ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଁ ଜଣେ ସେବକ, ସମସ୍ୟାର ସମାଧାନ ଓ ବିକାଶ ଧାରାକୁ ଆଗେଇ ନେବା ମୋ ଲକ୍ଷ୍ୟ – ଦୂର୍ଗା ତନ୍ତୀ

ମୁଁ ଜଣେ ସେବକ, ସମସ୍ୟାର ସମାଧାନ ଓ ବିକାଶ ଧାରାକୁ ଆଗେଇ ନେବା ମୋ ଲକ୍ଷ୍ୟ – ଦୂର୍ଗା ତନ୍ତୀ

ରାଉଲକେଲା:ସେକ୍ଟର -୩ ସ୍ଥିତ ରାଉଲକେଲା ମହାବିଦ୍ୟାଳୟକୁ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ପରିଦର୍ଶନରେ ପହଞ୍ଚିଥିଲେ । ଏହି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ରବୀନ୍ଦ୍ର କୁମାର ଜେନା ଶ୍ରୀ ତନ୍ତୀଙ୍କୁ ସମ୍ମାନିତ କରିବା ସହିତ ସମସ୍ତ ଅଧ୍ୟାପକ ଓ ଷ୍ଟାଫଙ୍କ ବୈଠକରେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଉପସ୍ଥାପନା କରିଥିଲେ । ବିଧାୟକ ତନ୍ତୀ, ସମ୍ମିଳନୀ କକ୍ଷରେ ଛାତ୍ର ଓ ଛାତ୍ରୀଙ୍କୁ ଭେଟି ସେମାନଙ୍କ ଠାରୁ ବିଭିନ୍ନ ସମସ୍ୟା ଶୁଣିଥିଲେ। ସେମାନେ ମହାବିଦ୍ୟାଳୟରେ ସିକ୍ୟୁରିଟ ଗାର୍ଡ, ଉପଯୋଗି ଟଏଲେଟ୍, ପାନୀୟ ଜଳ , କ୍ଲାସ ରୁମ, ଉପଯୁକ୍ତ ସଫେଇ କର୍ମଚାରୀ, ଫିଲ୍ଡ ଷ୍ଟାଫ, ଛାତ୍ର ଛାତ୍ରୀଙ୍କ ପ୍ରତିନିଧି ନଥିବା ଜଣାଇଥିଲେ । ଶ୍ରୀ ତନ୍ତୀ ଉପୋରକ୍ତ ସମସ୍ୟା ପ୍ରତି ପ୍ରଶାସନିକ ଅଧିକାରୀଙ୍କ ସହିତ କଥାବାର୍ତ୍ତା କରି ସମସ୍ୟା ଦୂର କରିବାକୁ ପ୍ରତଶୃତି ଦେଇଥିଲେ । ସେ ନିଜକୁ ଜଣେ ସେବକ ବୋଲି କହିବା ସହିତ ନୂତନ ସରକାର ବିକାଶ ପଥରେ କାମ କରିବ ବୋଲି କହିଥିଲେ । କଲେଜ୍ ତରଫରୁ ସ୍ୱଚ୍ଛ ଭାରତ ଟିମ୍ ଗଠନ କରି ପ୍ରଧାମନ୍ତ୍ରୀଙ୍କର ସ୍ବପ୍ନକୁ ସାକାର କରିବାକୁ ଶ୍ରୀ ତନ୍ତୀ ପରାମର୍ଶ ଦେଇଥିଲେ । କଲେଜ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବା ସହିତ ଏହାର ସୁନାମ ଅର୍ଜନ କରି ଏକ ଉତ୍ତମ କଲେଜ ରୁପେ ପ୍ରତିଷ୍ଠା କରିବାକୁ ଉପଦେଶ ଦେଇଥିଲେ । ଏହା ପରେ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, କୈଳାଶ ତନ୍ତୀ, କୃଷ୍ଣ ଚନ୍ଦ୍ର ତନ୍ତୀ, ଟିକେଶ୍ଵର ତାଣ୍ଡିଆ ଆଦି ବିଧାୟକଙ୍କ ସାଙ୍ଗରେ ଉପସ୍ଥିତ ଥିଲେ । ଏହା ପରେ ଶ୍ରୀ ତନ୍ତୀ ସେକ୍ଟର -୨୦ ସ୍ଥିତ ଉତ୍କଳ ଗୌରବ ମଧୁସୁଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରି ଥିଲେ । ଏହାର ଅଧକ୍ଷା ସୁଶ୍ରୀ ମଞ୍ଜୁଲତା ଦେହୁରୀ ବିଧାୟକ ଶ୍ରୀ ତନ୍ତୀ, ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ତନ୍ତୀ ଛାତ୍ର ଛାତ୍ରୀଙ୍କ ସହିତ ବାର୍ତ୍ତାଳାପ କରି ସେମାନଙ୍କ ସମସ୍ୟା ବୁଝି ଥିଲେ । ସେମାନେ ଉପଜୁକ୍ତ ଟଏଲେଟ୍, ଜଳ ଯୋଗାଣ, ବିଦ୍ୟୁତ ବିଭ୍ରାଟ, କ୍ଲାସ ରୁମର ଅଭାବ ଦର୍ଶାଇଥିଲେ । ଶ୍ରୀ ତନ୍ତୀ ଏହା ଉପରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ ସ୍ୱଚ୍ଛ ଭାରତ ଟିମ ଗଠନ ସହିତ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାକୁ ପରାମର୍ଶ ଦେଇଥିଲେ । ବିକଶିତ ଭାରତ ପାଇଁ ଆମେ ସମର୍ପିତ। ଏ ଅଞ୍ଚଳର ବିକାଶ ଆମର ଜୀବନର ଲକ୍ଷ୍ୟ ।ସମସ୍ତେ କଠିନ ପରିଶ୍ରମ କରି ଉତ୍ତମ ରେଜଲ୍ଟ କରିବାକୁ ଉପଦେଶ ଦେଇଥିଲେ। ଅଧ୍ୟକ୍ଷା ସୁଶ୍ରୀ ଦେହୁରୀ ଏହି ବିଦ୍ୟାଳୟର ଚାଲି ଥିବା ନିର୍ମାଣ ଓ ନବୀକରଣ କାର୍ଯ୍ୟରେ ସୃଷ୍ଟିକୁ ହୋଇ ଥିବା ବାଧାକୁ ଉପସ୍ଥାପନା କରିଥିଲେ। । ବିଧାୟକ ଏହା ଉପରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଗିରିଜା ମହାନ୍ତି, କୈଳାଶ ତନ୍ତୀ, କୃଷ୍ଣ ଚନ୍ଦ୍ର ତନ୍ତୀ, ଟିକେଶ୍ଵର ତାଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଟକ ଜିଲ୍ଲାର ମାନ୍ୟବର ସାଂସଦ ଡ଼.ଭର୍ତ୍ତୃହରି ମହତାବଙ୍କ ୬୯ ତମ ଜନ୍ମ ଜୟନ୍ତୀ 

Sunil Chandra Nayak

ଲୁହାଶିଳା ଆର.କେ. କଲେଜରେ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ/ପ୍ରତିଯୋଗିତାର ଉଦଯାପନୀ ଉତ୍ସବ

masiha

ଛୀଲିପା ରେ ପଞ୍ଚାୟତ ସ୍ଥରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଅନୁଷ୍ଠିତ 

masiha

Leave a Comment

error: Content is protected !!