ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାନତା ଦେଖାଇଲା ସେବା ଫାଉଣ୍ଡେସନ, ସହାୟତା ପାଇଁ ପ୍ରତିଶ୍ରୁତି ଦେଲା ମୋ ଅନୁଷ୍ଠାନ 

ମହାନତା ଦେଖାଇଲା ସେବା ଫାଉଣ୍ଡେସନ, ସହାୟତା ପାଇଁ ପ୍ରତିଶ୍ରୁତି ଦେଲା ମୋ ଅନୁଷ୍ଠାନ 

ଜଗତସିଂହପୁର/ ବାଲେଶ୍ଵର, ୧୯/୬/୨୪- ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ମରିଚିପୁର ପଂଚାୟତ ବାରବାଟିଆ ଗ୍ରାମର ବାପ ଛେଉଣ୍ଡ ପିଲା ରାହୁଲ ଶୁକ୍ଲା । ବୟସ ୭ ବର୍ଷ, ବାପ ଛେଉଣ୍ଡ । ତା’ର ଭବିଷ୍ୟତ ଗଢି ତୋଳିବା ପାଇଁ ପାଠ ପଢ଼ାର ସମସ୍ତ ଖର୍ଚ୍ଚ ବହନ କରିବ ସ୍ବେଚ୍ଛାସେବୀ ଅନୁଷ୍ଠାନ ” ସେବା ଫାଉଣ୍ଡେସନ ” । କିଛି ଦିନ ପୂର୍ବେ ବାପା ସୁବ୍ରତ ଶୁକ୍ଲାଙ୍କ ଅକାଳ ବିୟୋଗ ପରେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ । ଛୋଟ ପୁଅର ଭବିଷ୍ୟତ ସହିତ ପରିବାରର ଭରଣ ପୋଷଣ କରିବା କଷ୍ଟକର ହୋଇ ପଡିଥିଲା । ଏହି ଅସହାୟତା ଖବର ସେବା ଫାଉଣ୍ଡେସନ ସଭାପତି ରଶ୍ମି ରଞ୍ଜନ ପାତ୍ର ପାଇବା ପରେ ତା ୧୯/୬/୨୪ ରିଖରେ ଟିମ ସହିତ ସେବା ଫାଉଣ୍ଡେସନ ସମ୍ପାଦକ ସମ୍ବିତ କୁମାର ପାଇଟାଲ, ରାଜେଶ ଖଟୁଆ, ରୁଦ୍ରବେହେରା, ଜଗା ବେହେରା, ଅଳୟ ବେହେରା ସେଠାରେ ପହଂଚି ଥିଲେ । ରାହୁଲର ମାଆଙ୍କ ଠାରୁ ସମସ୍ତ ଘଟଣା ବୁଝି ଅବଗତ ହେବା ପରେ ରାହୁଲର ପାଠ ପଢ଼ା ଓ ଡ୍ରେସ୍ ପାଇଁ ରାହୁଲର ମାଆ ସୁମିତ୍ରା ପରିଡାଙ୍କୁ ୨ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏଥି ସହିତ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପାଠ ପଢାର ସମସ୍ତ ଖର୍ଚ୍ଚ ସେବା ଫାଉଣ୍ଡେସନ ବହନ କରିବ ବୋଲି ରାହୁଲର ମାଆଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ସେବା ଫାଉଣ୍ଡେସନର ସମ୍ପାଦକ ସମ୍ବିତ କୁମାର ପାଇଟାଳ । ପ୍ରକାଶ ଥାଉକି ଏହା ପୂର୍ବରୁ ୩ ଟି ପିଲା ସୌରଭ,ଶୁଭମ ଦାସ, ସୋମ୍ୟଜିତ ମୁଦୁଲି ର ପାଠପଢ଼ାର ସମସ୍ତ ଖର୍ଚ୍ଚ ବହନ କରୁଛି ସେବା ଫାଉଣ୍ଡେସନ । ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର ମଧ୍ୟ ସହଯୋଗର ହାତ ବଢାଇବ ବୋଲି ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସେବା ଫାଉଣ୍ଡେସନକୁ ପ୍ରତିଶ୍ରୁତି ପ୍ରଦାନ କରିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କୋକସରା ଠାରେ କ୍ରାଉନ ଡେଣ୍ଟାଲ ମଲ୍ଟି ସ୍ପେଶାଳିଟି କ୍ଲିନିକ ଉଦଘାଟିତ

masiha

ଯୁଗଳ କିଶୋର ପଟ୍ଟନାୟକ ଙ୍କୁ ମ୍ୟାନ୍ ଅଫ୍ ମିଶନ୍ ସମ୍ମାନ

Sunil Chandra Nayak

ଭାଲୁ କାମୁଡ଼ାରେ ଜଣେ ବୃଦ୍ଧ ଗୁରୁତର

Sunil Chandra Nayak

Leave a Comment

error: Content is protected !!