ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମାମୁଁ ଘରେ ଭାଣିଜୀ ମୃତ;କାରଣ ଅସ୍ପଷ୍ଟ; ପୋଲିସର ତନାଘନା ଜାରି

ମାମୁଁ ଘରେ ଭାଣିଜୀ ମୃତ;କାରଣ ଅସ୍ପଷ୍ଟ; ପୋଲିସର ତନାଘନା ଜାରି

ରାଇରଙ୍ଗପୁର – ୧୮/୦୬ // ଦିନକୁ ଦିନ ପାରିବାରିକ ହିଂସା,ମନୋମାଳିନ୍ଯ ,ଅସହିଷ୍ନୁତା,ଅଧୈର୍ଯ୍ଯତା ବୃଦ୍ଧି ପାଉଛି । ମଣିଷ ଯେତେ ଶିକ୍ଷିତ ହେଲେ ମଧ୍ୟ ସାମାଜିକ ଶିକ୍ଷାର ଅବନ୍ନତି ଘଟୁଛି । ଯୁବଗୋଷ୍ଠୀ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଦିନକୁ ଦିନ ହୁଏ ହୁଏ ବୃଦ୍ଧି ପାଉଛି । ପ୍ରେମ ବିବାହ ଅଧିକାଂଶ କ୍ଷେତ୍ରରେ ଅସଫଳତା ହେଉଛି ।ସାମାନ୍ୟ ସାମାନ୍ୟ କଥାରେ ଧୈର୍ଯ୍ୟର ସ୍ଖଳନ ଘଟିବା ସହିତ ଅଘଟଣ ଘଟାଉଛନ୍ତି ଯୁବଗୋଷ୍ଠୀ ।

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଵିଜାତଳା ବ୍ଳକର ରାଇହରି ପଞ୍ଚାୟତର ସାନବେଲପାହାଡି ଗ୍ରାମର ଜନୈକ ବିବାହିତା ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଵହଳଦା ବ୍ଳକର ଗମ୍ଭାରିଆ ପଞ୍ଚାୟତ ର ଜଗନ୍ନାଥପୁର ଗ୍ରାମର ସୁରାଇ ଟୁଡୁ (୨୨) ବିଜାତଳା ବ୍ଳକର ରାଇହରି ପଞ୍ଚାୟତର ସାନବେଲପାହାଡି ଗ୍ରାମର ମୋହନ ମାରାଣ୍ଡିଙ୍କ ଝିଅ କାର୍ମି ମାରାଣ୍ଡି (୨୩) ଙ୍କୁ ଅଢେଇ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ।କାର୍ମି ମାରାଣ୍ଡି ଯଶିପୁର କଲେଜର ଡିଗ୍ରୀ ପଢୁଛନ୍ତି । ସୁରାଇ ଏବଂ କାର୍ମୀ ମାରାଣ୍ଡି ଉଭୟ ସାନ ବେଲପାହାଡି ଗ୍ରାମରେ କାର୍ମିଙ୍କ ମାମୁଁ ଘରେ ରହି ଆସୁଥିଲେ ।କାର୍ମୀଙ୍କ ମାମୁଁ ଘର ଲୋକେ ବାହାୟକୁ ଯାଇ କାମଧନ୍ଦା କରୁଥିବାରୁ ତାଙ୍କ ପରିବାର ଲୋକେ ଘରେ କେହି ରହୁ ନ ଥିଲେ । ସୁରାଇ ଓ କାର୍ମୀ ସୋମବାର ଦିନ ରାତିରେ ରଜ ଉପଲକ୍ଷେ ସାନବେଲପାହାଡି ଗାଁ ପାଖରେ ହେଉଥିବା ଯାତ୍ରା ଦେଖିବାକୁ ଖୁସିରେ ଯାଇଥିଲେ । ହସଖୁସିରେ ମାମୁଁ ଘରକୁ ସକାଳୁ ଫେରିଥିଲେ ।ସବୁ କିଛି ଠିକ୍ ଠାକ୍ ଥିଲା ।ହେଲେ କୌଣସି କାରଣରୁ ସକାଳ ୭ ଟା ପାଖାପାଖି ସମୟରେ କାର୍ମୀ ମାନସିକ ଭାରସାମ୍ୟ ହରାଇ ନିଜ ଓଢ଼ଣୀରେ ଘର ଭିତରେ ଝୁଲି ପଡ଼ିଥିଲେ ।ଅନ୍ୟ ଏକ ରୁମରେ ତାଙ୍କ ସ୍ବାମୀ ସୁରାଇ ଘରୋଇ କାମରେ ଵ୍ଯସ୍ତ ଥିଲେ ।ପରେ ଆସି ଦେଖନ୍ତିତକାର୍ମୀ ଓଢ଼ଣୀ ଲଗାଇ ଝୁଲି ପଡ଼ିଛି ।ସଙ୍ଗେ ସଙ୍ଗେ ଝୁଲନ୍ତା ଅଵସ୍ଥା ଦେଖି ତାଙ୍କ ଶଶୁର ଘର ଲୋକଙ୍କୁ ଖବର ଦେବା ସହ କାର୍ମିକୁ ଉଦ୍ଧାର କରି ନିକଟସ୍ଥ ବିଜାତଳା ସ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ କାର୍ମୀକୁ ଡାକ୍ତର ମୃତ ଘୋଷଣା କରିଥିଲେ । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୨୦/୨୦୨୪ ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିଲେ । ପରେ ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବା ସହ ତଦନ୍ତ ଜାରି ରଖିଛନ୍ତି । ମୃତ କାର୍ମିର ବାପା ମୋହନ ମାରାଣ୍ଡି ଙ୍କ ତରଫରୁ ଥାନାରେ ଜୋଇଁ ଙ୍କ ବିରୋଧରେ କିଛି ଲିଖିତ ଅଭିଯୋଗ କରି ନାହାନ୍ତି । ଅପରପକ୍ଷରେ ନିଜର ପତ୍ନୀକୁ ହରାଇ ସୁରାଇ ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରାୟଗଡ ସହରରେ ବଢୁଥିବା ଚୋରି, ଲୁଟ ଓ ରାହାଜାନୀକୁ ରୋକିବା ନେଇ ରାୟଗଡ ଜିଲ୍ଲା ବିକାଶ ମଞ୍ଚ ତରଫରୁ ରାୟଗଡ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଲୁଟ ଅଭିଯୋଗରେ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

masiha

କନ୍ଧମାଳ : ପୁଣି ସକ୍ରିୟ ଲାଲ୍ ବାହିନୀ, ଘରୁ ଡ଼ାକିନେଇ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା

Leave a Comment

error: Content is protected !!