ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅତିରିକ୍ତ ଜିଲ୍ଲାପାଳ ଓ ଆର୍ ଜି ଏଚ ଅଧ୍ୟକ୍ଷଙ୍କ ସହ ବିଭିନ୍ନ ସମସ୍ୟା ଉପରେ ବିଧାୟକ ଦୁର୍ଗା ତନ୍ତୀଙ୍କ ଆଲୋଚନା 

ଅତିରିକ୍ତ ଜିଲ୍ଲାପାଳ ଓ ଆର୍ ଜି ଏଚ ଅଧ୍ୟକ୍ଷଙ୍କ ସହ ବିଭିନ୍ନ ସମସ୍ୟା ଉପରେ ବିଧାୟକ ଦୁର୍ଗା ତନ୍ତୀଙ୍କ ଆଲୋଚନା 

ରାଉଲକେଲା: ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ରାଉରକେଲା ସରକାରୀ ହସ୍ପିଟାଲ ( ଆର୍ ଜି ଏଚ୍ ) ପରିଦର୍ଶନରେ ଯାଇ ହସ୍ପିଟାଲରେ ଚିକିତ୍ସାଧିନଙ୍କୁ ଭେଟି ବିବିଧ ସମସ୍ୟା ଉପରେ କଥାବାର୍ତ୍ତା କରିଥିଲେ । ପ୍ରଚଣ୍ଡ ରୌଦ୍ରତାପରେ ଆବଶ୍ୟକ କୁଲର, ପଙ୍ଖା ନଥିବାରୁ ରୋଗୀମାନେ ହନ୍ତସନ୍ତ ହେଉ ଥିବା ଦର୍ଶାଇଥିଲେ । ପରେ ଶ୍ରୀ ତନ୍ତୀ ଆର୍ ଜି ଏଚର ନିର୍ଦ୍ଦେଶକ ଙ୍କୁ ଭେଟି ଆଉଟ୍ ସୋର୍ସିଙ୍ଗର ଦାୟିତ୍ୱରେ ଥିବା ମ୍ୟାନେଜରଙ୍କ ବିରୋଧରେ ଆସୁଥିବା ବିଭିନ୍ନ ଦୁର୍ନୀତିର ଅଭିଯୋଗ ଉପରେ ଆଲୋଚନା କରିଥିଲେ ଓ ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ମ୍ୟାନେଜର ବିଗତ ସରକାରର ମନ୍ତ୍ରୀ ଓ ବିଧାୟକଙ୍କ ମଧୁ ଚନ୍ଦ୍ରିକାରେ ଏହି ଦୁର୍ନିତୀ କରୁଥିଲେ ଓ ନିର୍ଦ୍ଦେଶକଙ୍କୁ ମଧ୍ୟ ବେଖାତିରି କରୁଥିଲେ । ଶ୍ରୀ ତନ୍ତୀ ହସ୍ପିଟାଲ ପାଇଁ ଆବଶ୍ୟକ ଡାକ୍ତର, ନର୍ସିଂ ଷ୍ଟାଫ, ଅନ୍ୟାନ୍ୟ କର୍ମଚାରୀଙ୍କ ଆବଶ୍ୟକତା ଅନୁଯାୟୀ ବର୍ତ୍ତମାନ କେତେ ଅଛନ୍ତି ତା ଉପରେ ତଥ୍ୟ ଦେବାକୁ କହି ଥିଲେ । ନିର୍ଦ୍ଦେଶକ ତଥ୍ୟ ଦେବା ସହିତ ବିବିଧ ମେଡ଼ିକାଲ ଇକ୍ୟୁପମେଣ୍ଟ ଓ ଉପଯୁକ୍ତ ଡାକ୍ତର, ନର୍ସିଂ ଷ୍ଟାଫ ଆଦି ନଥିବା ଦର୍ଶାଇଥିଲେ । ଜନସଂଖ୍ୟା ତୁଳନାରେ ବେଡ ସଂଖ୍ୟା ବଢ଼ାଇବା ଉପରେ ଗୁରୁତ୍ଵ ଦେଇଥିଲେ । ଶ୍ରୀ ତନ୍ତୀ ହସ୍ପିଟାଲର ବିବିଧ ସମସ୍ୟା ଉପରେ ସେ ଅତିରିକ୍ତ ଜିଲାପାଳଙ୍କ ସହିତ ଏ ବିଷୟରେ ଆଲୋଚନା କରିବା ପାଇଁ କହି, ସେଠାରୁ ଯାଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟଳୟରେ ଭେଟି ଆର ଜି ଏଚ ର ଚାଲିଥିବ ଦୁର୍ନୀତି ଓ ବିବିଧ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏଥି ସହିତ ତୁମକେଲା, ଲୁହାକେରା, ହମିରପୁର ଆଦି ଅଞ୍ଚଳ ସ୍ବାଧୀନତା ପର ଠୁ ଆଜି ଯାଏ ଏହା ତ୍ରିଶଙ୍କୁ ଅବସ୍ଥାରେ ଥିବା ଦର୍ଶାଇଥିଲେ । ଏହି ଅଞ୍ଚଳର ରାସ୍ତା, ଡ୍ରେନ, ଷ୍ଟ୍ରିଟ ଲାଇଟ୍ ର ସମସ୍ୟାର ସମାଧାନ କରିବାକୁ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ସମାଧାନ ମିଳିତ ଭାବେ କରିଲେ ସମାଧାନ ହୋଇ ପାରିବ ଓ ସେ ସମସ୍ତ ପ୍ରକାର ସାହାଯ୍ୟ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତଶ୍ରୁତି ଦେଇଛନ୍ତି । ବିଧାୟକ ଙ୍କ ସହିତ ଜିଲ୍ଳା ମୁଖପାତ୍ର ଗଙ୍ଗାଧର ଦାଶ, ବରିଷ୍ଠ ନେତା ପ୍ରଫୁଲ୍ଲ ମିଶ୍ର, ପଶ୍ଚିମ ମଣ୍ଡଳ ସଭାପତି ସନ୍ତୋଷ ବିରାଟ , ଟିକେଶ୍ୱର ଟାଣ୍ଡିଆ, ଅବିନାଶ ସାମଲ, ନିରଞ୍ଜନ ସେନାପତି, ହେମନ୍ତ ଜେନା, କୈଳାଶ ତନ୍ତୀ, ଜୟାନନ୍ଦ ବେହେରା, ଉପେନ୍ଦ୍ର ନାୟକ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନର୍ଲା ଠାରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

masiha

ସ୍କୁଲ ଗେଟ ସମ୍ମୁଖରେ ଆଣ୍ଠୁଏ ପାଣି ଯାତାୟାତ ଠପ ଛାତ୍ରଛାତ୍ରୀ ହଟ ହଟା 

Sunil Chandra Nayak

LAST DAY OF CHAITRA PARVA CELEBRATIONS IN SAIPRIYA NAGAR SEES MASSIVE TURNOUT OF DEVOTEES

masiha

Leave a Comment

error: Content is protected !!