ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚାଷିଙ୍କ ଠାରୁ ୨୫ହଜାର ଲୁଟ କଲେ ଦୁର୍ବୁର୍ତ୍ତ

ଚାଷିଙ୍କ ଠାରୁ ୨୫ହଜାର ଲୁଟ କଲେ ଦୁର୍ବୁର୍ତ୍ତ

କୋକସରା,୨୦/୬ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡାଲଗୁମା ପଞ୍ଚାୟତ ଲଟାପଡା ଗ୍ରାମର ଜଣେ ଛୋଟ ଚାଷି ଉପେନ୍ଦ୍ର ରୋତି ଗୁରୁବାର କୋକସରା ଷ୍ଟେଟ ବ୍ୟାଙ୍କରୁ ଧାନ ଫସଲ ବିକ୍ରି ବାବଦରେ ୨୫ ହଜାର ଟଙ୍କା ଉଠାଇ ବାଇକରେ ଘରକୁ ଯାଉଥିଲେ । କୋକସରା ଝରିଆଗୁଡା ରାସ୍ତାରେ ମଧ୍ୟାହ୍ନ ସମୟରେ ତିନି ଜଣ ଦୁର୍ବୁର୍ତ୍ତ ହାତ ମାରିବାରୁ ବାଇକ ରଖିବା ପରେ ଚାଷିଙ୍କ ଆଖିରେ ଲଙ୍କାଗୁଣ୍ଡ ମାରି ୨୫ ହଜାର ସହ ବାଇକର ଚାବିକୁ ନେଇ ଲୁଟ କରି ଫେରାର ମାରିଥିଲେ। ଚାଷି ଜଣକ ଲୁଟ ପରେ ଚିତ୍କାର କରିବାରୁ କିଛି ଲୋକ ଆସି ଚାଷିଙ୍କ ଠାରୁ ଲୁଟ ହୋଇଥିବା ଜାଣି ନିକଟବର୍ତ୍ତୀ ଅଞ୍ଚଳରେ ଖୋଜାଖୋଜି କରିବା ପରେ ମଧ୍ୟ ଦୁର୍ବୁର୍ତ୍ତଙ୍କ ଟେର ପାଇ ନଥିଲେ। ଖବର ପାଇ କିଛି ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି କୋକସରା ପୋଲିସକୁ ସୂଚନା ଦେବାପରେ ମଧ୍ୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି। ତେବେ କୋକସରା ଥାନା ଅଞ୍ଚଳରେ ଚୋରି, ରାହାଯାନୀ, ଲୁଟପାଟ ଘଟଣା ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ପୋଲିସର ନିଷ୍କ୍ରିୟତାକୁ ନେଇ ଜନ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୋଲିସ ପ୍ରଶାସନ ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ ସତର୍କ ଦୃଷ୍ଟି ଦେବାସହ ଅଞ୍ଚଳରେ ବୃଦ୍ଧି ପାଉଥିବା ଅପରାଧିକ କାର୍ଯ୍ୟକଳାପ ରୋକିବାକୁ ଦାବି ହେଉଛି।

ମସିହା ନିଯୁଜ୍ ସର୍ଭିସ୍ 

Related posts

ଦୁଇ କାକା ଭାଇଙ୍କ ଟାଙ୍ଗିଆ ଚୋଟରେ ଆଉ ଏକ କାକା ଭାଇ ମୃତ୍ୟୁ

masiha

ଗଞ୍ଜେଇ ଜବତ, ୧ ଗିରଫ

Sunil Chandra Nayak

କିଓସ୍କ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩ଲାପଟପ୍ ଓ ୧ଲକ୍ଷ ୧୮ହଜାର ଟଙ୍କା ଲୁଟି ନେଲେ ଦୃର୍ବୁତ୍ତ 

Sunil Chandra Nayak

Leave a Comment

error: Content is protected !!