ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ବିଶ୍ଵ ଯୋଗ ଦିବସ ପାଳିତ 

ଡାବୁଗାଁ ରେ ବିଶ୍ଵ ଯୋଗ ଦିବସ ପାଳିତ 

ଡାବୁଗାଁ, 21/6 (ମ. ନି. ସ.)- ନବରଙ୍ଗପୁର ଜଲା ଡାବୁଗାଁ ବ୍ଲକ୍ ସଦର ମହକୁମା ସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସର ଠାରେ ବିଶ୍ଵ ଯୋଗ ଦିବସ ଅବସରରେ ଯୋଗାସନ କରାଯାଇଥିଲା। ଏହି ଅବସରରେ ସମସ୍ତ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ଙ୍କୁ ଯୋଗ ଶିକ୍ଷକ ଯୋଗାସନ ପ୍ରାଣାୟମ କରାଇଥିଲେ । ଏହି ଯୋଗାସନ ରେ ଡ଼ାବୁଗାଁ ବିଡ଼ିଓ ଶରତ ମାଝୀ, ତହସିଲଦାର ହରିଓମ ଭୋଇ, ଏବିଡିଓ ପଦ୍ମନାଭ ତ୍ରିପାଠୀ , ଡାବୁଗାଁ ଭାଜପା ମଣ୍ଡଳ ସଭାପତି ଜେ. ରାଜଶେଖର ରାଓ , ଡାବୁଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକପ୍ରଭାସ ଚନ୍ଦ୍ର ରାୟ, ଖେଳ ଶିକ୍ଷକ ହେମନ୍ତ କୁମାର ସାମଲ, ପ୍ରମୁଖ ଉପସ୍ଥିତ ରହି ଯୋଗାସନ ଓ ପ୍ରାଣାୟମ କରି ଛାତ୍ରୀଛାତ୍ର ଙ୍କୁ ପ୍ରତ୍ୟେକ ଦୀନ ଏହିଭଳି ପ୍ରାଣାୟମ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ନେଇ ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ପରିଚାଳନା କରିଥିଲେ । ଜୀବନରେ ଯୋଗ ଏବଂ ପ୍ରାଣାୟମ ର ଗୁରୁତ୍ଵ କିଭଳି ଶରୀରକୁ ସୁସ୍ଥ ରଖିବ ସେନେଇ କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା।

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ରାଉରକେଲାରେ ଶେୟାର୍ ପକ୍ଷରୁ ଜାତୀୟ କ୍ରୀଡା ସପ୍ତାହ ପାଳନ

Sunil Chandra Nayak

ସୁଲୋଚନା ସେବା ସଙ୍ଘ ତରଫରୁ ବାବା ଖଲେସ୍ଵର୍ ପୀଠର୍ ପୁନରୁଦ୍ଧାର ଓ ଉନ୍ନତିକରଣ 

Sunil Chandra Nayak

ଧର୍ମଗଡ଼ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଜରୁରୀ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!