ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ରାଜପଥକୁ ଅବରୋଧ କରୁଛି ବାଲି, ରାଜନେତା ଓ ପ୍ରଶାସନ ନିରବଦ୍ରଷ୍ଟା କ’ଣ ପାଇଁ ?

ରାଜ୍ୟ ରାଜପଥକୁ ଅବରୋଧ କରୁଛି ବାଲି, ରାଜନେତା ଓ ପ୍ରଶାସନ ନିରବଦ୍ରଷ୍ଟା କ’ଣ ପାଇଁ ?

ଖଇରା,୨୦/୬/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଓ ଭଦ୍ରକ ବ୍ଲକକୁ ସଂଯୋଗ କରୁଛି ୫୭ ନମ୍ବର ରାଜ୍ୟ ରାଜପଥ । ଏହି ରାସ୍ତାରେ ଦୈନିକ ଶହଶହ ଗାଡି ମୋଟର, ଭାରୀଯାନ ଓ ଯାତ୍ରୀବାହୀ ଗାଡି ଉଭୟ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନକୁ ଯାତାୟାତ କରୁଛି । ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଥିବାର ନଜିର ମଧ୍ୟ ଅଛି । ଏପରି ସ୍ଥଳେ ବ୍ଯକ୍ତିଗତ ଗୃହ ନିର୍ମାଣ ନିମନ୍ତେ ରାସ୍ତା ଉପରେ ବର୍ଷ ବର୍ଷ ଧରି ପଡି ରହିଛି ଗୃହ ନିର୍ମାଣ ସାମଗ୍ରୀ ଅର୍ଥାତ ବାଲି । ଯାହାଦ୍ବାରା ଯାତାୟାତରେ ବାଧା ସୃଷ୍ଟି ହେବା ସହିତ ସ୍ଥାନଟି ବିପଦ ପୂର୍ଣ୍ଣ ହୋଇପଡିଛି । ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି କେହି । ବାରମ୍ବାର ଅଭିଯୋଗ ଓ ଖବର ପ୍ରଚାର ପ୍ରସାର ପରେ ମଧ୍ୟ ରାସ୍ତାରୁ ହଟୁନି ବାଲି । ଏଠାରେ ପ୍ରଶ୍ନ ଉଠେ ରାଜ୍ୟ ରାଜପଥଟି ଗୃହ ନିର୍ମାଣକାରୀଙ୍କ ପୈତୃକ ସମ୍ପତ୍ତି କି ? ବେଳେ ଖଇରା ତହସିଲଦାର କ୍ଷେତ୍ର ପରିଦର୍ଶନରେ ଯାଉଛନ୍ତି, ରାସ୍ତା ଅବରୋଧ କ’ଣ ତାଙ୍କୁ ଦେଖାଯାଉନି ? କାହିଁକି ନେଉ ନାହାନ୍ତି ପଦକ୍ଷେପ ? ନା ଡରୁଛନ୍ତି ରାଜନୈତିକ ନେତାଙ୍କୁ ନା ପଦକ୍ଷେପ ନେବାର ଇଚ୍ଛା ନାହିଁ ? ନା ଜାଣିଶୁଣି ନିରବଦ୍ରଷ୍ଟା ସାଜିଛନ୍ତି ? ଅପରପକ୍ଷେ ପୋଲିସ ପ୍ରଶାସନ କରୁଛି କ’ଣ ? ଦୁର୍ଘଟଣାରେ ଯଦି କେହି ମୃତ୍ୟୁବରଣ କରେ ସେଥିପାଇଁ ଦାୟୀ କିଏ ? ତହସିଲ ନା ପୋଲିସ ପ୍ରଶାସନ ? ଏମିତି ଅନେକ ପ୍ରଶ୍ନ ଉଠିଛି ସାଧାରଣରେ, ଯାହା ଜନସାଧାରଣ ଓ ଯାତାୟାତକାରୀ ମାନେ ପ୍ରକାଶ କରିଛନ୍ତି । ଯଦି ଉଭୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆ ନଯାଏ, ଆଗାମୀ ଦିନରେ ଯେଉଁ ପ୍ରକାର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ତହସିଲ ଓ ପୋଲିସ ପ୍ରଶାସନ ହିଁ ଦାୟୀ ରହିବେ ଏବଂ ପ୍ରତିବାଦର ସ୍ବର ଖଇରା ଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପର୍ଯ୍ୟନ୍ତ ନିଶ୍ଚୟ ଯିବ ଏଥିରେ ସନ୍ଦେହ ନାହିଁ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜାତୀୟ ମତଦାତା ଦିବସ ୨୦୨୫ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

masiha

ମଠକରଗୋଳା ମହା ବିଦ୍ୟାଳୟରେ ସ୍ଵତନ୍ତ୍ର ସେବା ଶିବିର ଉଦ୍ଘାଟିତ

Sunil Chandra Nayak

ଉମରକୋଟରେ ଆୟୋଜିତ ହେବ ‘ସେବା ଜ୍ୟୋତି ଯାତ୍ରା’ର ମୁଖ୍ୟ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିସ୍ତୃତ ଆଲୋଚନା

Sunil Chandra Nayak

Leave a Comment

error: Content is protected !!