ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ଆମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ନବରଙ୍ଗପୁର(ରବି ନାରାୟଣ ମହାନ୍ତି)ତା ୨୨/୦୬-ଆମ୍ବ ଗଛରେ ବେକରେ ଗାମୁଛା ବାନ୍ଧି ଝୁଲୁଥିବା ଜଣେ ବ୍ୟକ୍ତିଙ୍କ ଶବକୁ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଶବ ଜବତ କରିଛି। ମୃତ ବ୍ୟକ୍ତି ଜଣକ ହେଲେ ଝରିଗାଁ ବ୍ଲକ, ବେଲଗାଁ ପଞ୍ଚାୟତ ଅନ୍ତର୍ଗତ କରମରି ଗ୍ରାମର ଡ଼ମୁରୁଧର ମାଝୀ ପିତା ସ୍ବର୍ଗତ ଗୋବିନ୍ଦ ମାଝୀ ଙ୍କ ପୁଅ (୪୬) ବୋଲି ଜଣା ପଡ଼ିଛି। ମୃତ ବ୍ୟକ୍ତିଙ୍କ ୫ ବର୍ଷ ଓ ତିନି ବର୍ଷର ପୁଅ ଓ ଝିଅ ଅଛନ୍ତି। ମୃତକଙ୍କ ବଡ଼ ଭାଇ ଧନସାଏ ମାଝୀ ଝରିଗାଁ ଥାନାରେ ଏତଲା ଦେବାପରେ ଝରିଗାଁ ଥାନା ଅଧିକାରୀ ତପନ କୁମାର ପତିଙ୍କ ନିର୍ଦ୍ଦେଶନାରେ ଏ ଏସ ଆଇ ଲକ୍ଷ୍ମୀନାରାୟଣ ଦୋରାଙ୍କ ନେତୃତ୍ୱରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ଶହ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିବା ବେଳେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଫିସର ସୂଚନା ଦେଇଛନ୍ତି।

ମସିହା ନିୟୁଜ ସର୍ଭିସ୍ 

Related posts

ସୁନ୍ଦରଗଡ କେ. ବଲାଙ୍ଗ୍ ଅଞ୍ଚଳରୁ ମାଓ ଅସ୍ତ୍ରଶସ୍ତ୍ର ପୁନରୁଦ୍ଧାର

Sunil Chandra Nayak

ଛତିଶଗଡ଼ କମ୍ପାନୀ ଓଡ଼ିଶାରେ କରୁଛି ବିସ୍ତାର ଅର୍ଥ ପ୍ରଲୋଭନ ଦେଖାଇ ଯୁବପିଢ଼ିଙ୍କୁ ଶୋଷଣ , ଭଡା ଘରେ ଚାଲିଚି କାର୍ଯ୍ୟାଳୟ , କାର୍ଯ୍ୟାଳୟ ସମ୍ବନ୍ଧେ ଘର ମାଲିକ ଅଜଣା ତଦନ୍ତ ଦାବୀ

Sunil Chandra Nayak

ବେକରେ ରସି ଲଗାଇ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

masiha

Leave a Comment

error: Content is protected !!