ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଏ ବି ଇ ଓ ଙ୍କ କାର୍ଯ୍ୟରେ ଯୋଗଦାନ 

ନୂତନ ଏ ବି ଇ ଓ ଙ୍କ କାର୍ଯ୍ୟରେ ଯୋଗଦାନ 

ନବରଙ୍ଗପୁର:(୨୪/୬/୨୪)( ରବି ନାରାୟଣ ମହାନ୍ତି) ଧରାକୋଟ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଦୁଇଜଣ ଏ ବି ଇ ଓ ଅବସର ଗ୍ରହଣ କରିବା ପରେ ଖାଲି ପଡ଼ିଥିବା ଦୁଇ ପଦବୀ ସଂପ୍ରତି ପୂରଣ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ଙ୍କ ଚିଠି ସଂଖ୍ୟା ୯୩୬୧ ୧୩/୬/୨୪ ପ୍ରକାରେ ଜୟମଙ୍ଗଲ ୟୁ ପି ଏସ ରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ସିମାଞ୍ଚଳ ବେହେରା, କୁସରାବ ୟୁ ପି ଏସ ରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ପାତ୍ର ନୂତନ ଏ ବି ଇ ଓ ଭାବରେ ନିଯୁକ୍ତି ପାଇ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହି ଅବସରରେ ବି ଇ ଓ ଲିଙ୍ଗରାଜ ସ୍ବାଇଁ, ସି ଆର ସି ସି ଭାସ୍କର ବାଡତ୍ୟା,ପୂର୍ଣ୍ଣ ଚନ୍ଦ୍ର ବେହେରା,କାଳୁ ଚରଣ ଗୌଡ଼,ନବୀନ ସେଠୀ, ଜ୍ଞାନ ରଞ୍ଜନ ନାୟକ, ଶିବାନନ୍ଦ ବେହେରା,ଅରୁଣ ସେଠୀ,ଶ୍ରୀକାନ୍ତ ନାୟକ,ରଞ୍ଜନ ନାୟକଙ୍କ ସମେତ ବି ଇ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସେମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ଏ ସମ୍ପର୍କରେ ବି ଇ ଓ ଲିଙ୍ଗରାଜ ସ୍ବାଇଁ ଙ୍କ ସହ ଯୋଗାଯୋଗ ବେଳେ ସେମାନଙ୍କ ଯୋଗଦାନ ଫଳରେ ଶିକ୍ଷାଦାନ କ୍ଷେତ୍ରରେ ସୁପରିଚାଳନା ସହ ସରକାରଙ୍କ ସମସ୍ତ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ର ସଫଳ ରୂପାୟନ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

masiha

ଗୋଲାମୁଣ୍ଡା ବ୍ଲକ ଗଣ୍ଡାମେର ଗ୍ରାମ ପ୍ରାଥମିକ ବିଦ୍ୟାଳୟ କୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାବେ ଉନ୍ନୀତ କରଣ

Sunil Chandra Nayak

ଭାନପୁର ପେକ୍ସ୍ ଠାରେ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!