ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ ଙ୍କ କବିତା – ଚୈତ୍ର ମଙ୍ଗଳବାର 

ଚୈତ୍ର ମଙ୍ଗଳବାର 

 

କବିତା ସାହୁ 
ଜୟପୁର 

 

ମାଆ ଲୋ ମାଆ ମଙ୍ଗଳା 

ଚଇତ ମାସରେ ତୁମର ଲିଳା। 

ଚଇତ ମଙ୍ଗଳବାର ପ୍ରସିଦ୍ଧ ତୁମର 

ଝଙ୍କଡ଼ ପିଠରୁ ଶାରଳା ଘଟ 

ବାଙ୍କିରୁ ଆସନ୍ତି ଚର୍ଚ୍ଚିକା ଘଟ

କାକଟପୁରରୁ ଘଟୁଆ ଆସନ୍ତି।

ଗ୍ରାମ ଗ୍ରାମ ବୁଲି ଘଣ୍ଟୁଆ ନାଚନ୍ତି

ମୁଣ୍ଡାଇ ଘଟ କଳସ।

ଶେଷ ହୁଏ ପଣା ସଂକ୍ରାନ୍ତି ଦିନ 

ନିଆଁରେ ଚାଲନ୍ତି ଘଣ୍ଟୁଆ ମାନ।

ଗ୍ରାମ ସହରରେ ପନ୍ଥେଇ ପୂଜା 

ନାନା ରକମର ହୁଅଇ ସଜ୍ଜା।

ପୂଜନ୍ତି ନାରୀ ଏକାଠି ହୋଇ

ସୂଚୀମନ୍ତ ନିଷ୍ଠା ଉପବାସ କରି

ତିନି ମୁହାଣୀ ଛକରେ ଘେରି।

ଗାତ ଖୋଳି ପନ୍ଥେଇ ତିଆରି

ଗୋମୟ ଜଳରେ ଲିପା ହୁଅଇ। 

ସଭିଏ ମିଳିଣ ହଳଦୀ ପାଣିରେ 

ପନ୍ଥେଇ ଗାଧାନ୍ତି ଭକ୍ତି ମନରେ।

କଳସ ବସାଇ ହୁଳହୁଳି ଦେଇ 

ଚନ୍ଦନ ସିନ୍ଦୁର ମନ୍ଦାରେ ସଜାଇ। 

କଞ୍ଚାକ୍ଷୀର ଗୁଡ ନଡ଼ିଆ କଦଳୀ

ନାନା ଫଳ ମିଷ୍ଟାନ୍ନ ପକାଇ। 

ମାଆଙ୍କ ନାମେ ସମର୍ପଣ କରି

ଦିଅନ୍ତି ଢାଳି ପନ୍ଥେଇରେ ଭରି।

ଗେଟେଇ ଅଟକାଳି ନୈବେଦ୍ଯ ଦେଇ 

ବ୍ରତ ସମାପନ ହୋଇଣ ଥାଇ। 

ଝୁଣା ଧୂପ ଦୀପ କର୍ପୂର ଆଳତି 

ମନରେ ସୁମରି ମଙ୍ଗଳା ମାତା।

ପରିବାର ଗ୍ରାମ ମଙ୍ଗଳ ହେଉ 

ରୋଗ ବ୍ଯାଧି କଷ୍ଟ ଦୂରେଇ ଯାଉ।

ମୁଣ୍ଡିଆ ମାରିଣ କରେ ଗୁହାରୀ 

ସୁଖ ଶାନ୍ତି ରହୁ ପୂରି ସବୁରୀ।

ସମାପ୍ତ

 

 

 

 

 

 

 

Related posts

କଳାହାଣ୍ଡି ରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ କମ୍ପାନୀର ଏସ୍ ସି/ ଏସ୍ ଟି ଛାତ୍ରୀ ମାନଙ୍କ ପାଇଁ ବୃହତ୍ ନିଯୁକ୍ତି ମେଳା

Sunil Chandra Nayak

ଦଣ୍ଡପାଟ ଘାଟିମୁଣ୍ଡିଆଣୀ ସର୍ବ ମଙ୍ଗଳାଙ୍କ ବାର୍ଷିକ ଦଶରା ଆରମ୍ଭ

Sunil Chandra Nayak

ଉଦଯାପିତ ହେଲା ସ୍ବଚ୍ଛତା ପକ୍ଷ ପାଳନ ଦିବସ 

Sunil Chandra Nayak

Leave a Comment

error: Content is protected !!