ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତିଖାଳି ଠାରେ ନୂଆପଡା ଡିଷ୍ଟ୍ରିକ୍ଟ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ର ଏକ ସାଧାରଣ ବୈଠକ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଡାକ ବଙ୍ଗଳା ଠାରେ ନବ ଗଠିତ ନୂଆପଡା ଡିଷ୍ଟ୍ରିକ୍ଟ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ସଂଘ ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକ ରେ ସିମାଞ୍ଚଳ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ବୈଠକ ରେ ସଂଘର ଆଗାମି କାର୍ଯ୍ୟକଳାପ, ବାଏଲ ପ୍ରସ୍ତୁତି, ଏବଂ ସଙ୍ଗଠାନିକ ସାମ୍ବାଦିକ ସମସ୍ୟା ଉପରେ ଆଲୋଚନା କରା ଯାଇଥିଲା। ସର୍ବ ସମ୍ମତି କ୍ରମେ ସିମାଞ୍ଚଳ ମହାପାତ୍ର ଏବଂ ସୁଶାନ୍ତ କୁମାର କର ଙ୍କୁ ସଂଘର ଆଗାମି କାର୍ଯ୍ୟ ପନ୍ଥା ଏବଂ ରୁପରେଖ ପ୍ରସ୍ତୁତ କରିବା ପାଇଁ ଦାୟୀତ୍ବ ପ୍ରଦାନ କରାଯାଇଅଛି । ପରିଶେଷ ରେ ବୋଡେନ ବ୍ଲକ ର ବିଶିକେଶନ ପଣ୍ଡା ନିଜ ଅଞ୍ଚଳରୁ ୨୧ ଜଣ ସଭ୍ୟ ଙ୍କୁ ନେଇ NDUJ ରେ ସାମିଲ କରି ଥିବାରୁ କୁମରମଣି ମହାନନ୍ଦ ଓ ଅଂଶୁମାନ ସତପଥି ଶ୍ରୀଯୁକ୍ତ ବିଶିକେଶନ ପଣ୍ଡା ସମେତ ସମସ୍ତ ଉପସ୍ଥିତ ସଦସ୍ୟ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବର୍ତ୍ତମାନ ଆଜି ବୈଠକରେ ୩୩ ଜଣ ସଦସ୍ୟ ଯୋଗ ଦେଇଥିଲେ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଧର୍ମଗଡ ରେ ବ୍ରାହ୍ମଣ ସମାଜ ର ନୂଆଖାଇ ଭେଟଘାଟ

Sunil Chandra Nayak

ଚୋର ଡ଼କାୟତ କବଳରୁ ରକ୍ଷା ପାଇଁ ହଳଦି ଭାଟି ଛକରେ ଗଣ ଧାରଣା

Sunil Chandra Nayak

ଭଣ୍ଡାର ଘରଣୀ ମନ୍ଦିର ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ , ଦୁର୍ଗନ୍ଧ ପରିବେଶ ରେ ଲୋକେ ଅସ୍ତ୍ୟବ୍ୟସ୍ତ

Sunil Chandra Nayak

Leave a Comment

error: Content is protected !!