବନ ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜୁନାଗଡ଼ ବିଜେପି, ଜୁନାଗଡ଼ ସାମ୍ବାଦିକ ସଂଘ, ବିଭିନ୍ନ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦେବା ସହ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଆଜି ଏହି ସମ୍ବର୍ଦ୍ଧନା ସଭାରେ ପୂର୍ବ ବିଜେଡି ସରକାର ଉପରେ ମନ୍ତ୍ରୀ ବର୍ଷିଥିଲେ । ଦୀର୍ଘ ବର୍ଷ ଧରି ଶାସନରେ ବସିଥିବା ବିଜେଡି ସରକାର ଶିକ୍ଷାକୁ ଅବହେଳିତ କରି ଆସିଛି । ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର ଆସିଛି । କିପରି ଶିକ୍ଷାର ମାନ ବୃଦ୍ଧି ହେବ, ଶିକ୍ଷା କ୍ଷେତ୍ରରେ କିଭଳି ସଂସ୍କାର ଆସିବ ସେନେଇ ତର୍ଜମା କରାଯିବ । ମୁଁ ଗଣଶିକ୍ଷା ବିଭାଗର ଦାୟିତ୍ୱ ନେଲା ପରେ ଆମ ବିଭାଗ ପ୍ରତିଟି କାର୍ଯ୍ୟକୁ ତର୍ଜମା କରାଯିବା ସହିତ ଉଚିତ ପଦକ୍ଷେପ ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ଏନଏସି ନଗରପାଳ ମୁକେଶ ଅଗ୍ରୱାଲ, ବିଜେପି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ପୂର୍ବମନ୍ତ୍ରୀ ହିମାଂଶୁ ଶେଖର ମେହେର, ଓୟୁଜେ କଳାହାଣ୍ଡି ଜିଲ୍ଲା ଶାଖାର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂହଦେଓ, ଜୁନାଗଡ଼ ସାମ୍ବାଦିକ ସଂଘର ସଭାପତି ହିମାଂଶୁ ଶେଖର ବରାଡ଼, ବିଜେପି ବିଧାୟକ ପ୍ରାର୍ଥି ମନୋଜ ମେହେର, ସୁଧାଂଶୁ ଶେଖର ବରାଡ଼, ସର୍ମିଷ୍ଠା ମେହେର,ଟଙ୍କଧର ନାଏକ, ଶିବରାମ ରାଉତ , ଅଜୟ ପାଣିଗ୍ରାହୀ, କାଲେନ୍ଦୀ ପାଣିଗ୍ରାହୀ, ନିରୂପମା ନାଏକ,କାଞ୍ଚନ ବାଗ ସମେତ ଅନେକ ବିଜେପି କର୍ମକର୍ତା, ଜୁନାଗଡ଼ ବ୍ଲକର ଶିକ୍ଷକ ସଙ୍ଘର କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମୋହନଗିର କୃଷି ସମବାୟ ସମିତି ପକ୍ଷରୁ ୭୮ ତମ ସ୍ବାଧୀନତା ଦିବସ ପାଳିତ

masiha

ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ – 2023 ଉପଲକ୍ଷେ ଭବାନୀପାଟଣା ଠାରେ ବିଭିନ୍ନ ପ୍ରତିଯୋଗିତା

Sunil Chandra Nayak

ତେନ୍ତୁଳିଖୁଣ୍ଟି ଓ ଖାତିଗୁଡା ପୋଲିସର ଫ୍ଲାଗମାର୍ଚ୍ଚ

masiha

Leave a Comment

error: Content is protected !!