ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କନ୍ଧମାଳ ର ବିଭିନ୍ନ ସ୍ଥାନରେ ମାଓବାଦୀ ପୋଷ୍ଟର,: ଜନସାଧାରଣ ଭୟଭୀତ

କନ୍ଧମାଳ ର ବିଭିନ୍ନ ସ୍ଥାନରେ ମାଓବାଦୀ ପୋଷ୍ଟର,: ଜନସାଧାରଣ ଭୟଭୀତ

କନ୍ଧମାଳ,ତା,୨୨/୦୬:(ମନିସ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମେରବନ୍ଧ ଏବଂ ଗୋଛାପଡା ଥାନା ଅଧୀନ କ୍ରାଣ୍ଡିବାଲି, ପକାରୀ ସହ ବିଭିନ୍ନ ସ୍ଥାନରେ ମାଓବାଦୀ ପୋଷ୍ଟର ପଡ଼ିଥିବା ଦେଖିବାକୁ ମିଳିଛି। କିଛି ଦିନର ନୀରବତା ପରେ ମାଓବାଦୀ ସଂଗଠନ ଏହି ଅଞ୍ଚଳରେ ପୁଣି ଥରେ ପୋଷ୍ଟର ମାରି ନିଜର ସ୍ଥିତି ଜାହିର କରିଛନ୍ତି। ଏହି ପୋଷ୍ଟର ପଡିବା ପରେ ଅଞ୍ଚଳରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ଗତ ଫେବୃଆରୀ ୫ ତାରିଖ ଦିନ ଗୋଛାପଡା ଥାନା କଙ୍ଗେରିକିଆ ଗାଁରେ ପୋଲିସ ଗୁଳିରେ ମୃତ୍ୟୁବରଣ କରିଥିବା ଦୁର୍ଦ୍ଦାନ୍ତ ମାଓବାଦୀ ଦଶରୁକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଗତ ଫେବୃଆରୀ ୩ ତାରିଖ ଦିନ ମାଓବାଦୀ ଦଶରୁ ଏକ ଟିମ ସହ କଙ୍ଗେରିକିଆ ଗାଁକୁ ଆସିଥିବା ବେଳେ ଆଗରୁ ପ୍ରସ୍ତୁତ ଥିବା ପୁଲିସ ତା’କୁ ଜୀବନ୍ତ ଧରିଥିଲା ଓ ଫେବୃୟାରୀ ୫ ତାରିଖରେ ପୁଲିସ ତା’କୁ ହତ୍ୟା କରିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ଦଶରୁର ମାଓବାଦୀ ସଂଗଠନ ପ୍ରତି ଅବଦାନ ବ୍ୟର୍ଥ ଯିବନାହିଁ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ପୋଷ୍ଟର ପଡିବା ପରେ ଏହି ଅଞ୍ଚଳ ଗୁଡ଼ିକରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅଞ୍ଚଳବାସୀଙ୍କୁ ଭୟଭୀତ ନ ହେବା ପାଇଁ ଫିରିଙ୍ଗିଆ ଓ ଗୋଛାପଡା ପୁଲିସ ପକ୍ଷରୁ ନିବେଦନ କରାଯାଇଛି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ରାଉରକେଲା ପୋଲିସର ଚଢାଉରେ ୧ କିଲୋ ୬୦୦ ଗ୍ରାମ ଗଞ୍ଜେଇ ସହ ଜଣେ ଗିରଫ୍

Sunil Chandra Nayak

ମୟୂରଭଞ୍ଜରୁ ଚୋରି ଅଳଙ୍କାର ଆସିକାରୁ ଜବତ

Sunil Chandra Nayak

ବିଜେପୁର ଥାନାଞ୍ଚଳରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

Leave a Comment

error: Content is protected !!