ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ କାଉନସିଲରମାନେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ

ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ କାଉନସିଲରମାନେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ କାଉନସିଲରମାନେ ଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି। ଏହି ଘଟଣା ଭବାନୀପାଟଣା ରାଜନୀତିକୁ ସରଗରମ କରିଛି। ହସ୍ତଗତ ସୂଚନା ଅନୁସାରେ, ଶୁକ୍ରବାର ଦିନ ପୌର ପରିଷଦର ବୈଠକ ଅନୁଷ୍ଠିତ ହେବାର ଥିଲା। ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା ଆସିବା ପୂର୍ବରୁ ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନଙ୍କ ନେତୃତ୍ୱରେ କାଉନସିଲରମାନେ ଏକ ବୈଠକ କରି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କ ଅଭିଯୋଗ ଅନୁସାରେ, ଅଧ୍ୟକ୍ଷା କାଉନସିଲରମାନଙ୍କୁ କିମ୍ବା ଉପାଧ୍ୟକ୍ଷଙ୍କୁ କୌଣସି ସୂଚନା ନ ଦେଇ ନିଜ ପୁଅ ଜରିଆରେ ବେଆଇନ ଭାବେ କାର୍ଯ୍ୟ ପରିଚାଳନା କରୁଛନ୍ତି।କୌଣସି କାମ ପାଇଁ କାଉନସିଲରମାନେ ଅନୁରୋଧ କଲେ ଦୁର୍ବ୍ୟବହାର କରିବା ସହିତ ୱାର୍ଡର କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ଏହିଭଳି ଆଉ କେତେକ ଅଭିଯୋଗ ଆଣିବା ସହିତ ବୈଠକ ପରେ ସେମାନେ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ଜିଲ୍ଲାପାଳ ଓ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏ ସଂପର୍କରେ ପୌରାଧ୍ୟକ୍ଷା ଶ୍ରୀମତୀ ବେହେରାଙ୍କୁ ପଚାରିବାରୁ ଏହି ଅଭିଯୋଗ ଭିତ୍ତିହୀନ ଓ ଠିକା ପାଇଁ ଏଭଳି ଉଦ୍ୟମ ଚାଲିଛି। ଏହା ଆମ ପରିବାରର କଥା ଆମେ ବସି ଆପୋସ ସମାଧାନ କରିବୁ ବୋଲି ସେ କହିଛନ୍ତି। ସୂଚନାଥାଉ କି, ଭବାନୀପାଟଣା ପୌର ପରିଷଦରେ ୨୦ ଟି ୱାର୍ଡ ଥିବାବେଳେ ବିଜେଡିର ୧୮ଜଣ କାଉନସିଲର ଏବଂ ବିଜେପି ଓ କଂଗ୍ରେସର ଜଣେ ଲେଖାଏଁ କାଉନସିଲର ଅଛନ୍ତି। ଅଧ୍ୟକ୍ଷା ବିଜେଡିର ଥିବାବେଳେ ସାଧାରଣ ନିର୍ବାଚନ ପରେ ବିଜେଡିର ଗୋଷ୍ଠୀ କନ୍ଦଳ ଏବେ ଜଳଜଳ ଦେଖିବାକୁ ମିଳିଛି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଭାଟପଡା ରେ ଶାଶୁ ବୋହୂ ସମିଳନୀ

masiha

ବନଶ୍ରୀ ସାଧନା କକ୍ଷ ଲୋକାର୍ପିତ 

masiha

JCI demands DGP to make public the list of nodal officers for redressal of problems of journalists

masiha

Leave a Comment

error: Content is protected !!