ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଷାଢ଼ସ୍ୟ ପ୍ରଥମ ଦିବସେ ସମୀକ୍ଷା ହେଲେ ସମ୍ମାନୀତ 

ଆଷାଢ଼ସ୍ୟ ପ୍ରଥମ ଦିବସେ ସମୀକ୍ଷା ହେଲେ ସମ୍ମାନୀତ 

ନବରଙ୍ଗପୁର:(୨୩|୬)(ରବିନାରାୟଣମହାନ୍ତି)ନବରଙ୍ଗପୁର ର ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ପାଠାଗାର ତରଫରୁ ପାଳିତ ହୋଇଯାଇଛି ଆଷାଢ଼ସ୍ୟ ପ୍ରଥମ ଦିବସେ । ମହାକବି କାଳିଦାସ ଙ୍କ ରଚିତ କାବ୍ୟ ଅନୁଯାୟୀ ଆଷାଢ଼ ମାସ ର ପ୍ରଥମ ଦିବସ କୁ ବିଭିନ୍ନ ଅନୁଷ୍ଠାନ ବହୁ ଜାକଜମକରେ ପାଳନ କରିଥାନ୍ତି। ପ୍ରାବନ୍ଧିକ ନାରାୟଣ ପଣ୍ଡା ଙ୍କ ପୌରହିତ୍ୟ ପାଠାଗାର ର ମାସିକ ଆଲୋଚନା ଚକ୍ରରେ ଡକ୍ତର ନୀଳକଣ୍ଠ ପାଢ଼ୀ ବକ୍ତା ଭାବରେ ଉପସ୍ଥିତ ହୋଇ ତାଙ୍କର ସମ୍ପୂର୍ଣ ବକ୍ତବ୍ୟ କୁ ସଂସ୍କୃତ ଭାଷାରେ ରଖିଥିଲେ। ଅନ୍ୟତମ ବକ୍ତା ରୂପେ ସୁରଜ୍ କୁମାର ତ୍ରିପାଠୀ ଯୋଗଦେଇ କବି କାଳିଦାସ ଙ୍କ ଜୀବନ ଉପରେ ଆଧାରିତ ସମସ୍ତ ତଥ୍ୟ ବକ୍ତବ୍ୟ ମାଧ୍ୟମ ରେ ପ୍ରଦାନ କରିଥିଲେ। ଏହି ଅବସରରେ ନବରଙ୍ଗପୁର ଜିଲ୍ଲାରେ ଦଶମ ଶ୍ରେଣୀ ପରୀକ୍ଷା ରେ ସର୍ବୋଚ୍ଚ ଅଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ସମୀକ୍ଷାରାଣୀ ମାଳି ଙ୍କୁ ନାରୀକବୀ ପ୍ରମିଳା ପଟ୍ଟନାୟକ “ସ୍ମୁତି ସମ୍ମାନ” -୨ ୦୨୪ ରେ ସମ୍ମାନିତ କରାଯାଇଥିଲା।ପ୍ରକାଶ ଥାଉକି ପ୍ରତିବର୍ଷ ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ମଠ ଦ୍ଵାରା ସରକାରୀ ନୋଡାଲ ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣେ ଛାତ୍ରୀ ଙ୍କୁ ଏହି ସମ୍ମାନ ଦିଆଯାଇଥାଏ।ଏଥିରେ କିଛି ଆର୍ଥିକ ପ୍ରୋତ୍ସାହନ,ଉପଢୋକାନ ଏବଂ ମାନପତ୍ର ଦେଇ ଯଥାରିତ ସମ୍ମାନ ଦିଆଯାଇଥିଲା। ଆଷାଢ଼ସ୍ୟ ପ୍ରଥମ ଦିବସେ ଏବଂ ଉତ୍କଳ ସଂସ୍କୃତି ,ପୂଜା ପର୍ବ,ଓ ରଥଯାତ୍ରା ଉପରେ ଆଧାରିତ ନିଜସ୍ଵ ରଚନା ର କବିତା ଗୁଡ଼ିକୁ ଅନେକ କବି ନିଜସ୍ଵ ଢଙ୍ଗ ରେ ଆବୃତ୍ତି କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ସହିତ କବିତା ସଂଯୋଜନା ନାଟ୍ୟକାର ଜଗନ୍ନାଥ ବେହେରା ଙ୍କ ଦ୍ଵାରା ସମ୍ପାଦନ ହୋଇଥିଲା l ସମ୍ପାଦକ ରଜନୀ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l ମଠର ସମ୍ପାଦକ ରଘୁନାଥ ପାତ୍ର,ସଭାପତି ଭରତ ପ୍ରଧାନ, କୋଷାଧ୍ୟକ୍ଷ କୁମୁନ୍ଦ ଚନ୍ଦ୍ର ପଟ୍ଟନାୟକ ସହିତ ରଘୁନାଥ ଶତପଥୀ,ହୂର୍ଶିକେଶ ଦାଶ,ପ୍ରଫୁଲ୍ଲ ପୁହାଣ,ରଘୁନାଥ ରଥ,ହରିହର ନାୟକ,ପି ରବିକାନ୍ତ, ଜେନାମଣି ବିଶୋଇ,ପ୍ରଭାସିନୀ ମହାନ୍ତି,ଶାନ୍ତିଲତା ଜେନା,ନିରଞ୍ଜନ ମିଶ୍ର,ପର୍ଶୁରାମ ସାହୁ, ହର ଦାସ,ଦାଶରଥି ପଟ୍ଟନାୟକ,ଗଣେଶ ଦାସ,ବିଭୁଦତ୍ତ ସେଠି,କୃଷ୍ଣ ଦାସ,ତ୍ରିବିକ୍ରମ ନନ୍ଦ,ଦେବୀ ପ୍ରସାଦ ତ୍ରିପାଠୀ, ବୈଦେହି ପଣ୍ଡା,ଆରତୀ ବିଷୋୟୀ, ସୁବ୍ରତ ମହାନ୍ତି ଏବଂ ବରିଷ୍ଠ ନେତା ନାରାୟଣ ପାତ୍ର,ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ସମସ୍ତେ ପ୍ରସାଦ ସେବନ କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସସ୍ଥାନ, ରାଉରକେଲାର କାର୍ଯ୍ୟକାରିଣୀ ବୈଠକ ଆୟୋଜିତ 

masiha

ଜଗା କୁ ଦର୍ଶନ କରିବା ବୁଲେଟ ସହ ଅଗ୍ନି ପଥରେ ଦୁଇ ଯାତ୍ରୀଙ୍କ ସ୍ଵର୍ଗାରୋହଣ, ପରିବେଶ ବଡ ସଂଗୀନ 

Sunil Chandra Nayak

ରୋଟାରୀ ଗ୍ରୀନ୍ ଫିଲଡ଼ କଟକ ପକ୍ଷରୁ ଅର୍ଣ୍ଣପୂର୍ଣ୍ଣା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!