ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ର କଳା ଦେବୀ ଙ୍କ କବିତା – ମୋ ଗାଆଁ

ମୋ ଗାଆଁ

ଚନ୍ଦ୍ରକଳା
କୋରାପୁଟ

 

ଗାଆଁଟି ମୋର ଭାରି ସୁନ୍ଦର

ନାଆଁଟି ତାର କେଡେ ମଧୁର

ସବୁଜିମାରେ ସେ ଭରପୁର 

ସେଇଠି ଜନମ ମୋ ଷଠିଘର ||

 

ଗାଆଁଟି ମୋର ସରଗ ପୁର

ସବୁ ଜାତିରେ ସେ ଭରପୁର

ଭାଇଚାରାର ସେ ଗନ୍ତାଘର

ସବୁଠୁ ସୁନ୍ଦର ଓ ମନୋହର ||

  

ଗାଁ ପରିବେଶ କେଡେ ସୁନ୍ଦର

ଗାଁ ବରଗଛ ତାର ଓହଳ

ଧାନ କ୍ଷେତ ଆମ୍ବ ତୋଟାମାଳ

ବଣ ପାହାଡ଼ ଲତା ଗହଳ ||

 

ଗାଁ ପରିବେଶ ସ୍ୱଚ୍ଛ ନିର୍ମଳ

ଚଉଦିଗ ତାର ଭାରି ସୁନ୍ଦର

ଯାନିଯାତ ପରବର ସେଘର

ବାରତା ଦିଅଇ ସେଏକତାର ||

 

ମୋ ଗାଆଁ ଶ୍ମଶାନ ସରଗ ପୁର

ଶେଷରେ ଜଳିବ ଜୁଇ ମୋହର

କେବେ ଭୁଲିବିନି ରୂପ ତାହାର

ତାପାଦେ ମୋର କୋଟି ଜୁହାର |

Related posts

ଉଚ୍ଚ ନ୍ୟାୟାଳୟ ବିଚାରପତି ନ୍ୟାୟମୂର୍ତ୍ତୀ ସଞ୍ଜୟ କୁମାର ମିଶ୍ରଙ୍କ ନବରଙ୍ଗପୁର ଗସ୍ତ : ଜିଲ୍ଲା କୋର୍ଟ ପରିଦର୍ଶନ : ଆଇନଜୀବୀ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ବୟସ ନଦୀର ତୀରେ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଶ୍ରାବଣୀ କନ୍ୟା

Sunil Chandra Nayak

Leave a Comment

error: Content is protected !!