ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବ୍ୟବସ୍ଥା ଘେରରେ ରିଷିଡା ବସ୍ ଷ୍ଟାଣ୍ଡ

ଅବ୍ୟବସ୍ଥା ଘେରରେ ରିଷିଡା ବସ୍ ଷ୍ଟାଣ୍ଡ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଠାରେ ଥିବା ବସଷ୍ଟାଣ୍ଡ ଅବ୍ୟବସ୍ଥାରେ ରହିଛି । ବଲାଙ୍ଗିର କଳାହାଣ୍ଡି ତଥା ଭୁବନେଶ୍ୱର ରୁ ଅନେକ ଯାତ୍ରୀବାହୀ ବସ ରିଷିଡା ଦେଇ ଯାତାୟତ କରେ । ଏଠାରେ ଏକାଧିକ ବସ ରାତ୍ରି ଯାପନ ମଧ୍ୟ କରିଥାନ୍ତି । କିନ୍ତୁ ରିଷିଡା ବସଷ୍ଟାଣ୍ଡରେ ଅଳିଆ ଆବର୍ଜ୍ଜନା ପୁରି ରହିଛି । ସବୁଠାରୁ ବଡ଼ କଥା ହେଲା ମହିଳା ଯାତ୍ରୀମାନେ ବସରେ ଯାତାୟତ କିମ୍ବା ବସଷ୍ଟାଣ୍ଡରେ ବସ ଅପେକ୍ଷା କରିରହିଥାନ୍ତି । ସେମାନଙ୍କ ପାଇଁ ଶୌଚାଳୟ ଟିଏ ମଧ୍ୟ ନାହିଁ । ଫଳରେ ଅନେକ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ରିଷିଡା ଠାରେ ସାପ୍ତାହିକ ଶନିବାର ଗୋଟିଏ ବଡ଼ ବଜାର ବସିଥାଏ । ଏଥିପାଇଁ ଲୋକେ ଶୁକ୍ରବାର ରାତିରେ ଦୁରଦୂରାନ୍ତରୁ ଆସି ଏଠାରେ ରାତ୍ରି ଯାପନ କରିଥାନ୍ତି l ଦୁଃଖର ବିଷୟ ଯେ, ବସଷ୍ଟାଣ୍ଡରେ ଉଜ୍ବଳ ଆଲୋକ ବ୍ୟବସ୍ଥା ନ ଥିବାରୁ ଲୋକେ ହଇରାଣ ହୋଇଥାନ୍ତି । ଏ ସମ୍ବନ୍ଧରେ ପଞ୍ଚାୟତ ତଥା ପ୍ରଶାସନକୁ ଅନେକ ଥର ଦୁଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସମସ୍ୟା ସମାଧାନ ହୋଇପାରିନାହିଁ । ରିଷିଡା ବସଷ୍ଟାଣ୍ଡରେ ଗୋଟିଏ ଶୌଚାଳୟ ନିର୍ମାଣ କରିବା ସହିତ ବସଷ୍ଟାଣ୍ଡ ସଫାସୁତୁରା ରଖିବା ଏବଂ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

 

Related posts

ତେନ୍ତୁଳିପଡାକୁ ସବୁଦିନିଆ ରାସ୍ତା ନିର୍ମାଣ କେବେ? ୬୫ ପରିବାରଙ୍କ ଯାତାୟତ ବାଧାପ୍ରାପ୍ତ , ବର୍ଷା ଦିନେ ଅଧାବାଟରେ ଅଟକୁଛି ଯାନବାହନ, ଅପହଞ୍ଚ ଆମ୍ବୁଲାନ୍ସ

Sunil Chandra Nayak

ଜିଲ୍ଲା ଶିଳ୍ପ କେନ୍ଦ୍ରରେ ଉଦ୍ୟେଗୀ ଦିବସ ପାଳିତ

masiha

ଅଖିଳ ଭାରତୀୟ ତେରପନ୍ଥ ମହିଳା ମଣ୍ଡଳ ଙ୍କ ନିର୍ଦ୍ଦେଶ ଅନୁଯାୟୀ ତେରପନ୍ଥ ମହିଳା ମଣ୍ଡଳ ନବରଙ୍ଗପୁର ଦ୍ୱାରା ଅବଚେତନ ମନ ର ଶକ୍ତି କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!