ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆତ୍ମସମର୍ପଣ କଲା ଆଉ ଜଣେ ହାର୍ଡକୋର ମାଓବାଦୀ: ମୁଣ୍ଡ ଉପରେ ଥିଲା ୫ଲକ୍ଷ ଟଙ୍କାର ପୁରସ୍କାର ରାଶି

କଳାହାଣ୍ଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ଲାଲସୁ ଓରଫ ଲକ୍ଷ୍ମଣ ଆପକାନାମକ ଆଉ ଜଣେ ହାର୍ଡକୋର ମାଓବାଦୀ। ଆଜି ଏହି ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛି । ଦୀର୍ଘ ୧୩ ବର୍ଷ ଧରି ଛତିଶଗଡ଼ ଏବଂ ଓଡିଶା ମାଓ ସଂଗଠନରେ ଏରିଆ କମାଣ୍ଡର ଭାବରେ କାର୍ଯ୍ୟକରି ଆସୁଥିବା ଲକ୍ଷ୍ମଣ କଳାହାଣ୍ଡି ଜିଲ୍ଲାରେ ବଂଶଧାର ଘୁମୁସର ନାଗାବଳୀ ସିପିଆଇ ମାଓ ସଙ୍ଗଠନରେ ଦୀର୍ଘ ୧୧ ବର୍ଷ ଧରି ୫ଟି ବଡ଼ ଘଟଣାରେ ସାମିଲ ଥିଲା ବୋଲି ଜଣାପଡିଛି।ଲାଲସୁ ଓରଫ ଲକ୍ଷ୍ମଣ ଆପକା ନାଁରେ ସରକାର ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ । ଆଜି ଲକ୍ଷ୍ମଣ କଳାହାଣ୍ଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ଏନେଇ କଳାହାଣ୍ଡି ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦିଆଯାଇଛି ।

ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାକେଶ ପଣ୍ଡିତ, ସିଆରପିଏଫ କମାନଣ୍ଡେଣ୍ଟ ବିପ୍ଳବ ସରକାର, କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ସମେତ ଅନେକ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଡିଆଜି ରାଜେଶ ପଣ୍ଡିତ କହିଛନ୍ତି, “ଗତ କିଛି ଦିନ ତଳେ କଳାହାଣ୍ଡି ପୋଲିସ ପକ୍ଷରୁ ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ରାମଦାସ ଓ କଲମଦେଇଙ୍କ ବିବାହକୁ ଦେଖି ଲକ୍ଷ୍ମଣ ଆପକା ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କଳାହାଣ୍ଡି ଫୋରମ୍ ଫର୍ ସୋସିଆଲ ଟ୍ରାନ୍ସଫର୍ମେସନ (କେ ଏଫ୍ ଏସ୍ ଟି) ର ଅଭିନବ ପ୍ରୟାସ

Sunil Chandra Nayak

ଗାନ୍ଧୀବାଦୀ ନାରାୟଣ ଦାସଙ୍କ ବ୍ୟକ୍ତିତ୍ବ ଅମ୍ଳାନ ଓ ଚିରସ୍ମରଣୀୟ

ଟାଙ୍ଗରା ପାହାଡ଼ ଇନ୍ଦ୍ରାବତୀ ଜଳ ଭଣ୍ଡାର ପାଇଁ ଆଗାମୀ ଦିନରେ ବିପଦ ସଂକେତ

Sunil Chandra Nayak

Leave a Comment

error: Content is protected !!