ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଳବୈଶାଖୀରେ ଉଡିଲା ଘର ର ଛାତ, ବେସାହାରା ହେଲେ ପରିବାର

କୋକସରା,୨୬ା୫- ( ମ ନି ସ ; ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ବିଭିନ୍ନ ଅଞ୍ଚଳ ରେ ଗୁରୁବାର ମଧ୍ୟାହ୍ନ ରେ ହଠାତ କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡ଼ ତୋଫାନ ସହ ଅନେକ ସ୍ଥାନରେ କୁଆପଥର ବର୍ଷା ଦେଖିବାକୁ ମିଳିଛି । ବ୍ଲକ ର କାଶିବାହଲ ପଞ୍ଚାୟତ ଅନ୍ତର୍ଗତ ଧନସରା ଗ୍ରାମରେ ରହୁଥିବା ଜୟରାମ ସତନାମୀ ଙ୍କ ଘର ଉପରେ କାଳବୈଶାଖୀ ବିପଦ ଆଣିକି ଆସିଛି । ଝଡ଼ ତୋଫାନ ସହ ପ୍ରବଳ ପବନ ଯୋଗୁଁ ତାଙ୍କ ଘର ଛାତ ଆଜବେଷ୍ଟର ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହେବାସହ ପବନ ରେ ଉଡେଇ ନେଇଛି । ଫଳରେ ଏବେ ଜୟରାମ ସତନାମୀ ଙ୍କ ପରିବାର ଖୋଲା ଆକାଶ ତଳେ ରହିଛନ୍ତି । ଘରେ ଥିବା ଧାନ, ଚାଉଳ, ଆସବାବପତ୍ର ମଧ୍ୟ ବର୍ଷା ରେ ଭିଜି ନଷ୍ଟ ହୋଇଥିବା ଜଣାପଡିଛି । ସେ ଜଣେ ଗରୀବ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ ଏବେ କେମିତି ନିଜ ଘରକୁ ମରାମତି କରିବେ ସେ ନେଇ ଚିନ୍ତାରେ ପଡିଛନ୍ତି । ଏନେଇ ସେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଙ୍କୁ ଜଣାଇଥିବା କହିଛନ୍ତି । ତେବେ ତାଙ୍କୁ ସହାୟତା ଦେବାକୁ ସ୍ଥାନୀୟ ଗ୍ରାମବାସୀ ମାନେ ମଧ୍ୟ ଦାବି କରିଛନ୍ତି ।

Related posts

ନିଖୋଜ ବାବୁଲା ର ମୃତ ଶରୀର ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

Sunil Chandra Nayak

ରାଇରଙ୍ଗପୁର ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ର ଜନ୍ମେଜୟ କବାଟ ଜିଲ୍ଲା ଟପର

ବିଜୟ କୁମାର ଜେନା ଙ୍କ କବିତା ଅଧା ଗଢା ଦିଅଁ

Sunil Chandra Nayak

Leave a Comment

error: Content is protected !!