ଓଡିଶା ରାଜ୍ୟ ସମବାୟ ସମିତି ଲିଃ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ
କୋକସରା,୨୩/୬ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଓଡିଶା ରାଜ୍ୟ ସମବାୟ ସମିତି ଲିଃ ତରଫରୁ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶାଖା ପରିଚାଳକ ଜୁନାଗଡ଼ ରଘୁମଣି ପୁଝାରି, ମୁଖ୍ୟ ବକ୍ତା ଭାବେ ଶାଖା ପରିଚାଳକ ଭବାନୀପାଟଣା ଶତ୍ରୁଘ୍ନ ନାଏକ, ସମ୍ମାନିତ
ଅତିଥି ଭାବେ ଶାଖା ପରିଚାଳକ କୋକସରା ପ୍ରେମଲାଲ ନିଆଲ, ଏବିଏମ ଧନୁ ଦୁର୍ଗା, ଚନ୍ଦ୍ର ଶେଖର ଗୋପାଳ, ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିବା ସହ ସମବାୟ ସମିତି ଲି ର କାର୍ଯ୍ୟପନ୍ଥା ଓ ଏହାଦ୍ବାରା କେମିତି ଆମେ ରୋଜଗାରକ୍ଷମ ହେବା ସେନେଇ ପରାମର୍ଶ ଦେଇଥିଲେ। ଯାହାକୁ ନଜରରେ ରଖି ଓଡିଶା ରାଜ୍ୟ ସମବାୟ ସମିତି ଲିଃ ସାଧାରଣ ଲୋକଙ୍କ ସୁବିଧା ପାଇଁ ୧୫-୬୦% ପ୍ରତିଶତ ଛାଡ଼ରେ ବିଭିନ୍ନ ପ୍ରକାର ଜିନିଷ ଉପଲବ୍ଧ ହେବା ନେଇ ଉଦ୍ୟମ କରିଛନ୍ତି । ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ବିଭାଗ ବିଭିନ୍ନ ଉପଦ୍ରବ୍ୟ ସାଧାରଣ ଲୋକ ଉପଲବ୍ଧ ପାଇଁ ବ୍ୟବସ୍ଥା କରିବାକୁ ହାତକୁ ନେଇଛି। ପଞ୍ଚାୟତ ମହକୁମା ଠାରେ ପ୍ରଥମେ ଏହାର ବଜାର ବା ଦୋକାନ, ମଲ୍ ଇତ୍ୟାଦି ଖୋଲି ବିକ୍ରି କରିବା ବ୍ୟବସ୍ଥା କରିଛି। ଏଥିପାଇଁ ବିଭାଗରେ ସମ୍ପୃକ୍ତି ହେବାକୁ ପ୍ରଥମେ ୨୫୦ଟଙ୍କା ଜମା ପଞ୍ଜିକୃତ ଦେବାକୁ ସାଧାରଣ ଜନତାକୁ ବିଭାଗ ଶାଖା ପରିଚାଳକ ଶତ୍ରୁଘ୍ନ ନାଏକ କାର୍ଯ୍ୟକ୍ରମରେ ବୁଝାଇଥିଲେ। ଏହାର ଫାଇଦା ଓ ସୁଲଭ ଭାବେ ସହଜରେ ଉପକରଣ ସାମଗ୍ରୀ ତଥା ଜିନିଷ ସହଜରେ ଗ୍ରାହକ କିପରି ପାଇବେ ତାର ସମ୍ପୂର୍ଣ୍ଣ ବିବରଣୀ କୋକସରା ଶାଖା ପରିଚାଳକ ପ୍ରେମରାଜ ନିଆଲ ଲୋକଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମରେ ସମସ୍ତ ପିଇଓ, ଏଫିଓ ସମେତ ସମବାୟ ସମିତିର ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ।
ମସିହା ନିୟୁଜ୍ ସର୍ଭିସ୍


