ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ -୨୦୨୪ ପାଳିତ

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ -୨୦୨୪ ପାଳିତ

ବାଲେଶ୍ୱର, ୨୬/୬/୨୪- ଆଜି ପୂର୍ବାହ୍ନ ଘ. ୧୦ ମି ସମୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ -୨୦୨୪ ପାଳିତ ହୋଇଯାଇଛି I ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା ସରକାର ଏବଂ ବାଲେଶ୍ୱର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ବେହେରା, ଅବକାରୀ ପରିଦର୍ଶକ ଶ୍ରୀ ହରିହର ସିଂ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ ମଞ୍ଚାସୀନ ଥିଲେ I ଏହି ଉତ୍ସବରେ ସମାଜର ବିଭିନ୍ନ କ୍ଷେତ୍ରର ବହୁସଙ୍ଖ୍ୟକ ଲୋକ ଅଂଶଗ୍ରହଣ କରିଥିଲେ।

ସଭା ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବେହେରା ନିଶା ଅପବ୍ୟବହାର ଓ ଅବୈଧ କାରବାର ଭଳି ଜଟିଳ ସମସ୍ୟାର ମୁକାବିଲା ପାଇଁ ଆବଶ୍ୟକ ଏକୀକୃତ ଆଭିମୁଖ୍ୟ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ I ନିଶାମୁକ୍ତ ସମାଜ ଗଠନରେ ପ୍ରତ୍ୟେକ ନାଗରିକଙ୍କ ବ୍ୟକ୍ତିଗତ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ଶ୍ରୀ ବେହେରା I ବିଭିନ୍ନ ସରକାରୀ ବିଭାଗ, ଶିକ୍ଷାନୁଷ୍ଠାନ, ଗୋଷ୍ଠୀ ସଙ୍ଗଠନ ମଧ୍ୟରେ ନିରବଚ୍ଛିନ୍ନ ସହଯୋଗ ଦ୍ୱାରା ଏହି ଦିବସର ସଠିକ ଲକ୍ଷ୳ ହାସଲ କରାଯାଇପାରିବ ବୋଲି ମତ ପ୍ରକାଶ କରିଥିଲେ ଅବକାରୀ ଅଧିକ୍ଷକ ଶ୍ରୀ ହରିହର ସିଂ I ନିଶା ଦ୍ରବ୍ୟଠାରୁ ଦୁରେଇ ରହି ଏକ ସୁସ୍ଥ ଜୀବନ ଯାପନ କରିବା ନିମନ୍ତେ ସଭାରେ ସାମୁହିକ ଶପଥ ପାଠ ଗ୍ରହଣ କରାଯାଇଥିଲା I ପରିଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ସମ୍ମାନିତ ଅତିଥିମାନେ ପୁରସ୍କୃତ କରିଥିଲେ I

ଏଠାରେ ସୂଚନା ଥାଉ କି, ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ -୨୦୨୪ ପରିପ୍ରେକ୍ଷୀରେ ସକାଳ ଘ. ୭.୩୦ ମି ସମୟରେ ବାଲେଶ୍ଵର ଜିଲ୍ଲା ପାଳଙ୍କ ପରିସରରୁ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା I ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ନିରଞ୍ଜନ ବେହେରା ଏହି ସଚେତନତା ରଥକୁ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆମ ପରିବେଶ ସବୁଜ ସୁନ୍ଦର କାର୍ଯ୍ୟକ୍ରମ

masiha

ସୁସ୍ଥ ଗଣତନ୍ତ୍ର ପାଇଁ ନ୍ଯାୟ ପାଳିକାର ଭୂମିକା ସଂପର୍କରେ ଆଲୋଚନାଚକ୍ର

Sunil Chandra Nayak

ଜନଗଣନାକାରୀ ଏବଂ ସାଧାରଣଲୋକଙ୍କ ସୁରକ୍ଷା ଆମର ପ୍ରାଥମିକତା – ରାଜସ୍ୱ ମନ୍ତ୍ରୀ 

Sunil Chandra Nayak

Leave a Comment

error: Content is protected !!