ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଶିବିର ଅନୁଷ୍ଠିତ 

ବିଦ୍ୟାଳୟ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଶିବିର ଅନୁଷ୍ଠିତ 

ନବରଙ୍ଗପୁର:(ତା ୨୬/୦୬)(ରବିନାରାୟଣମହାନ୍ତି)-ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ରାମସା କ୍ଲଷ୍ଟରର ପାଲିଆ ସରକାରୀ ଆଶ୍ରମ ବିଦ୍ୟାଳୟ ଠାରେ ସିଆରସିସି ସଂଗ୍ରାମ କେଶରୀ ବଡଜେନାଙ୍କ ମାର୍ଗଦର୍ଶନରେ ତଥା ପାଲିଆ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ ହରିଜନଙ୍କ ସହଯୋଗରେ ଏବଂ ରାମସା କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ମାନଙ୍କ କାର୍ଯ୍ୟ ଦକ୍ଷତା ମାଧ୍ୟମରେ ଏକ ବିଦ୍ୟାଳୟ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଶିବିର ଅନୁଷ୍ଠିତ ହୋଇ ଯାଇଛି |ଆଗାମୀ ଦିନରେ ପୋଲୁଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ, ବାସୁଦେବ ସରକାରୀ ପ୍ରାଥମିକ ବିଦ୍ୟାଳୟ,ପାଉରବେଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ରାମସା ସରକାରୀ ଉନ୍ନୀତ ବିଦ୍ୟାଳୟରେ ମଧ୍ୟ ଏହି ଶିବିର ଅନୁଷ୍ଠିତ ହେବା ନେଇ ସିଆରସିସି ସଂଗ୍ରାମ କେଶରୀ ବଡଜେନା ସୂଚନା ଦେଇଛନ୍ତି |ଉକ୍ତ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଶିବିରରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଗୋପୀନାଥ ଭତରା,ନରେଶ କୁମାର ସୋନୀ,ପ୍ରକାଶ ଚନ୍ଦ୍ର ଦଳେଇ,ପ୍ରିୟରତ ମଣ୍ଡଳ,ଗୋବିନ୍ଦ ଚନ୍ଦ୍ର ନାୟକ,ଛବିଲାଲ ମାଝୀ,ବରୁଣ ଦାସ ପନକା,ସୀତାରାମ ଭୂଇ,ଲିନା ବାଗ,ଘାସିରାମ ମେହେର, ମିତା ରାଉତ,ବ୍ରଜ ମୋହନ ପୂଜାରୀ,ସଂଜୁ ବୈରାଗୀ ପ୍ରମୁଖ ଯୋଗଦେଇ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଶିବିରକୁ ସଫଳ କରିଥିଲେ |ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଜୟନ୍ତୀ ସାନ୍ତା, ଭଜନ୍ତି ସାନ୍ତା,ଗୀତା ସାନ୍ତା,ସୋମନାଥ ସାନ୍ତା,ଆକାଶ ସାନ୍ତା ଓ ବିଷୁ ଗଣ୍ଡ ଉପସ୍ଥିତ ରହିଥିଲେ |

ମସିହା ନିୟୁଜ ସର୍ଭିସ୍ 

Related posts

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଜନ୍ମାଷ୍ଟମୀ ଉତ୍ସବ

masiha

ଜିଲ୍ଲାପାଳଙ୍କ ଗୁଣପୁର ଗସ୍ତ ,  ୨୦୨୪ ସାଧାରଣ ନିର୍ବାଚନ ପୂର୍ବ ପ୍ରସ୍ତୁତି ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

masiha

ରାଉରକେଲା ଫୋଟୋଗ୍ରାଫର୍ସ ଆସୋସିଏସନ୍‌ ପକ୍ଷରୁ କର୍ମଶାଳା ଆୟୋଜିତ

masiha

Leave a Comment

error: Content is protected !!